ଅଭ୍ୟାସର ଏହି ଛୋଟ ପରିବର୍ତ୍ତନ, ମାତ୍ର ବର୍ଷକରେ ଜୀବନକୁ ଦେବ ନୂଆ ରୂପ
ସଫଳତା ଜୀବନକୁ ପରିବର୍ତ୍ତନ କରେ ନାହିଁ, ବରଂ କିଛି ଛୋଟ ଛୋଟ ଅଭ୍ୟାସ, ଅଜାଣତରେ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ। କହିବାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଜି ଠାରୁ ନିଜର ଛୋଟ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ହେବ। - ଅନ୍ୟ କେହି ତୁମ କାର୍ଯ୍ୟଶୈଳୀର ତର୍ଜମା କଲେ, ତାହାକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ। - ଦୈନଦିନ ଜୀବନର ଅନୁଭୂତିକୁ ଏକ ଡାଏରୀରେ ଲେଖିବାର ଅଭ୍ୟାସ ଆରମ୍ଭ କରନ୍ତୁ। - ନିୟମିତ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ୍ ମାଧ୍ୟମରେ ଯାଞ୍ଚ କରନ୍ତୁ। ବଦ ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ। - ଘରୋଇ କାମ, ବଗିଚା କାମ ଏବଂ ରୋଷେଇରେ ଅଳ୍ପ ସମୟ ମନୋନିବେଶ କରିବା ଉଚିତ୍। - ମେଲର ତୁରନ୍ତ ଉତ୍ତର ଦେବା ଆପଣଙ୍କ ଶିଷ୍ଟାଚାରର ପରିଭାଷା ହେବ। -ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଅର୍ଥାତ୍ କୌଣସି କଥାକୁ ନେଇ ନିଜ ମନର ବିରକ୍ତିଭାବକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ। – ସର୍ବପ୍ରଥମେ ନିଜର ମୂଳ ଆବଶ୍ୟକତା ପୂରଣ କରନ୍ତୁ। ଯାହା କରିବାକୁ ଚାହୁଁଛନ୍ତି, ତାହା ତୁରନ୍ତ କରନ୍ତୁ। -ବିଭିନ୍ନ ପ୍ରକାର ପୁସ୍ତକ ହିଁ ଜ୍ଞାନ ଉଦୟର ମାଧ୍ୟମ ହୋଇଥାଏ। ତେଣୁ ବହି ପଢା ପ୍ରତି ପର୍ଯ୍ୟାପ୍ତ ସମୟ ଦିଅନ୍ତୁ। – ସୋସିଆଲ ସାଇଟ୍ ବ୍ୟବହାର ନିମନ୍ତେ ଏକ ନିର୍ଦିଷ୍ଟ ସମୟସୀ...