Posts

Showing posts with the label ମାଳମାଳ ନଦୀ

ମାଳମାଳ ନଦୀ, ତଥାପି ମରୁଡ଼ି ପରିସ୍ଥିତିକେନାଲ ପାଣି କାହିଁକି ପହଞ୍ଚି ପାରୁନି?

Image
ଭୁବନେଶ୍ୱର : ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ୧୭% କମ୍ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ କମ୍ ବର୍ଷା ହୋଇଛି ପୁରୀ ଜିଲ୍ଲାରେ (୫୨%)। କେନ୍ଦ୍ରାପଡ଼ା (୪୮%), ଯାଜପୁର (୪୭%), ଖୋର୍ଧା (୪୬%), ବାଲେଶ୍ବର (୪୧%), କଟକ (୪୦%), ସୋନପୁର (୩୭%), ଜଗତସିଂହପୁର (୩୪%), ମୟୂରଭଂଜ (୨୬%), ନୟାଗଡ (୨୫%), କେନ୍ଦୁଝର (୨୨%) ଓ ବଲାଙ୍ଗୀରରେ (୨୧%) ବି କମ୍ ବର୍ଷା ରେକର୍ଡ ହୋଇଛି। ଯଦିଓ ବେସରକାରୀ ଭାବେ ପାଖାପାଖି ୧୨ଟି ଜିଲ୍ଲାରେ ଚାଷ ବିପଜ୍ଜନକ ସ୍ଥିତିକୁ ଚାଲିଗଲାଣି ବୋଲି କୁହାଯାଉଛି, ସରକାର କିନ୍ତୁ ଅଲଗା ଚିତ୍ର ରଖୁଛନ୍ତି। କୃଷି ବିଭାଗ ତଥ୍ୟ ଅନୁସାରେ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା, ପୁରୀ ଓ ନୟାଗଡର ପାଖାପାଖି ୨୫ଟି ବ୍ଲକରେ ଚାଷ କାର୍ଯ୍ୟ ପଛାଇଯାଇଛି। ସ୍ବଳ୍ପ ବୃଷ୍ଟିପାତ ହେତୁ କଟକ ଜିଲ୍ଲାର କଟକ ସଦର, ତିଗିରିଆ, ନିଶ୍ଚିନ୍ତ କୋଇଲି, ସାଲେପୁର ବ୍ଲକରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସେହିଭଳି ଜଗତସିଂହପୁରର ରଘୁନାଥପୁର, ନାଉଗାଁ, ବିରିଡି, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, େଡରାବିଶ, ଖୋର୍ଧା ଜିଲ୍ଲାର ଟାଙ୍ଗି, ବେଗୁନିଆ, ବୋଲଗଡ, ବାଣପୁର, ଖୋର୍ଧା ସଦର, ଚିଲିକା,ଜଟଣୀ, ଭୁବନେଶ୍ବରରେ ଚାଷ କାର୍ଯ୍ୟ ପଛାଇଛି। ପୁରୀ ଜିଲ୍ଲାର ନିମାପଡା, କାକଟପୁର, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ନୟାଗଡ଼ ଜିଲ୍ଲାର ରଣପୁର, ନୂଆଗାଁ, ଭାପୁରରେ ବି ଚାଷୀ ଚିନ୍ତାରେ। ତେବେ ଆଜିଠ...