ଅଭ୍ୟାସର ଏହି ଛୋଟ ପରିବର୍ତ୍ତନ, ମାତ୍ର ବର୍ଷକରେ ଜୀବନକୁ ଦେବ ନୂଆ ରୂପ

ସଫଳତା ଜୀବନକୁ ପରିବର୍ତ୍ତନ କରେ ନାହିଁ, ବରଂ କିଛି ଛୋଟ ଛୋଟ ଅଭ୍ୟାସ, ଅଜାଣତରେ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଥାଏ। କହିବାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଜି ଠାରୁ ନିଜର ଛୋଟ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ହେବ।
- ଅନ୍ୟ କେହି ତୁମ କାର୍ଯ୍ୟଶୈଳୀର ତର୍ଜମା କଲେ, ତାହାକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ।

- ଦୈନଦିନ ଜୀବନର ଅନୁଭୂତିକୁ ଏକ ଡାଏରୀରେ ଲେଖିବାର ଅଭ୍ୟାସ ଆରମ୍ଭ କରନ୍ତୁ।

- ନିୟମିତ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ୍ ମାଧ୍ୟମରେ ଯାଞ୍ଚ କରନ୍ତୁ। ବଦ ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ। 

- ଘରୋଇ କାମ, ବଗିଚା କାମ ଏବଂ ରୋଷେଇରେ ଅଳ୍ପ ସମୟ ମନୋନିବେଶ କରିବା ଉଚିତ୍।

- ମେଲର ତୁରନ୍ତ ଉତ୍ତର ଦେବା ଆପଣଙ୍କ ଶିଷ୍ଟାଚାରର ପରିଭାଷା ହେବ।

-ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଅର୍ଥାତ୍ କୌଣସି କଥାକୁ ନେଇ ନିଜ ମନର ବିରକ୍ତିଭାବକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ।

– ସର୍ବପ୍ରଥମେ ନିଜର ମୂଳ ଆବଶ୍ୟକତା ପୂରଣ କରନ୍ତୁ। ଯାହା କରିବାକୁ ଚାହୁଁଛନ୍ତି, ତାହା ତୁରନ୍ତ କରନ୍ତୁ।

-ବିଭିନ୍ନ ପ୍ରକାର ପୁସ୍ତକ ହିଁ ଜ୍ଞାନ ଉଦୟର ମାଧ୍ୟମ ହୋଇଥାଏ। ତେଣୁ ବହି ପଢା ପ୍ରତି ପର୍ଯ୍ୟାପ୍ତ ସମୟ ଦିଅନ୍ତୁ।

– ସୋସିଆଲ ସାଇଟ୍ ବ୍ୟବହାର ନିମନ୍ତେ ଏକ ନିର୍ଦିଷ୍ଟ ସମୟସୀମା ରଖିବା ଉଚିତ୍। ଦିନର ଅଧିକାଂଶ ସମୟ ଏଥିର ଅପଚୟ କରି କିଛି ଲାଭ ମିଳେନାହିଁ। ଅନାବଶ୍ୟକୀୟ ଆପ୍‌କୁ ଡିଲିଟ୍ କରିଦିଅନ୍ତୁ।

– ଅନ୍ୟ କେହି ଆପଣଙ୍କୁ ଯେ କୌଣସି କାମ ଦେଲେ ତାହାକୁ ସଙ୍ଗେସଙ୍ଗେ କରି ଦିଅନ୍ତୁ ନାହିଁ। ନିଜ ବ୍ୟକ୍ତିତ୍ବର ପରିଚୟ ପାଇଁ କେତୋଟି ପରିସ୍ଥିତିରେ ଅନ୍ୟକୁ ନା…କହିବା ଉଚିତ୍।

– ଆପଣଙ୍କ ପାଖରେ ଯାହା ଅଛି ତାହା ବ୍ୟବହାର କରନ୍ତୁ। ଅର୍ଥାତ୍ ଯଦି ଆବଶ୍ୟକୀୟ ରୋଷେଇ ସାମଗ୍ରୀରେ ନାହିଁ, ଅଳ୍ପ ସାମଗ୍ରୀରେ ରୋଷେଇ କରିବାର ଅଭ୍ୟାସକୁ ଆପଣେଇ ନିଅନ୍ତୁ। ତାହା ହିଁ ଆପଣଙ୍କ ପାରିବା ପଣିଆର ପରିଚୟ ଦେବ।


– ପ୍ରତିଦିନ ଗୋଟିଏ କମ୍ ଅସ୍ୱାସ୍ଥ୍ୟକର ସ୍ନାକ୍ସ ଖାଆନ୍ତୁ। ଅର୍ଥାତ୍ ନିୟମିତ ସ୍ନାକ୍ସ ଖାଉଥିଲେ ପ୍ରତିଦିନ ଗୋଟିଏ ଲେଖାଏଁ କମାନ୍ତୁ।

– ନିଜ ଜୀବନଶୈଳୀ ପରିବର୍ତ୍ତନ କରିବାର ଚାବିକାଠି ଆପଣଙ୍କ ପାଖରେ ହିଁ ଅଛି। ଅନ୍ୟ କାରଣରୁ ତାହା ପ୍ରଭାବିତ ହେଉଛି କହିବା ହିଁ ସବୁଠୁ ବଡ଼ ଭୁଲ୍।
– ଜିଦ୍‌କୁ ପ୍ରଶୟ ନ ଦେଇ ବରଂ ନିଜ ଲକ୍ଷ୍ୟକୁ ପ୍ରାଧାନ୍ୟ ଦେଇ ଅଗ୍ରସର ହୁଅନ୍ତୁ।

- ପ୍ରତ୍ୟେକ ଦିନ ନିଜକୁ ପଚାରିବା ଆରମ୍ଭ କରନ୍ତୁ: “ମୁଁ ଆଜି କିପରି ମୋ ଜୀବନ ପରିବର୍ତ୍ତନ କରିପାରିବି?”

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ