Posts

Showing posts with the label WPF କ’ଣ ?

WPF କ’ଣ ? କାହିଁକି ମିଳିବ ନୋବେଲ ଶାନ୍ତି ପୁରସ୍କାର ?

Image
ଚଳିତ ଥର   ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ(WFP) ନୋବେଲ ଶାନ୍ତି ପୁୁୁୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ନୋବେଲ୍‌ କମିଟି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ WFPକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓସ୍‌ଲୋ ଠାରେ ନେବେଲ୍‌ କମିଟିର ଅଧ୍ୟକ୍ଷ ବେରିଟ୍‌ ରେଇସ ନୋବେଲ୍‌ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି। ନେବୋଲ ପୁରସ୍କାର ବିଜେତା WFPର ଅର୍ଥ କଣ ? କାହିଁକି ଏହାକୁ ନୋବେଲ୍‌ ଶାନ୍ତି ପୁରସ୍କାର ମିଳିବ ଆସନ୍ତୁ ଏ ବିଷୟରେ ଜାଣିବା। WFPର ଅର୍ଥ କଣ ?  WFPର ଫୁଲ୍‌ଫର୍ମ ବା ପୂରା ନାମ ହେଲା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌। ଏହା ଏକ ବିଶ୍ୱସ୍ତରୀୟ ସଂସ୍ଥା, ଯାହା ଜାତୀସଂଘ ସହିତ ଜଡ଼ିତ ହୋଇଛି। ବିଶ୍ୱରେ କ୍ଷୁଧା ନିବାରଣ କରିବାର ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ବିଶ୍ୱସ୍ତରରେ କ୍ଷୁଧା ନିବାରଣ ପାଇଁ ୧୯୬୧ ମସିହାର ଜାତିସଂଘ ଦ୍ୱାରା ଏହାର ଗଠନ ହୋଇଥିଲା। ରୋମ୍‌ ଓ ଇଟାଲୀରେ ଏହାର ମୁଖ୍ୟାଳୟ ରହିଛି। ସଂସ୍ଥାର ତାର ଲକ୍ଷ୍ୟ ହାସ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ WFP ଭୋକ ପାଇଁ ଯୁଝୁଥିବା ବିଶ୍ୱର ୧୫ ପ୍ରତିଶତରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାଏ। କ୍ଷୁଧାର୍ତ୍ତଙ୍କୁ ଏହା କିପରି ସାହାଯ୍ୟ କରିଥାଏ? WFP ତାର Food-For-Life କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ସଂଗ୍ରହ କରି ପ୍...