କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି • କେନ୍ଦ୍ର ମାବନ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ ଜାରି ହେଲା ଗାଇଡଲାଇନ କୋଭିଡ-୧୯ ମହାମାରୀ ଓ ଏଥିଯୋଗୁ ଜାରି ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ଶିକ୍ଷାଗତ କ୍ଷତିକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଶ୍ବ ବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଥିଲା। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ଆର.ସି. କୁହାଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ଅନ୍ୟ ସଦସ୍ୟମାନଙ୍କ ସହିତ ହରିୟାଣା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ସଦସ୍ୟ ରହିଥିଲେ। ଗତ ୨୭.୦୪.୨୦୨୦ରେ ଅନୁଷ୍ଠିତ ଆୟୋଗଙ୍କ ବୈଠକରେ ସମିତିର ରିପୋର୍ଟ ଉପସ୍ଥାପନ କରାଯ...