Posts

Showing posts with the label ମିଳନର ସେତୁ ସାଜିଲେ ସବ୍ୟସାଚୀ

ଲକ୍‌ଡାଉନ୍‌ ଆଣିଥିଲା ବିରହ ଦୁଃଖ, ମିଳନର ସେତୁ ସାଜିଲେ ସବ୍ୟସାଚୀ

Image
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ଥିବା ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ପୁଣି ଏବେ ଚର୍ଚ୍ଚାରେ। ଲକ୍‌ଡାଉନ୍‌ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିବା ବୟସ୍କ ଦମ୍ପତିଙ୍କୁ ଏକାଠି କରି ଶ୍ରଦ୍ଧା ଓ ଭଲ ପାଇବା ସାଉଁଟିଛନ୍ତି ସବ୍ୟସାଚୀ।  ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲଦା ଗାଁର ୮୨ ବର୍ଷୀୟ ଜଗବନ୍ଧୁ ସାହୁ ଏବଂ ତାଙ୍କ ପତ୍ନୀ ୭୬ ବର୍ଷୀୟ ଗୌରୀ ସାହୁ ଲକ୍‌ଡାଉନ୍‌ କଟକଣା ଯୋଗୁ ପରସ୍ପର ଠାରୁ ବହୁ ଦୂରରେ ଥିଲେ।  ଲକ୍‌ଡାଉନ୍ ପୂର୍ବରୁ ଗୌରୀ ଗୁଜରାଟରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। କିନ୍ତୁ ଲକ୍‌ଡାଉନ୍ କଟକଣା ଯୋଗୁ ସେଠାରୁ ସେ ଆଉ ଫେରି ପାରି ନ ଥିଲେ। ଏପରିକି ଜଗବନ୍ଧୁ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେ ସଫଳ ହୋଇ ନ ଥିଲେ।  ଦୀର୍ଘ ୪ ମାସର ପ୍ରୟାସ ପରେ ଶେଷରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ନିଜ ଦୁଃଖ ଜଣାଇଥିଲେ ଜଗବନ୍ଧୁ ଓ ତାଙ୍କ ପୁଅ ସବ୍ୟ। ଏହାପରେ ଗୌରୀଙ୍କୁ ଗୁଜରାଟରୁ ଫେରାଇ ଆଣିବା ଲାଗି ସବ୍ୟସାଚୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏକ ସ୍ୱତନ୍ତ୍ର ବସ୍‌ରେ ଗୌରୀଙ୍କୁ ସୁରତରୁ ସୋରକୁ ଫେରାଇ ଆଣିଥିଲେ ସବ୍ୟସାଚୀ। କଥାରେ ଅଛି ପ୍ରେମ ଆ...