ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ • ୨୦ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ • ମୋଟ ପ୍ୟାକେଜ ମୂଲ୍ୟ ଜିଡିପିର ୧୦ ପ୍ରତିଶତ • ବିଭିନ୍ନ କ୍ଷେତ୍ରରେ ଦୃଢ଼ ସଂସ୍କାର ଭାରତକୁ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ନେବ : ପ୍ରଧାନମନ୍ତ୍ରୀ • ଆମର ସ୍ଥାନୀୟ ଉତ୍ପାଦକୁ ବିଶ୍ଵସ୍ତରରେ ପହଞ୍ଚାଇବାର ସମୟ ଆସିଛି : ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ • ୨୦ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ • ମୋଟ ପ୍ୟାକେଜ ମୂଲ୍ୟ ଜିଡିପିର ୧୦ ପ୍ରତିଶତ • ବିଭିନ୍ନ କ୍ଷେତ୍ରରେ ଦୃଢ଼ ସଂସ୍କାର ଭାରତକୁ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ନେବ : ପ୍ରଧାନମନ୍ତ୍ରୀ • ଆମର ସ୍ଥାନୀୟ ଉତ୍ପାଦକୁ ବିଶ୍ଵସ୍ତରରେ ପହଞ୍ଚାଇବାର ସମୟ ଆସିଛି : ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ସଙ୍କଟ ଅପ୍ରତ୍ୟାଶିତ, କିନ୍ତୁ ଏହି ଯୁଦ୍ଧରେ ଆମେ ନିଜକୁ ସୁରକ୍ଷିତ ରଖି ଆଗକୁ ଆଗେଇଯିବା ଆବଶ୍ୟକ । ଆତ୍ମନିର୍ଭରଶୀଳ ଭାରତ କୋଭିଡ ପୂର୍ବ ଏବଂ ପରବର୍ତ୍ତୀ ବିଶ୍ଵ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟପୂରଣ କରିବାକୁ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ । ସଙ୍କଟକୁ ସୁଯୋଗରେ ପରିଣତ କରିବାର ସଂକ୍ରାନ୍ତରେ ଉଦାହରଣ ଦେଇ ସେ କହିଥିଲେ ଯେ ପୂର୍ବରୁ ଭାରତରେ ଏନ-୯୫ ଓ ପିପିଇ କିଟ ଉତ୍ପାଦନ ନଗଣ୍ୟ ଥିବା ବେଳେ ବର୍ତ୍ତମାନ ଦେଶରେ ଏ ଦୁଇଟି ସାମଗ୍ରୀ ଦୈନିକ ପାଖାପାଖି ୨ ଲକ୍ଷ ଲେଖାଏଁ ଉତ୍ପାଦନ କରାଯାଉଛି । ପ୍ରଧାନମନ୍ତ୍ରୀ କହି...