ଚର୍ଚ୍ଚାରେ ଟ୍ରେନିଂ ମହିଳା ପୁଲିସ ଅଧିକାରୀ ଶୁଭଶ୍ରୀ : ପ୍ରଶଂସା କଲେ ଚିରଞ୍ଜୀବୀ, ହାଇଦ୍ରାବାଦ୍ ଯିବେ, ଅମିତାଭଙ୍କୁ ବି ଭେଟିବେ, ଅସହାୟ ମହିଳାଙ୍କୁ ନିଜ ହାତରେ ଖୁଆଇଥିଲେ
ମାଲକାନଗିରି : ନିଜେ ଭୋକରେ ରହିଲେ। ଅସହାୟଙ୍କୁ ନିଜ ଖାଦ୍ୟ ନିଜ ହାତରେ ଖୁଆଇଦେଲେ। ଜଣେ ମହିଳା ପୁଲିସ ଅଧିକାରୀଙ୍କ ଏମିତି ଗୋଟିଏ ହୃଦୟସ୍ପର୍ଶୀ ଭିଡିଓ ମାସକ ତଳେ ଭାଇରାଲ୍ ହୋଇଥିଲା। ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କଲେ। ଯାହାଫଳରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ସବ୍ଇନ୍ସପେକ୍ଟ ତାଲିମ ନେଉଥିବା ମହିଳା ପୁଲିସ ଅଧିକାରୀ ଶୁଭଶ୍ରୀ ନାୟକ। ତେବେ ଏହି ଚର୍ଚ୍ଚା ଏବଂ ପ୍ରଶଂସା ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ। ତେଲୁଗୁ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଚିରଞ୍ଜୀବୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭଶ୍ରୀଙ୍କ ସେହି ଭିଡିଓକୁ ପୋଷ୍ଟ କରି ତାଙ୍କୁ ଅଜସ୍ର ପ୍ରଶଂସା କରିଛନ୍ତି। ଏପରିକି ନିଜେ ଫୋନ କରି ଶୁଭଶ୍ରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ର ମୂଳବାସିନ୍ଦା ହେଲେ ଶୁଭଶ୍ରୀ ନାୟକ। କିଛି ମାସ ତଳେ ସେ ପୁଲିସ ଏସଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ବର ସ୍ଥିତ ତାଲିମ କେନ୍ଦ୍ରରେ ଯୋଗ ଦେଇଥିଲେ। ତେବେ ତାଲିମ ସରିବା ପୂର୍ବରୁ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ମାଲକାନଗିରି ଜିଲ୍ଲାକୁ ପଠାଇଥିଲେ। ଏହାପରେ ମାଲକାନଗିରି-ଛତିଶଗଡ଼ର ରାସ୍ତାର ପଦ୍ମଗିରି ଛକରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେଲେ ଶୁଭଶ୍ରୀ...