ଲକ୍ଡାଉନ୍ ୪.୦ନେଇ ପୂରା ତଥ୍ୟ : ଜାଣନ୍ତୁ କେଉଁ ସବୁ କାର୍ଯ୍ୟକଳାପକୁ ଅନୁମତି ନାହିଁ; କଟକଣା ସହ ହୋଇପାରିବ କେଉଁ ସବୁ କାର୍ଯ୍ୟ; ରାଜ୍ୟର ସହମତିରେ ଅନ୍ତଃ-ରାଜ୍ୟ ଯାତ୍ରୀବାହୀ ଯାନ ଏବଂ ବସ୍ ଆଦି ଚଳାଚଳ କରାଯାଇ ପାରିବ
ନୂଆଦିଲ୍ଲୀ : ଦେଶରେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଜାରି ହୋଇଥିବା ଲକ୍ଡାଉନକୁ କେନ୍ଦ୍ର ସରକାର ଆଜି ଚତୁର୍ଥ ପର୍ଯ୍ୟାୟରେ ଆଉ ୧୪ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ଫଳରେ ଆସନ୍ତା ମେ ୩୧ ତାରିଖ ରବିବାର ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ଡାଉନ ବଳବତ୍ତର ରହିବ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ତୃତୀୟ ପର୍ଯ୍ୟାୟ ବା ୩.୦ ଲକ୍ଡାଉନର ଅବଧି ଶେଷ ହେଉଥିଲା, କିନ୍ତୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୩.୦ ଲକ୍ଡାଉନର ଅବଧି ଶେଷହେବା ପୂର୍ବରୁ ଆଜି ସରକାର ୪.୦ ଲକ୍ଡାଉନ୍ ପାଇଁ ଘୋଷଣା କରିଛନ୍ତି। ଅବଶ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏହି ୪.୦ ଲକ୍ଡାଉନ ସଂପର୍କରେ ସୂଚନା ଦେଇଥିଲେ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସମଗ୍ର ଦେଶରେ ଲକ୍ଡାଉନ ୧.୦କୁ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ୧୩ ଅପ୍ରେଲ ମଧ୍ୟରାତ୍ର; ୧୪ ଅପ୍ରେଲରୁ ମେ ୩ ପର୍ଯ୍ୟନ୍ତ ଲକ୍ଡାଉନ ୨.୦; ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ୩.୦ ଘୋଷଣା କରିଥିଲେ। ଯାହାକୁ ଆଜି ଲକ୍ଡାଉନ ୪.୦ ମାଧ୍ୟମରେ ମ...