ପ୍ରେମ

ପ୍ରେମ…

ଜୀବନ ବଞ୍ଚିବାର ଶୈଳୀ ସତରେ ନିଆରା…
ଯାହା ଜୀବନ ସେ ହିଁ ଜାଣିଛି, ବେଳେବେଳେ ତାକୁ ଦୁଃଖର ଉତ୍ତପ୍ତ ନିଆଁରେ ଜଳିବାକୁ ପଡେ ତ ପୁଣି କେତେବେଳେ ତାକୁ ସୁଖର ଶ୍ରାବଣରେ ଆନନ୍ଦେ ସ୍ନାନ କରିବାକୁ ହୁଏ ।

ଜୀବନ ବଞ୍ଚିବା ପାଇଁ ଖାଦ୍ୟ ଯେମିତି ଅତ୍ୟାବଶ୍ୟକ ସେମିତି ଜୀବନର ଶୃଙ୍ଖଳା ପାଇଁ ଆବଶ୍ୟକ ହୁଏ ପ୍ରେମ । କାରଣ ଅନେକ ଥିଲେ ବି ଦୁନିଆ ପ୍ରେମରେ ହିଁ ବନ୍ଧା, ଆମ ଉତ୍ପତ୍ତି ଏବଂ ଅସ୍ତିତ୍ବ ହିଁ ପ୍ରେମରେ ତିଆରି । ତେବେ ଏହି ପ୍ରେମ ମୋହ ମାୟାଠାରୁ ଭିନ୍ନ । ଜିନିଷର ମୋହ ଜୀବନରେ ଦୁଃଖ ଓ ଅସନ୍ତୋଷ ଭାବ ଭରିଦିଏ କିନ୍ତୁ ପ୍ରେମ ଜୀବନକୁ ସମୃଦ୍ଧ କରେ । ଏହା ହିଁ ପ୍ରେମ…

କହିବାକୁ ଗଲେ ଜୀବନ ଏକ ମଲାଟ ନଥିବା ବହିଟିଏ । କେବଳ ବହି ଆଉ ବହିର ସବୁ ପାର୍ଶ୍ୱକୁ ଦେଖି ପାରେ କିନ୍ତୁ ପୁସ୍ତକର ଗଦ୍ୟ ଅବା ପଦ୍ୟ ସେ ଜାଣି ପାରେନାହିଁ । ଯିଏ ଅକ୍ଷର ଜାଣି ନଥିବା ବ୍ୟକ୍ତିଟିଏ ବି ଅତି ସହଜରେ ପଢି ପାରେ କିନ୍ତୁ ସବୁ ବୁଝି ପାରେ ନାହିଁ । ପାଠ୍ୟ ପୁସ୍ତକ ପଢିଲେ ଜ୍ଞାନ ଆହାରଣ ହୁଏ କିନ୍ତୁ ଜୀବନ ରୂପକ ବହିକୁ ପଢିଲେ କେବଳ ପ୍ରେମ ଅର୍ଥାତ୍ ଭଲ ପାଉଥିବା ମଣିଷ ହିଁ ବୁଝି ପାରେ ଜୀବନର ପ୍ରକୃତ ଚରିତାର୍ଥ ଅବା ଲକ୍ଷ୍ୟ । ଏହା ହିଁ ପ୍ରେମ…

ସରଳ ଅର୍ଥରେ ଭାବିଲେ ଜୀବନ ବହିରେ କେବଳ ପ୍ରେମର ପାଠ ଲେଖା ହୋଇଥାଏ । ସେ ମଣିଷ ହେଉ ଅବା ପଶୁ ପକ୍ଷୀ, କୀଟପତଙ୍ଗ ଅବା ହେଉ ପଛେ ଦିଗହରା ବର୍ଜ୍ୟବସ୍ତୁ । ସମସ୍ତେ ଚାହିଁବେ ତାହା ଜୀବନରେ ଯାହା ବି ହେଉ ସବୁବେଳେ ଭଲ ହିଁ ହେଉ, ଯିଏ ବି ଆସୁ ଅବା ଯିଏ ବି ରହୁ ସେ ଭଲରେ ମୋ ସହ ରହୁ । ସମସ୍ତଙ୍କ ବୁଝାମଣାରେ ହିଁ ସରଳ ଲାଗେ ଜୀବନ ବଞ୍ଚିବା ପାଇଁ ।  ତାହା ହିଁ ମନ ଓ ଆତ୍ମାକୁ ନିରନ୍ତର ସୁଖ ଦେଇଥାଏ । ଏହା ହିଁ ପ୍ରେମ…

ସତରେ, ପ୍ରେମର ଆବେଗ ମଣିଷକୁ କେତେବେଳେ ଯେ ଅନ୍ଧ କରି ଦିଏ ତ ଆଉ କେତେବେଳେ ଅନ୍ଧକୁ ମଧ୍ୟ ରାସ୍ତା ଦେଖାଇ ଆଗକୁ ନେଇଥାଏ । ଯେଉଁ ରାସ୍ତାରେ କଣ୍ଟା ଥିଲେ ବି ସେ ରାସ୍ତାରେ ଚାଲିବାକୁ ସେ ଖୁବ୍ ଭଲ ପାଏ । ରାସ୍ତାର ସେଇ କଣ୍ଟାରେ ରକ୍ତାକ୍ତ ହୋଇ ନିଜକୁ ଖୋଜେ ଜୀବନକୁ ଆନନ୍ଦରେ ବଞ୍ଚିବାକୁ ଆଉ ଚାଲିବାକୁ ଅନକେ ରାସ୍ତା । ଏହା ହିଁ ପ୍ରେମ…

ସେ ପ୍ରେମ ହେଉ ଅବା ଘୃଣା କିନ୍ତୁ ମଣିଷ, କୀଟପତଙ୍ଗ ଅବା ବର୍ଜ୍ୟବସ୍ତୁ ମାନେ ବି ଚେଷ୍ଠା କରନ୍ତି ବଞ୍ଚିବାକୁ ଆଉ ସଜାଡ଼ିବାକୁ ଲାଗନ୍ତି ଯୌବନର ରହସ୍ୟମୟ ଇତିହାସକୁ । ହଜାଇଥିବା ଇତିହାସକୁ ପୁନଃଗଠନ ପାଇଁ ଲୋକାର୍ପିତ କରନ୍ତି ନ ହେଲେ ସେ ଇତିହାସକୁ ଭୁଲି ଯାଇ ନୂଆ ଜୀବନ ଆରମ୍ଭ କରନ୍ତି । ଏହା ହିଁ ପ୍ରେମ…

ହୋଇ ପାରେ ସେ ବଞ୍ଚି ଆସିଥିବା ଇତିହାସରେ ଅନେକ ସୁଖର ଅବା ଦୁଃଖର କାରଣ କିନ୍ତୁ ବର୍ତ୍ତମାନ ଆଉ ଭବିଷ୍ୟତକୁ ନେଇ ସେ ଆନନ୍ଦ ଉଲ୍ଲାସ ମନରେ ଆଗେଇ ଚାଲେ । ଆଶା ଆଉ ବିଶ୍ୱାସକୁ ନେଇ ନିଜ ମନକୁ ସଂଗଠିତ କରେ ଆଉ ସେ ପ୍ରେମ କରୁଥିବା ଲୋକଙ୍କ ଆଶା ବାଡ଼ି ନେଇ ମହାଆନନ୍ଦରେ ଜୀବନ ବିତାଇବା ପାଇଁ ଚେଷ୍ଟା କରେ । ଏହା ହିଁ ପ୍ରେମ…

ଏଠି ପ୍ରେମର ପରିଭାଷା ହେଉଛି- ସମସ୍ତଙ୍କୁ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରେମ । ହୋଇ ପାରେ ପ୍ରେମର ଗଭୀରତା ଓ ପରିଭାଷା ଅନେକ କିନ୍ତୁ ଏଠି କୌଣସି ପୁଅ ଅବା ଝିଅ ସହିତ ପ୍ରେମର ସମ୍ପର୍କକୁ ନେଇ ମୋ ଭାଷାରେ ପ୍ରେମ କହି ନାହିଁ ।

ଅନେକ ସମୟରେ ଦେଖାଯାଏ ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ, ନିଜ ପରିବାର ମଧ୍ୟରେ ବି ଫାଟ ସୃଷ୍ଟି, ନା ଅଛି ପ୍ରେମ ନା ଅଛି ପ୍ରେମିକ ନା ଅଛି ପ୍ରେମିକା, ସବୁଠି ଚାଳନାର ପ୍ରତିଛବି ।
ବସ୍ ଏହା ହିଁ ନାହିଁ ପ୍ରେମ…

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ