Posts

Showing posts with the label ଅନିଶ୍ଚିତ ସମୟକୁ ମୂଲ୍ୟବାନ ସମୟରେ ପରିବର୍ତିତ କରନ୍ତୁ

ଅନିଶ୍ଚିତ ସମୟକୁ ମୂଲ୍ୟବାନ ସମୟରେ ପରିବର୍ତିତ କରନ୍ତୁ

Image
କୋରୋନା ଭୂତାଣୁର ଅଘୋଷିତ ଡର ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ଠିକ ଭାବେ ବୁଝି ନିଜକୁ ସୁରକ୍ଷିତ ରଖିବାର ଯୋଜନା କରିବା ପୂର୍ବରୁ ଆମ ପାଖରେ ଏ ବିଷୟରେ ବହୁତ ଖବର ଆସି ପହଁଚୁଛି । ସେଥିରୁ କିଛିଟା ସତ ଓ କିଛି ଖବର ଆମ ଭିତରେ ଘୋର ଭୟ ସୃଷ୍ଟି କରୁଛି । ଯାହା ଫଳରେ ଆମର ସୁଚାରୁ ରୂପେ ଚିନ୍ତା କରିବା ଶକ୍ତି ଏକ ପ୍ରକାରରେ ଲକ୍‍ ଡାଉନକୁ ଚାଲି ଯାଉଛି । ସମଗ୍ର ଦେଶରେ, ଏଭଳିକି ସମଗ୍ର ବିଶ୍ୱରେ ତାଲାବନ୍ଦ, ସାମାଜିକ ସହଯୋଗିତାକୁ କିଛି ମାତ୍ରାରେ ଦୁର୍ବଳ କରିଦେଇଛି, ଯାହା ମାନବ ଜାତିର ସବୁଠୁ ବଡ ସାହସ ଓ ଏହି ସାମାଜିକ ଦୂରତ୍ୱ ମାନସିକ ସ୍ତରରେ ଆମକୁ ଦୁର୍ବଳ କରିବା ପାଇଁ ଯଥେଷ୍ଟ ଅଟେ । ସମାଚାର ଚ୍ୟାନେଲ, ପାଠ, ଭିଡିଓ ଯାହା ଆମେ ଦେଖୁଛୁ, ସବୁକିଛି ହେଉଛି କୋରୋନା ଭାଇରସ ସମ୍ପର୍କିତ । ଏଭଳି ପରିସ୍ଥିତିରେ ଉଦାସ କିମ୍ବା ଚିନ୍ତିତ ଅନୁଭବ କରିବା ହେଉଛି ଖୁବ ସ୍ୱାଭାବିକ । ଆଶଙ୍କାରେ ସମୟ କାଟିବା ବହୁତ କଷ୍ଟକର ହେଇପଡିଛି। ଏହା କେବଳ ଜୀବନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନି ବରଂ ଆର୍ଥିକ ଅସ୍ଥିରତା, ଶିକ୍ଷାରେ ବାଧା, କ୍ୟାରିୟରର ଗତଶୀଳତାରେ ଏକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିଛି । ତେବେ ଆମେ କିପରି ଚିନ୍ତାକୁ ନିୟନ୍ତ୍ରଣ କରିପାରିବା ଏବଂ ମାନସିକ ଚାପରୁ ଦୂରରେ ରହିବା। ୧ –  ସକରାତ୍ମକ   ଚିନ୍ତା  :   ଆଖପାଖରେ ରହିଥିବା ସମସ୍ତ ନକରାତ୍ମକ ଖବର ବ୍ୟତିରେକ, ଆମକୁ ...