ଏ ବୟସରେ କାନ୍ଦ…
ଏ ବୟସରେ କାନ୍ଦ… ବୟସ ଓ ଜୀବନର ଯନ୍ତ୍ରଣା ଚିରସ୍ଥାୟୀ ନୁହଁ, ବୟସ ଆଉ ଜୀବନର ଗତି ଚୁପ୍ ଚାପ୍ ଆଗେଇ ଚାଲେ ଯେ ପର୍ଯ୍ୟନ୍ତ ସେ ନିଜେ ଥକି ନ ପଡିଛି। ଏ ବୟସର ମଜା କଥା ହେଉଛି, ସେ ଦୁଃଖରେ ଥିଲେ ବି କେହି ଏହାକୁ ଜାଣି ପାରନ୍ତି ନାହିଁ। କେବେକେବେ ଅଶ୍ରୁର ଆଖୁକୁ ବି ଏଡାଇ ଦିଆଯାଇ ପାରିବ ଯଦି ବାହାନା କରିବାକୁ ଚାହୁଁ, ଏବଂ କଥା କୁହା ସ୍ବର ବି ଭାରି ସୁନ୍ଦର ଲାଗେ ଅର୍ଥାତ୍ ସବୁଠି ସେ ଭଲ ହେବା ପାଇଁ ଚେଷ୍ଟା କରେ। ମେଘ ଯେମିତି ସୂର୍ଯ୍ୟକୁ କିଛି ସମୟ ପାଇଁ ଲୁଚାଇ ରଖେ, ଠିକ୍ ସେମିତି ଏ ବୟସରେ 'ନକଲି ହସ' ବୋଲି ଅପ୍ରତ୍ୟାଶିତ କଥା ବା ଯାହା ବି କୁହାଯାଉ, ଜୀବନ ଯନ୍ତ୍ରଣା ଅବା ଛାତିର ଲୁହ, ନିଶ୍ବାସ ଓ ଅନେକ କିଛି ଏ ସବୁ କିଛି ଢାଞ୍ଚାକୁ ଲୁଚାଇ ରଖାଯାଇ ପାରେ। ମଣିଷ ଜୀବନର ସଙ୍ଘର୍ଷ କେବେ କାହାକୁ ଦେଖାଇବା ପାଇଁ ଚେଷ୍ଟା କରେ ନାହିଁ। ନିଜର ଓ ନିଜ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅହରହ ଚେଷ୍ଟା କରେ। କିଏ ଦୁଃଖ ଅବା ସୁଖରେ ଅଛି ଏହା ବହୁ ଗଭୀର ଭାବରେ ନ ଦେଖିଲେ ଆମେ ଏହାକୁ ଜାଣି ପାରିବା ନାହିଁ। ଗଭୀରତା ମାପିବା ପାଇଁ ସମୟ ଆମ ପାଖେ କାହିଁ? ସମୟ କାହା ହାତରେ ରୁହେନି, ତେଣୁ କେହି ଏହାକୁ ଜାଣି ବି ପାରିବେ ନାହିଁ। ହୁଏତ ହଜାରେ ପ୍ରଶ୍ନର ତୀରରୁ ଆମେ ବି ବର୍ତ୍ତୀ ଯାଉ। କାରଣ ଏହି ପରିଣତ ବୟସରେ କାନ୍ଦିବା ବହୁତ କଷ୍ଟ ଲାଗେ ତାହା ବି ଆଉ କାହା ଆଗରେ। ଏ ଜୀବନ ଯନ୍ତ୍ରଣାରେ ପେଶି ହ...