ସମନ୍ୱୟ ନାହିଁ, କୃଷି କ୍ୟାବିନେଟକୁ ଭୁଲି ଗଲେ ବିହନ, ସାର, କୀଟନାଶକ, ସବୁଥିରେ କେଁ, ଶୀତଳଭଣ୍ଡାର, ବଜାର ବ୍ୟବସ୍ଥା ଅକାମୀ
ଭୁବନେଶ୍ୱର : ଆବଶ୍ୟକ ପରିମାଣର ବିହନ ନାହିଁ। ଠିକ୍ ସମୟରେ ସାର ମିଳୁନି। କୀଟନାଶକ ଯୋଗାଣରେ ଭୀଷଣ ଅବ୍ୟବସ୍ଥା। ବର୍ଷା ଯଦି ଠିକ୍ ଭାବେ ନ ହେଲା, ତେବେ କଥା ସରିଲା। କରୋନା ଭଳି ସାଂଘାତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲୋକେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି, ଓଡ଼ିଶାର କୃଷି କ୍ଷେତ୍ରରୁ ଏଭଳି ନକାରାତ୍ମକ ସଙ୍କେତ ଆସୁଛି। କେବଳ ସେତିକି ନୁହେଁ, ଯେଉଁ ଚାଷୀ ଫସଲ ଉତ୍ପାଦନ କରିସାରିଲେଣି ସେ ବି ଚିନ୍ତାରେ। କାରଣ ଆଖିଦୃଶିଆ ଫସଲ ଉତ୍ପାଦନ କଲେ ମଧ୍ୟ ଚାଷୀର ଅଭାବୀ ବିକ୍ରି ପିଛା ଛାଡ଼ୁନି। ଦଲାଲଙ୍କ କବଳରୁ ଚାଷକୁ ମୁକାଳିପାରୁନାହାନ୍ତି ସରକାର। କୃଷି ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି ଯେ କୃଷି, ଜଳସେଚନ, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଛି ନା ନାହିଁ? ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ରାଜ୍ୟ ସରକାର କୃଷି କ୍ୟାବିନେଟ୍ ବୈଠକ କରନ୍ତି। କାହିଁକି ଦୁଇବର୍ଷ ହେଲାଣି ଏହି ବୈଠକ ବସୁନାହିଁ? ଚାଷୀ ଓ ଚାଷ ଆଉ କିଭଳିସ୍ତରରେ ପହଞ୍ଚିଲେ, ସରକାର ହେଜିବେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କୃଷି କ୍ୟାବିନେଟ୍ ଗଠନ ହୋଇଛି ତ? ଏହି ମହଲର ମତ ହେଉଛି, ରାଜ୍ୟ ସରକାର ୨୦୧୩-୧୪ ମସିହାରୁ କୃଷି କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରୁଛନ୍ତି। ପୂର୍ବାପେକ୍ଷା କୃଷି ପାଇଁ ଯଥେଷ୍ଟ ଅଧିକ ଅର୍ଥ ବରାଦ କରାଯାଉଛି। ହେଲେ ଏହାର ଠୋସ...