ବିଦାୟ ୨୦୨୫

ବିଦାୟ ୨୦୧୫:

ସମୟ ନିରବରେ ଚାଲିଯାଏ ଦିନ ପରେ ଦିନ, ମାସ ପରେ ମାସ ଏବଂ ଏକ ବର୍ଷ ପରେ ଆଉ ଏକ ବର୍ଷ। ଏହି ଅନବରତ ଗତିରେ ଆମ ଜୀବନ ମଧ୍ୟ ଆଗକୁ ବଢ଼ିଯାଏ।
ଆଜି ପୁରୁଣା ବର୍ଷ ଆମ ଜୀବନରୁ ବିଦାୟ ନେଉଛି, ସେ ବର୍ଷ ଆମକୁ ଅନେକ ସ୍ମୃତି ଦେଇଛି, କେବେ ହସରେ ଭରିଥିବା ମୁହୂର୍ତ୍ତ, କେବେ ଅଶ୍ରୁରେ ଭିଜିଥିବା ଦିନ, କେବେ ସଫଳତାର ଆନନ୍ଦ, ତ କେବେ ପୁଣି ବିଫଳତାର ଶିକ୍ଷା। ପୁରୁଣା ବର୍ଷ ଆମକୁ ଯେତେ ଯନ୍ତ୍ରଣା ଦେଇଥିବା ସତେ ସେତେ ସେ ଆମକୁ ଅନୁଭବ, ଧୈର୍ଯ୍ୟ ଓ ସାହସ ମଧ୍ୟ ଦେଇଛି।

ପୁରୁଣା ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ଏକ ଶିକ୍ଷା ଥିଲା। ଯେଉଁ ଭୁଲ ଆମେ କରିଥିଲୁ ସେଗୁଡ଼ିକ ଆମକୁ ଶିଖାଇଲା କିପରି ଆଗାମୀ ଦିନରେ ଭଲ ହେବାକୁ। ଯେଉଁ ସଫଳତା ମିଳିଥିଲା ସେଗୁଡ଼ିକ ଆମକୁ ବିଶ୍ୱାସ ଦେଲା, ଯଦି ଚେଷ୍ଟା ରହିଲେ ସଫଳତା ନିଶ୍ଚୟ ଆସେ। କେତେକ ସ୍ୱପ୍ନ ପୂରଣ ହେଲା ଆଉ କେତେକ ସ୍ୱପ୍ନ ଅଧୂରା ରହିଗଲା, କିନ୍ତୁ ସେହି ଅଧୂରା ସ୍ୱପ୍ନମାନେ ହିଁ ନୂଆ ବର୍ଷ ପାଇଁ ଆଶାର ଆଲୋକ ହୋଇ ରହିଛି।

ଆଜି ଯେତେବେଳେ ଆମେ ପୁରୁଣା ବର୍ଷକୁ ବିଦାୟ ଦେଉଛୁ ସେତେବେଳେ ମନରେ କୃତଜ୍ଞତା ରଖିବା ଦରକାର। ଭଲ ମନ୍ଦରେ ଯେଉଁ ଲୋକମାନେ ଆମ ସହିତ ଥିଲେ ପରିବାର, ବନ୍ଧୁ, ସହଯୋଗୀ ସେମାନଙ୍କ ସହଯୋଗ ଓ ସ୍ନେହ ଆମକୁ ଶକ୍ତି ଦେଇଛି। ଯେଉଁ ଲୋକମାନେ ଦୂରେ ଚାଲିଗଲେ କିମ୍ବା ମନରୁ ଅଲଗା ହୋଇଗଲେ ସେମାନଙ୍କ ସ୍ମୃତି ମଧ୍ୟ ଆମକୁ ଜୀବନର ମୂଲ୍ୟ ବୁଝାଇଛି। ପୁରୁଣା ବର୍ଷକୁ ଆମେ ରାଗ, ଦୁଃଖ, ଅଭିଯୋଗ ସହିତ ନୁହେଁ ବରଂ ଶିକ୍ଷା, ଅନୁଭବ ଓ ସ୍ମୃତି ସହିତ ବିଦାୟ ଦେବା ଉଚିତ।

ନୂଆ ବର୍ଷ ହେଉଛି ଏକ ନୂଆ ଆରମ୍ଭ। ଏହା କେବଳ କ୍ୟାଲେଣ୍ଡରରେ ଏକ ତାରିଖ ପରିବର୍ତ୍ତନ ନୁହେଁ ଏହା ମନରେ ନୂଆ ଆଶା, ନୂଆ ସ୍ୱପ୍ନ ଓ ନୂଆ ସଂକଳ୍ପର ଜନ୍ମ। ନୂଆ ବର୍ଷ ଆମକୁ ଆହ୍ୱାନ କରେ ପୁରୁଣା ଭୁଲକୁ ସୁଧାରିବାକୁ, ଭାଙ୍ଗିଯାଇଥିବା ସମ୍ପର୍କକୁ ଜୋଡ଼ିବାକୁ, ଏବଂ ଆମ ମନରେ ଥିବା ଭୟକୁ ଜିତିବାକୁ। ଏହି ବର୍ଷ ଆମେ ଆପଣାପଣି ସହିତ ସତ୍ୟ ହେବାକୁ ପଡ଼ିବ ଆଉ ଆମ ସମ୍ଭାବନାକୁ ଚିହ୍ନିବାକୁ ଓ ଆମ ଦାୟିତ୍ୱକୁ ବୁଝିବାକୁ।

ନୂଆ ବର୍ଷର ସଙ୍କଳ୍ପ କେବଳ କଥାରେ ସୀମିତ ନ ରହୁ। ଆମେ ଯଦି ଭଲ ମଣିଷ ହେବାକୁ ଚାହୁଁଛୁ, ତେବେ ଆମ ଚିନ୍ତା, କଥା ଓ କାର୍ଯ୍ୟରେ ସେଇ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆମେ ଯଦି ସମାଜ ପାଇଁ କିଛି କରିବାକୁ ଚାହୁଁଛୁ, ତେବେ ଛୋଟ କାମରୁ ଆରମ୍ଭ କରିବାକୁ ହେବ, ସତ୍ୟବାଦିତା, ସହାନୁଭୂତି, ସେବା ଓ ଦୟା ମାଧ୍ୟମରେ। ନୂଆ ବର୍ଷ ଆମକୁ ଏହି ସୁଯୋଗ ଦେଇଛି ଆମେ କେମିତି ଏକ ଭଲ ମଣିଷ, ଭଲ ନାଗରିକ ଓ ଭଲ ସମାଜ ଗଢ଼ିପାରିବୁ।

ପୁରୁଣା ବର୍ଷର ଅନ୍ଧକାରକୁ ପଛେଇ ରଖି ନୂଆ ବର୍ଷର ଆଲୋକକୁ ଆଲିଙ୍ଗନ କରିବା। ନୂଆ ଆଶା ସହିତ ଆଗକୁ ବଢ଼ିବା, ହସ, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତା ସହିତ। ନୂଆ ବର୍ଷ ଆମ ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ, ସଫଳତା ଓ ଶାନ୍ତି ନେଇଆସୁ। ଏହି ପ୍ରାର୍ଥନା ସହିତ ପୁରୁଣା ବର୍ଷକୁ ଧନ୍ୟବାଦ ଓ ନୂଆ ବର୍ଷକୁ ହୃଦୟରୁ ସ୍ୱାଗତ।

ପୁରୁଣା ବର୍ଷଟି ବିଦାୟ ନେଉଥିବା ଏହି ମୁହୂର୍ତ୍ତରେ, ମୋ ଜୀବନର ଯାତ୍ରାକୁ ସୁନ୍ଦର କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ସୁଖରେ ସାଥି ଦେଇଥିବା, ଦୁଃଖରେ ସାହସ ଦେଇଥିବା, ଭୁଲରେ ସୁଧାରିବାକୁ ଶିଖାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ଆପଣମାନଙ୍କ ପ୍ରତି ମୋର କୃତଜ୍ଞ। ଆପଣମାନଙ୍କ ଭଲପାଇବା, ସହଯୋଗ ଓ ଆଶୀର୍ବାଦ ମୋତେ ଆଗକୁ ବଢ଼ିବାର ଶକ୍ତି ଦେଇଛି। ପୁରୁଣା ବର୍ଷକୁ ସ୍ମୃତିରେ ସଂରକ୍ଷଣ କରି ନୂତନ ବର୍ଷକୁ ନୂତନ ଆଶା ସହିତ ସ୍ୱାଗତ ଓ ସମସ୍ତଙ୍କୁ ହୃଦୟପୂର୍ଣ୍ଣ ଧନ୍ୟବାଦ।

ଧନ୍ୟବାଦ 
ଇତି ଆପଣଙ୍କ 
ସଦାଶିବ ନାୟକ

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ