Posts

Showing posts with the label ଉତ୍ତର ଓଡ଼ିଶାର ୬ ଜିଲ୍ଲାକୁ ଅଧିକ ବିପଦ

ବୁଲ୍‌ବୁଲ୍ ରାସ୍ତାରେ ଅମ୍ଫାନ, ଟିକିଏ ଉଗ୍ର : ସକାଳୁ ସକାଳୁ ବିତ୍ପାତ, ଉତ୍ତର ଓଡ଼ିଶାର ୬ ଜିଲ୍ଲାକୁ ଅଧିକ ବିପଦ

Image
       ଅମ୍ଫାନ ପାଇଁ ପୁରୀ ସମୁଦ୍ର ଅଶାନ୍ତ ୧୦୦ କିଲୋମିଟରରୁ ଅଧିକ ପବନ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ ୯ଟାରେ ପାରାଦୀପ, ୧୧.୩୦ରେ ଚାନ୍ଦବାଲି ଭୁବନେଶ୍ବର : ଯେଉଁ ରାସ୍ତାେର ଗତବର୍ଷ ବୁଲ୍‌ବୁଲ୍‌ ଯାଇଥିଲା, ପାଖାପାଖି ସେହି ରାସ୍ତାରେ ତା’ଠାରୁ ଅଧିକ ଉଗ୍ର ରୂପ ଧରି ବାତ୍ୟା ଅମ୍ଫାନ୍ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ।  ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୨୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ। ଅପରାହ୍ନ ୪ଟା ବେଳକୁ ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ଓଡ଼ିଶାରେ ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ, ଯଦିଓ ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟା ଅମ୍ଫାନ୍ ତାର ଉପସ୍ଥିତି ସଂପର୍କରେ ଏବେଠାରୁ ଆଭାସ ଦେଇସାରିଲାଣି। ଗଞ୍ଜାମ ଠାରୁ ଆରମ୍ଭ କରି ପୁରୀ, ଭଦ୍ରକ ଯାଏ ପବନର ଗତି ଧ...