କରୋନା, ଜନଜୀବନ ଓ ବାତ୍ୟା ଅମ୍ଫାନ
ବର୍ତ୍ତମାନର କରୁଣ ପରିସ୍ଥିତିରେ ଦେଶ ତଥା ରାଜ୍ୟ କରୋନା ସହ କଡା ମୁକାବିଲା କରିଆସୁଛି। ଏହା ସଫଳତାର ସହ ହୋଇଆସୁଛି। ଅନ୍ୟ ଦେଶ ତୁଳନାରେ ଆମେ ଏବେ ଭଲ ସ୍ଥିତିରେ ଅଛୁ। ଠିକ୍ ଏହି ଭଳିଆ ପରିସ୍ଥିତିରେ ବାତ୍ୟା ଭଳି ଅକାଳ ଚଡକ ମାଡିଆସୁଛି। ତଥାପି ଏହାକୁ ମଧ୍ୟ ମୁକାବିଲା କରିବାକୁ ଓଡ଼ିଶା ପ୍ରସ୍ତୁତ। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏପରି ଜନ ଜୀବନକୁ ଯଦି ଅସ୍ତବ୍ୟସ୍ତ କରିବାକୁ ଚାହେଁ, ମଣିଷ ଛାର ଅବା କଣ କରିପାରେ? ବର୍ତମାନ ପରିସ୍ଥିତିରେ ପ୍ରବାସୀ ମାନେ କାମଧନ୍ଦା ନପାଇ ନଖାଇ ନିପଇ ଚାଲିଚାଲି, ବସ୍ରେ ଟ୍ରେନରେ ନିଜ ଭିଟାମାଟି ଆଡକୁ ଚାଲି ଆସୁଥିବା ବେଳେ, ବାତ୍ୟା ଦାଉ ସାଧିବାକୁ ଯାଉଛି। ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫନ’ ବର୍ତମାନ ସିଭିଏର ସାଇକ୍ଲୋନ୍ରେ ପରିଣତ ହେବାକୁ ଯାଇ ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି। ଯାହାରି ଫଳରେ କେଉଁଠାରେ ସ୍ଥଳ ଭାଗ ଛୁଇଁବ, କେତେବେଳେ ଛୁଇଁବ ସେ ନେଇ କିଛି ଠୋସ୍ ଖବର ପାଣିପାଗ ବିଜ୍ଞାନ କେନ୍ଦ୍ର, ପାଖରେ ନାହିଁ। ଏଣୁ ସାଧାରଣ ଲୋକ ନିଶ୍ଚିତ ଭାବେ ଦ୍ୱନ୍ଦରେ ରହିବା ସ୍ୱାଭାବିକ। ବିଶେଷ କରି ଉପକୂଳବର୍ତୀ ଅଞ୍ଚଳରେ ବାସ କରୁଥିବା ଜନସାଧାରରଙ୍କର ଆଖିରୁ ନିଦ ହଜିଯାଇଛି। ସରକାରଙ୍କର ମଧ୍ୟ ଚିନ୍ତା ବଢିଯାଇଛି, ସେହି ଅଞ୍ଚଳରେ ରହୁଥିବା କ୍ୱାରେଣ୍ଟାଇନରେ ପ୍ରବାସୀ ମାନଙ୍କୁ ନେଇ। ଗତବର୍ଷ ଏହି ସମୟରେ ଫନି ସୃଷ୍ଟି କରି ଯାଇଥିବା ପ୍ରଳୟ ତାଣ୍ଡବ ଏବେ ମଧ୍ୟ ଲୋକଙ୍କ ମ...