Posts

Showing posts with the label ବିଦାୟ ୨୦୨୫

ବିଦାୟ ୨୦୨୫

Image
ବିଦାୟ ୨୦୧୫: ସମୟ ନିରବରେ ଚାଲିଯାଏ ଦିନ ପରେ ଦିନ, ମାସ ପରେ ମାସ ଏବଂ ଏକ ବର୍ଷ ପରେ ଆଉ ଏକ ବର୍ଷ। ଏହି ଅନବରତ ଗତିରେ ଆମ ଜୀବନ ମଧ୍ୟ ଆଗକୁ ବଢ଼ିଯାଏ। ଆଜି ପୁରୁଣା ବର୍ଷ ଆମ ଜୀବନରୁ ବିଦାୟ ନେଉଛି, ସେ ବର୍ଷ ଆମକୁ ଅନେକ ସ୍ମୃତି ଦେଇଛି, କେବେ ହସରେ ଭରିଥିବା ମୁହୂର୍ତ୍ତ, କେବେ ଅଶ୍ରୁରେ ଭିଜିଥିବା ଦିନ, କେବେ ସଫଳତାର ଆନନ୍ଦ, ତ କେବେ ପୁଣି ବିଫଳତାର ଶିକ୍ଷା। ପୁରୁଣା ବର୍ଷ ଆମକୁ ଯେତେ ଯନ୍ତ୍ରଣା ଦେଇଥିବା ସତେ ସେତେ ସେ ଆମକୁ ଅନୁଭବ, ଧୈର୍ଯ୍ୟ ଓ ସାହସ ମଧ୍ୟ ଦେଇଛି। ପୁରୁଣା ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ଏକ ଶିକ୍ଷା ଥିଲା। ଯେଉଁ ଭୁଲ ଆମେ କରିଥିଲୁ ସେଗୁଡ଼ିକ ଆମକୁ ଶିଖାଇଲା କିପରି ଆଗାମୀ ଦିନରେ ଭଲ ହେବାକୁ। ଯେଉଁ ସଫଳତା ମିଳିଥିଲା ସେଗୁଡ଼ିକ ଆମକୁ ବିଶ୍ୱାସ ଦେଲା, ଯଦି ଚେଷ୍ଟା ରହିଲେ ସଫଳତା ନିଶ୍ଚୟ ଆସେ। କେତେକ ସ୍ୱପ୍ନ ପୂରଣ ହେଲା ଆଉ କେତେକ ସ୍ୱପ୍ନ ଅଧୂରା ରହିଗଲା, କିନ୍ତୁ ସେହି ଅଧୂରା ସ୍ୱପ୍ନମାନେ ହିଁ ନୂଆ ବର୍ଷ ପାଇଁ ଆଶାର ଆଲୋକ ହୋଇ ରହିଛି। ଆଜି ଯେତେବେଳେ ଆମେ ପୁରୁଣା ବର୍ଷକୁ ବିଦାୟ ଦେଉଛୁ ସେତେବେଳେ ମନରେ କୃତଜ୍ଞତା ରଖିବା ଦରକାର। ଭଲ ମନ୍ଦରେ ଯେଉଁ ଲୋକମାନେ ଆମ ସହିତ ଥିଲେ ପରିବାର, ବନ୍ଧୁ, ସହଯୋଗୀ ସେମାନଙ୍କ ସହଯୋଗ ଓ ସ୍ନେହ ଆମକୁ ଶକ୍ତି ଦେଇଛି। ଯେଉଁ ଲୋକମାନେ ଦୂରେ ଚାଲିଗଲେ କିମ୍ବା ମନରୁ ଅଲଗା ହୋଇଗଲେ ସେମାନଙ୍କ ସ୍ମୃତି ମଧ୍ୟ ଆମକୁ ଜୀବନର ମୂଲ୍ୟ ବୁଝାଇ...