୩ୟ ପର୍ଯ୍ୟାୟ ତାଲାବନ୍ଦରେ କଣ ବନ୍ଦ, କଣ ରହିବ ଖୋଲା? ବିଏମସି ଓ ସିଏମସି ପକ୍ଷରୁ ଗାଇଡଲାଇନ ଜାରି: ଖୋଲିବ ପରିବା ଦୋକାନ, ଚାଲିବ ନିର୍ମାଣ କାମ; ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଭଳି କଟକଣା, ଖୋଲିବନି ହୋଟେଲ, ଥ୍ରୀଏଟର କି ସିନେମା ହଲ
ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ପାଇଁ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଲକଡାଉନ ମେ ୧୭ ତାରିଖ ଯାଏଁ ବଳବତର ରହିବ । ଏହି ତାଲାବନ୍ଦ ସମୟରେ କଣ ଖୋଲା ରହିବ କଣ ବନ୍ଦ ରହିବ ସେ ନେଇ ଗାଇଡ ଲାଇନ ଜାରି କରିଛି ବିଏମସି । ଅତ୍ୟାବଶ୍ୟକ ସାମଗ୍ରୀ, ଶିଳ୍ପ ଉଦ୍ୟୋଗ, ମାଲ ପରିବହନ, ଔଷଧ, ଚିକିତ୍ସା ସମ୍ବନ୍ଧୀୟ ଉପକରଣ, ନିର୍ମାଣ କାମ ବିଏମସି ପରିସରରେ ଚାଲିପାରିବ । ସେହିପରି ୪ ଚକିଆ ଯାନରେ ଡ୍ରାଇଭର ସହ ୨ଜଣ ଯାଇପାରିବେ । ଦୁଇ ଚକିଆ ଯାନରେ ଦୁଇ ଜଣ ବସିବା ମନା । ଓଲା, ଉବେର ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ନେଇ ପାରିବେ । ଘରୋଇ କାର୍ଯ୍ୟାଳୟରେ ୩୩ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ମେଡିକାଲ ସର୍ଭିସ, ଏୟାର ଆମ୍ବୁଲାନ୍ସ, ନିରାପତା ସଂପର୍କିତ କାର୍ଯ୍ୟରେ ବିମାନ ଚଳାଚଳ କରିବ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ନେଇ ମଧ୍ୟ ବିମାନ ଚଳାଚଳ କରିପାରିବ । ବିଏମସି ପରିସରରେ ବସ ଚଳାଚଳ କରିିବ ନାହିଁ । ରିକ୍ସା, ଅଟୋ, ଟ୍ୟାକ୍ସି ଚଳାଚଳ ଉପରେ କଟକଣା । ତେବେ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ନେଇ ମେଡିକାଲ ଯାଇ ପାରିବେ । ସ୍କୁଲ, କଲେଜ, ଟ୍ରେନି ସେଂଟର, କୋଚିଂ ସେଂଟର ବନ୍ଦ ରହିବ । ଅନଲାଇନ ଶିକ୍ଷାଦାନ ପାଇଁ ଅନୁମତି ରହିଛି । ସେହିପରି ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତ...