Posts

Showing posts with the label ବଦଳିଲା କ୍ୱାରେଣ୍ଟିନ ରୁଲ୍

ବଦଳିଲା କ୍ୱାରେଣ୍ଟିନ ରୁଲ୍: ଗାଁ ଓ ସହରରେ ପ୍ରବାସୀଙ୍କ ସଂଗରୋଧ ପାଇଁ ପୃଥକ ନିୟମ

Image
  ଭୁବନେଶ୍ୱର : ବଦଳିଲା କ୍ୱାରେଣ୍ଟିନ ନିୟମ। କ୍ୱାରେଣ୍ଟିନରେ ରହିବା ଅବଧିକୁ ସରକାର ୨୧ ଦିନରୁ ୧୪ ଦିନକୁ ହ୍ରାସ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳକୁ ବାହାରୁ ଆସୁଥିବା ବ୍ୟକ୍ତି ପ୍ରଥମ ୭ ଦିନ ପାଇଁ ଇନଷ୍ଟିଚ୍ୟୁଟସାନଲ କ୍ୱାରେଣ୍ଟିନ ସେଣ୍ଟରରେ ରହିବେ। କରୋନା ଲକ୍ଷଣ ନଥିଲେ ସେମାନଙ୍କୁ କ୍ୱାରେଣ୍ଟିନ ସେଣ୍ଟରରୁ ଛାଡ଼ି ଦିଆଯିବ। ସେଠାରୁ ଯିବା ପରେ ନିଜ ଘରେ ଆଉ ୭ ଦିନ ପାଇଁ କ୍ୱାରେଣ୍ଟିନରେ ରହିବେ। ତେବେ ସଂପୃକ୍ତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଥିଲେ ବା ତାଙ୍କଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ଥିବା ଅନୁଭବ କରନ୍ତି ତା ହେଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତାଙ୍କ କ୍ୱାରେଣ୍ଟିନ ଅବଧି ବଢ଼ାଇ ପାରିବେ। ଏହି ସମୟ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ହିଁ ରଖାଯିବ। କ୍ୱାରେଣ୍ଟିନରେ ଥିବାବେଳେ ଯଦି କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ। ସେହିପରି ସହରାଞ୍ଚଳବାସୀଙ୍କ ପାଇଁ ମଧ୍ୟ କ୍ୱାରେଣ୍ଟିନ ନିୟମ ବଦଳାଇଛନ୍ତି ସରକାର। ରାଜ୍ୟ ବାହାରୁ ଆସୁଥିବା ସହରାଞ୍ଚଳ ଲୋକେ ୧୪ ଦିନ ପାଇଁ ନିଜ ଘରେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି ଘରେ କ୍ୱାରେଣ୍ଟିନରେ ରହିବା ସୁବିଧା ନଥିବ ତାହେଲେ ସରକାରୀ କ୍ୱାରେଣ୍ଟିନ ସେଣ୍ଟର...