Posts

Showing posts with the label ସ୍ଥଗିତ ରଥଯାତ୍ରାର ଇତିହାସ

ସ୍ଥଗିତ ରଥଯାତ୍ରାର ଇତିହାସ

Image
ପୁରୀ: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌ ବେଳକୁ ଏହାର କୋପ ଅଧିକ ଥିବା ଭଳି ଜଣାପଡୁଛି। ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଇତିହାସ ପୃଷ୍ଠାକୁ ଓଲଟାଇଲେ ରଥଯାତ୍ରା ବନ୍ଦ ହେବା ସେମିତି କିଛି ନୂଆ ନୁହେଁ। ପୂର୍ବରୁ ଶ୍ରୀମନ୍ଦିର ଉପରେ ଆକ୍ରମଣଜନିତ ପ୍ରତିକୂଳ ପରିସ୍ଥିତିରେ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ରହିଥିବାବେଳେ ୧୫୫ବର୍ଷ ଧରି ହୋଇପାରିନି ଦାରୁଦିଅଁଙ୍କ ଘୋଷଯାତ୍ରା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀମାନେ ୧୮ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଥିଲାଗି ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଛି। ଅର୍ଥାତ୍‌ ୧୫୫ ବର୍ଷ ବନ୍ଦ ରହିଥିଲା ମହାପ୍ରଭୁଙ୍କ ରଥଯାତ୍ରା। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ମଧ୍ୟରୁ ୬୭୦-୬୭୫ ମସିହା ମଧ୍ୟରେ ରକ୍ତବାହୁ ଆକ୍ରମଣ କରିବା ପରେ ମହାପ୍ରଭୁ ମହାନଦୀର ଜଳପଥରେ ଯାଇ ସୋନପୁରରେ ପହଞ୍ଚତ୍ଥିଲେ। ସୋନପ...