ମାଲକାନଗିରିର କଥା: ସମ୍ଭାବନାର ମାଟି, ଉନ୍ନତିର ପଥ
ମାଲକାନଗିରିର କଥା: ସମ୍ଭାବନାର ମାଟି, ଉନ୍ନତିର ପଥ ଓଡ଼ିଶାର ଦକ୍ଷିଣ ସୀମାରେ ଅବସ୍ଥିତ ମାଲକାନଗିରିକୁ ଦୀର୍ଘଦିନ ଧରି ପଛୁଆ ଜିଲ୍ଲା ଭାବେ ଲୋକେ ବୁଝି ଆସୁଛନ୍ତି, କିନ୍ତୁ ଯେଉଁମାନେ ଏହି ମାଟିକୁ ନିକଟରୁ ଦେଖିଛନ୍ତି, ସେମାନେ ଜାଣନ୍ତି- ମାଲକାନଗିରି କେବଳ ସମସ୍ୟାର ନାମ ନୁହେଁ, ଏହା ଅସୀମ ସମ୍ଭାବନା, ପ୍ରାକୃତିକ ସମ୍ପଦ, ଆଦିବାସୀ ସଂସ୍କୃତି ଓ ସଂଘର୍ଷମୟ ଜୀବନର ଏକ ଅଦ୍ଭୁତ ଚିତ୍ର। ତେବେ ଏହି ମାଲକାନଗିରି ଜିଲ୍ଲାର ବାସ୍ତବତା ଓ ଭବିଷ୍ୟତ ଦିଗ ଉପରେ ଚର୍ଚ୍ଚା କରିବା- ଗତ କିଛି ବର୍ଷରେ ଜିଲ୍ଲାରେ ରାସ୍ତା, ସେତୁ, ଗାଁକୁ ବିଦ୍ୟୁତ, ପାଣି ଓ ଯୋଗାଯୋଗ କ୍ଷେତ୍ରରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି। ଅନେକ ଦୁର୍ଗମ ଅଞ୍ଚଳ ଏବେ ରାସ୍ତା ସହିତ ଯୋଡ଼ାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ମଧ୍ୟ ଧିରେ ଧିରେ ବିସ୍ତାର ପାଉଛି। ତଥାପି ଅନେକ ଗ୍ରାମରେ ଆଜି ମଧ୍ୟ ଗୁଣାତ୍ମକ ଶିକ୍ଷା, ବିଶେଷଜ୍ଞ ଚିକିତ୍ସା, ଚାକିରୀ ସୁଯୋଗ ଓ ଡିଜିଟାଲ ସୁବିଧା ପର୍ଯ୍ୟାପ୍ତ ନୁହେଁ। ସରକାର ଉନ୍ନତିର ଗତି ବଢ଼ାଇବା ଆବଶ୍ୟକ। ମାଲକାନଗିରିର ସବୁଠାରୁ ବଡ଼ ସମ୍ପଦ ହେଉଛି ତାହାର ଲୋକ ଓ ପ୍ରକୃତି। ବନଜାତ ଉତ୍ପାଦ, କୃଷି ଓ କୁଟୀର ଶିଳ୍ପ ପ୍ରତିଷ୍ଠା ଭଳି ଛୋଟ ଉଦ୍ୟମ ମାଧ୍ୟମରେ ବିପୁଳ ଆର୍ଥିକ ସୁଯୋଗ ସୃଷ୍ଟି ହୋଇପାରେ, କିନ୍ତୁ ଉତ୍ପାଦନ ସହିତ ବଜାର ସଂଯୋଗ ନ ଥିବାରୁ କୃଷକ ଓ ଆଦିବାସୀ ପରି...