ମାଟି ଛୁଇଁଲା ମହାବାତ୍ୟା; ସମୁଦ୍ରରୁ ଯାଇ ସ୍ଥଳଭାଗରେ ଅମ୍ଫାନର ଶେଷ ଯାତ୍ରା; ସୁନ୍ଦରବନରେ ଲ୍ୟାଣ୍ଡଫଲ ପରେ ଭୟଙ୍କର କ୍ଷତିରୁ ଅଳ୍ପକେ ବର୍ତ୍ତିଗଲା ଓଡିଶା
ଓଡିଶା ପ୍ରତି ଟଳିଲା ବିପଦ । ଶେଷ ହେଲା ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମୁଦ୍ର ଭିତରୁ ସୁ ସୁ ଗର୍ଜନ କରି ଆସୁଥିବା ମହାବାତ୍ୟା ସୁନ୍ଦରବନରେ ମାଡ ହୋଇଛି । ତେବେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଆଉ ସୁନ୍ଦରବନ ଅତିକ୍ରମ କଲାବେଳେ ପବନର ବେଗ ୧୫୫ରୁ ୧୬୫ କି.ମି ଥିଲା । ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୫ କିମି ଛୁଇଁଥିଲା । ଦୀଘ-ହାତୀଆ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି ଅମ୍ଫାନ । ତେବେ ଓଡିଶାରେ ଉଗ୍ର ରୂପ ଦେଖାଇ ପଶ୍ଚିମବଙ୍ଗ ଆଡକୁ ମାଡିଥିଲା ବାତ୍ୟା ଅମ୍ଫାନ । ଘଂଟାକୁ ୨୮ କିଲୋମିଟର ବେଗରେ ସୁନ୍ଦରବନ ଆଡକୁ ଗତି ଶେଷରେ ଲ୍ୟାଣ୍ଡଫଲ କରିଛି । ୨ଟା ୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ପାଖାପାଖି ୪ ଘଣ୍ଟା ଲ୍ୟାଣ୍ଡଫଲର ପ୍ରକୋପ ରହିଥିଲା । ଆଉ ଏହାର ପ୍ରଭାବ ଉତ୍ତର ଓଡିଶାରେ ପଡିଥିଲା । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ପ୍ରବଳ ବର୍ଷା, ପବନ ସହ ତାଣ୍ଡବ ରଚିଥିଲା ଅମ୍ଫାନ । ସେପଟେ ଅମ୍ଫାନ ଆଖିରୁ ବର୍ତ୍ତିଗଲା ଓଡ଼ିଶା । ବାତ୍ୟା ଜନିତ ଭୟଙ୍କର କ୍ଷୟକ୍ଷତି ସ୍ଥିତି ଟଳିଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ପୂର୍ବାନୁମାନ ପରି ପ୍ରଭାବିତ ୪ଟା ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରାଯାଉଛି । ଆସନ୍ତାକାଲି ସୁଦ୍ଧା ପୂର୍ଣ୍ଣ ରିପୋର୍ଟ ଆସିବ । ...