ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ
ନୂଆଦିଲ୍ଲୀ : କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ ବ୍ୟବସାୟ ହରାଇଛନ୍ତି ସେତେବେଳେ ଘର ପରିବାର ଚଳାଇବା ପାଇଁ ଜଣେ ୮୦ବର୍ଷର ବୃଦ୍ଧା ତାଙ୍କ ପତ୍ନୀଙ୍କ ସହ ଢାବା ଖୋଲିଛନ୍ତି। ଏହି ବୃଦ୍ଧ ଝଣଙ୍କ ନାଁ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ। ବହୁ ବର୍ଷ ଧରି ଦିଲ୍ଲୀର ମାଲଭିଆ ନାଗରରେ ନିଜର ଏକ ଛୋଟ ଦୋକାନ ସ୍ଥାପନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ ଢାବା ଖୋଲି ରୋଜକାର କରିବା ନେଇ ଚିନ୍ତା କଲେ। କାନ୍ତା ଏବଂ ତାଙ୍କ ପତ୍ନୀଙ୍କ ବୟସ ୮୦ରୁ ଅଧିକ। ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ। ଚଳିବା ପାଇଁ ଏମାନେ ଢାବା ଖୋଲିଛନ୍ତି। ଏଇଠୁ ଯାହା ରୋଜଗାର ହୁଏ ସେଥିରେ ଦୁହେଁ ଚଳୁଛନ୍ତି। କାନ୍ତାଙ୍...