ଲୋକଡାଉନରେ ମାଲକାନଗିରି ଜିଲ୍ଲା
ମାଲକାନଗିରି: ବିଶ୍ବ ମହାମାରୀ କୋରୋନା ଭୁତାଣୁ ସଂକ୍ରମଣ ଭୟରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ୨୧ ଦିନିଆ ଲୋକଡାଉନ ଘୋଷଣା ପରେ ମାଲକାନଗିରି ଜିଲ୍ଲାରେ ବି ଜରୁରୀ କାର୍ଯ୍ୟ ଚାଲୁଥିବା ବେଳେ ଅନ୍ଯ ସବୁ ବନ୍ଦ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଭାଇରସ୍ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲୋକ୍ଡାଉନ୍। ଦୋକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ଅନେକ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ପଡୁଛି। ଏପରିସ୍ଥଳେ ଲୋକ୍ଡାଉନ୍କୁ ସବୁ ସ୍ତରରେ ସମର୍ଥନ ରହିଛି ସତ, ତେବେ ଗରିବ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖାଗଲାଣି। ଏଥିରୁ ଫାଇଦା ଉଠାଇବାକୁ କେତେଜଣ ବ୍ୟବସାୟୀ ପଛାଉନାହାନ୍ତି। ସବୁ ସାମଗ୍ରୀର ଦରଦାମ୍ ବୃଦ୍ଧି କଲେଣି। ବିଶେଷକରି ବଜାରରେ ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ପରିବହନ ସମସ୍ୟା ବୋଲି କୁହାଯାଉଛି। ତେବେ ପରିବହନ ପାଇଁ କଟକଣା ନ ଥିଲେ ସୁଦ୍ଧା ଦୂର ଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକ୍ଗୁଡ଼ିକ ରାସ୍ତାରେ ଚକାରେ ପ୍ରେସର ଦେବା ଏବଂ ଟାୟାରପମ୍ପଚର ହେଲେ ଏହାକୁ ସଜାଡ଼ିବା ପାଇଁ ଦୋକାନ ବନ୍ଦ ରହିଥିବାରୁ ସେମାନେ ଆସିବାକୁ ନିରାପଦ ମନେ କରୁନାହାନ୍ତି। ଗାଡ଼ି ମୋଟରରେ ତ୍ରୁଟି ଦେଖାଦେଲେ ସେମାନେ ନାହି...