Posts

Showing posts with the label ବାଉଁଶ ଚାଉଳର ଭାତ

ଖାଇଛନ୍ତି ବାଉଁଶ ଚାଉଳର ଭାତ ? ରହିଛି ଏସବୁ ଔଷଧୀୟ ଗୁଣ

Image
ଆପଣ ଭାତ ଖାଉଛନ୍ତି, ତାହା ଚାଉଳରୁ ତିଆରି ହେଉଛି । ଧାନ ଗଛର ଧାନରୁ ସଂଗ୍ରହ କରାଯାଉଛି ଚାଉଳ । କିନ୍ତୁ ଜାଣିରଖନ୍ତୁ, କେବଳ ଧାନ ନୁହେଁ, ବାଉଁଶରୁ ବି ଚାଉଳ ପ୍ରସ୍ତୁତି ହୁଏ । ଓଡିଶାର ଚନ୍ଦକା, ଡମପଡା, ରାୟଗଡା ଓ କଳାହାଣ୍ଡି ଓ କୋରାପୁଟ ଆଦି ଅଞ୍ଚଳର ଲୋକମାନେ ଏହି ବାଉଁଶ ଚାଉଳର ଭାତ ଖାଇଥାଆନ୍ତି । ତେବେ ଏହି ଚାଉଳ ସବୁ ବର୍ଷ ମିଳେନାହିଁ । ପ୍ରତି୧୦/୧୨ ବର୍ଷରେ ଥରେ ମଝିରେ ମଝିରେ ଏହି ବାଉଁଶ ଚାଉଳ ମିଳେ । ଯେଉଁ ବାଉଁଶ ଗଛରେ ଧାନ ହୁଏ,ସେ ଗଛ ଶୁଖି ମରିଯାଏ । ଏହା ହେଉଛି ଆମ ରାଜ୍ୟର କଥା । କିନ୍ତୁ ତ୍ରିପୁରା ସରକାର ଏ ବାବଦରେ ପାଦେ ଆଗକୁ ଯାଇଛନ୍ତି । ବାଉଁଶ ଚାଉଳର ମାର୍କେଟିଂ ଆରମ୍ଭ କରିଛି ତ୍ରିପୁରା । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ଯେ, ଆମେ କିଛି ଦିନ ତଳେ ବାଉଁଶ କୁକିଜ୍ , ବାଉଁଶ ବୋତଲ ବଜାରକୁ ଛାଡିଥିଲୁ । ଚାହିଦା ଭଲ ଅଛି । ଏବେ ବିଧିବଦ୍ଧ ଭାବେ ବାଉଁଶ ଚାଉଳ ଲୋକଙ୍କ ପାଇଁ ଉପଲବ୍ଧ କରାଉଛୁ । ଏହି ବାଉଁଶ ଚାଉଳରେ ସାଧାରଣ ଚାଉଳ ଓ ଗହମଠାରୁ ପ୍ରୋଟିନ ପରିମାଣ ଅଧିକ । ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ । ଏହି ଚାଉଳର ଭାତ ଖାଇଲେ ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା ଓ ଅନ୍ୟ ପ୍ରକାରର ଯନ୍ତ୍ରଣାରୁ ଉପଶମ ମିଳିଥାଏ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଏହାର ଆଣ୍ଟି-ଡାଇବେଟିସ ଗୁଣ ରହିଛି ଓ ଏହା କୋଲେଷ୍ଟେରଲ୍ ବଢାଇନଥାଏ ବୋଲି ସେ କହିଛନ୍ତି । ...