ଲୋକଡାଉନରେ ମାଲକାନଗିରି ଜିଲ୍ଲା

ମାଲକାନଗିରି:
ବିଶ୍ବ ମହାମାରୀ କୋରୋନା ଭୁତାଣୁ ସଂକ୍ରମଣ ଭୟରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ୨୧ ଦିନିଆ ଲୋକଡାଉନ ଘୋଷଣା ପରେ ମାଲକାନଗିରି ଜିଲ୍ଲାରେ ବି ଜରୁରୀ କାର୍ଯ୍ୟ ଚାଲୁଥିବା ବେଳେ ଅନ୍ଯ ସବୁ ବନ୍ଦ ହୋଇ ଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଭାଇରସ୍‌ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲୋକ୍‌ଡାଉନ୍‌। ଦୋକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ଅନେକ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ପଡୁଛି। ଏପରିସ୍ଥଳେ ଲୋକ୍‌ଡାଉନ୍‌କୁ ସବୁ ସ୍ତରରେ ସମର୍ଥନ ରହିଛି ସତ, ତେବେ ଗରିବ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖାଗଲାଣି।

ଏଥିରୁ ଫାଇଦା ଉଠାଇବାକୁ କେତେଜଣ ବ୍ୟବସାୟୀ ପଛାଉନାହାନ୍ତି। ସବୁ ସାମଗ୍ରୀର ଦରଦାମ୍‌ ବୃଦ୍ଧି କଲେଣି। ବିଶେଷକରି ବଜାରରେ ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ପରିବହନ ସମସ୍ୟା ବୋଲି କୁହାଯାଉଛି। ତେବେ ପରିବହନ ପାଇଁ କଟକଣା ନ ଥିଲେ ସୁଦ୍ଧା ଦୂର ଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକ୍‌ଗୁଡ଼ିକ ରାସ୍ତାରେ ଚକାରେ ପ୍ରେସର ଦେବା ଏବଂ ଟାୟାରପମ୍ପଚର ହେଲେ ଏହାକୁ ସଜାଡ଼ିବା ପାଇଁ ଦୋକାନ ବନ୍ଦ ରହିଥିବାରୁ ସେମାନେ ଆସିବାକୁ ନିରାପଦ ମନେ କରୁନାହାନ୍ତି।

ଗାଡ଼ି ମୋଟରରେ ତ୍ରୁଟି ଦେଖାଦେଲେ ସେମାନେ ନାହିଁ ନ ଥିବା ହଇରାଣ ହେବେ ମନେକରି ସାମଗ୍ରୀ ଧରି ଆସିବାକୁ ପଛଘୂଞ୍ଛା ଦେଉଛନ୍ତି। ଲୋକ୍‌ଡାଉନ୍‌ ଯୋଗୁ ଗୋପାଳନ କରି ଚଳୁଥିବା ଦୁଗ୍ଧ ଚାଷୀ ବେଶି ହଇରାଣ ହେଉଛନ୍ତି। ସେମାନେ କ୍ଷୀର ବିକ୍ରି କରି ପାରୁ ନାହାନ୍ତି।
ମିଠା ଦୋକାନ, ହୋଟେଲଗୁଡ଼ିକ ବନ୍ଦ ଥିବାରୁ କ୍ଷୀର ଆବଶ୍ୟକ ପରିମାଣରେ ବିକ୍ରି ହୋଇପାରୁ ନାହିଁ। ଲୋକ୍‌ଡାଉନ୍‌ ହେତୁ କୁଲି ମଜୁରି କରି ଚଳୁଥିବା ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କାମଧନ୍ଦା ମିଳୁନାହିଁ। ସେମାନଙ୍କ ପରିବାରରେ ଏବେ ଆର୍ଥତ୍କ ସଙ୍କଟ ଜଟିଳ ହେବାରେ ଲାଗିଛି।

ଲୋକଡାଉନରେ ମାଲକାନଗିରି ଜିଲ୍ଲାବାସୀ। ଲୋକଡାଉନ ବେଳେ କେତେକ ଅମାନିଆ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ଯ କରୁଛନ୍ତି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରି ଜିଲ୍ଲା। ଆଗନ୍ତ ଗ୍ରୀଷ୍ମ ସମୟର ଇତିହାସ ଚର୍ଚ୍ଚାର ଚୈତ୍ର ବା ଚଇତି ପର୍ବ ପାଳନ ମଧ୍ଯ ପ୍ରଶାସନଙ୍କ କଟକଣା ପରେ ବନ୍ଦ।
ଚଇତି ପର୍ବ ଜାକଜମକ ନ କରି କେବଳ ପାରମ୍ପରିକ ପୂଜାପାଠ କରି ସାରି ଦେଉଛନ୍ତି ଚୈତ୍ର ପର୍ବ।

କୋରୋନା ଭୟରେ ନିଜ ଗାଁରେ ଅନ୍ୟ ଗାଁର ଲୋକଙ୍କୁ ପ୍ରବେଶ ନ କରିବା ପାଇଁ କୁହାଯାଉଛି।
ସମସ୍ତେ ନିଜ ନିଜର ସଚେତନ ନାଗରିକ, ଜିଲ୍ଲାର ପ୍ରଶାସନର ବିଭିନ୍ନ ପ୍ରକାରର ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଗାଁ ଲୋକ।

Comments

Popular posts from this blog

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ