ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
 
            ଓଡ଼ିଶା : କରୋନା ନେଲା ୧୩ଜଣଙ୍କ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।  ବରଗଡ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, ବଲାଙ୍ଗୀର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ସେ ମଧୁମେହ ରୋଗରେ ପୀଡିତ ଥିଲେ।  ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ। କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।  ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  କନ୍ଧମାଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ଡିଲେଟେଡ୍ କାର୍ଡିଓମାଇଓପାଥି, ଗୁରୁତର ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।  ଖୋର୍ଧା ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୭ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ।  ମୟୂରଭଞ୍ଜ ଜିଲ୍ଲାର ୫୦ ...