ଖବର ପ୍ରଚାର ପରେ ସୋଡିଗୁଡା ଗାଁକୁ ପହଞ୍ଚିଲା ମେଡିକାଲ ଟିମ
ମାଲକାନଗିରି : ମାଥିଲି ବ୍ଲକ ଅଧିନସ୍ଥ କମାରପଲ୍ଲୀ ପଞ୍ଚାୟତର ସୋଡିଗୁଡ ଗ୍ରାମରେ ଅଜଣା ରୋଗରେ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ସହ ୧୫ରୁ ଉର୍ଦ୍ଧ୍ବ ଜଣ ରୋଗୀ ଆତଙ୍କିତ ଥିବା ଖବର ପ୍ରସାରିତ ହେବା ପରେ ଗ୍ରାମରେ ପହଁଞ୍ଚିଛି ମେଡିକାଲ ଟିମ୍। ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖାଇ ମାଲକାନଗିରି ଉପ ଜିଲ୍ଲାପାଳ, ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ସ୍ୱତନ୍ତ୍ର ଟିମ ସୋଡିଗୁଡ ଗ୍ରାମରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଗ୍ରାମବାସୀ ମାନଙ୍କ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା କରାଇବା ସହ ସେହି ଅଜଣା ରୋଗରେ ପୀଡିତ ୧୫ଜଣ ରୋଗୀଙ୍କୁ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଏଛି। ଏ ଯାଏଁ ଏହି ରୋଗର କାରଣ ଅସ୍ପଷ୍ଠ ରହି ଥିବା ବେଳେ ମୃତ୍ୟର କାରଣ ଖୋଜୁଛି ମାଥିଲି ସ୍ୱାସ୍ଥ୍ୟ ବିଭାଗ। ରବିବାର ସକାଳୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଠା ଯାଇଥିବା ଆମ୍ବୁଲାନ୍ସ ଯୋଗେ ସୋଡିଗୁଡା ଗ୍ରାମରୁ ୧୨ ଜଣ ରୋଗୀ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପହଞ୍ଚିଛନ୍ତି। ମାଥିଲି ମେଡିକାଲ ଇନଚାର୍ଜ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ କହିବା ଅନୁଯାଇ ଆସିଥିବା ରୋଗୀ ମାନଙ୍କ ପ୍ରଥମେ କୋଭିଡ ପରୀକ୍ଷା କରାଯିବ, ତl ପରେ ସେମାନଙ୍କ ଚିକିତ୍ସା ପଦ୍ଧତି ଆରମ୍ବ କରାଯିବ। ତେବେ ରୋଗର କାରଣ ଏପର୍...