ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ
ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ: ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’। ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ ସଂପୃକ୍ତ ସାମ୍ୱାଦିକଙ୍କ ବିରୋଧରେ ଏକ କେସ୍ ରୁଜୁ କରିଥିଲେ। ଏଥିରେ ଆସୋସିଏସନଗୁଡ଼ିକ ଦର୍ଶାଇଥିଲେ ଯେ, ପର୍ଯ୍ୟଟନ ସିଜିନରେ ମନ୍ଦ ଉଦ୍ଦେଶ୍ୟ ରଖି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏହି ଖବର ପ୍ରକାଶ ପାଇଛି। ଏହି ଖବରର କୌଣସି ସତ୍ୟତା ନାହିଁ। ଏଭଳି ଘଟଣା ଆଦୌ ଘଟିନାହିଁ ବୋଲି ମଧ୍ୟ ଅଭିଯୋଗକାରୀମାନେ ଦର୍ଶାଇଥିଲେ। ଜାମ୍ମୁ ଓ କାଶ୍ମୀରରେ ସେତେବେଳେ ପ୍ରଚଳିତ ଥିବା ‘ରଣବୀର ପେନାଲ କୋଡ’ର ଧାରା ୫୦୧ (୧) (ଖ) ଧାରାରେ ଏହି କେସ୍ ରୁଜୁ ହୋଇଥିଲା। ଭାରତୀୟ ପେନାଲ୍ କୋଡର ଧାରା ସହ ଏହା ପ୍ରାୟ ସମାନ। ଏହି ଧାରା କହେ- ‘ଯଦି କେହି ମନ୍ଦ ଉଦ୍ଦେଶ୍ୟ ରଖି କୌଣସି ଗୁଜବ ପ୍ରକାଶ କରେ ବା ପ୍ରଚାର କରେ ଯାହାକି ସାଧାରଣରେ ବା ଗୋଟିଏ ଗୋଷ୍ଠୀର ଲୋକଙ୍କ ମନରେ ଭୟ ସୃଷ୍ଟି କରେ, ତାହା ...