ବଦଳିଲା କ୍ୱାରେଣ୍ଟିନ ରୁଲ୍: ଗାଁ ଓ ସହରରେ ପ୍ରବାସୀଙ୍କ ସଂଗରୋଧ ପାଇଁ ପୃଥକ ନିୟମ
ଭୁବନେଶ୍ୱର: ବଦଳିଲା କ୍ୱାରେଣ୍ଟିନ ନିୟମ। କ୍ୱାରେଣ୍ଟିନରେ ରହିବା ଅବଧିକୁ ସରକାର ୨୧ ଦିନରୁ ୧୪ ଦିନକୁ ହ୍ରାସ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳକୁ ବାହାରୁ ଆସୁଥିବା ବ୍ୟକ୍ତି ପ୍ରଥମ ୭ ଦିନ ପାଇଁ ଇନଷ୍ଟିଚ୍ୟୁଟସାନଲ କ୍ୱାରେଣ୍ଟିନ ସେଣ୍ଟରରେ ରହିବେ।
ସେହିପରି ସହରାଞ୍ଚଳବାସୀଙ୍କ ପାଇଁ ମଧ୍ୟ କ୍ୱାରେଣ୍ଟିନ ନିୟମ ବଦଳାଇଛନ୍ତି ସରକାର। ରାଜ୍ୟ ବାହାରୁ ଆସୁଥିବା ସହରାଞ୍ଚଳ ଲୋକେ ୧୪ ଦିନ ପାଇଁ ନିଜ ଘରେ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ଯଦି ଘରେ କ୍ୱାରେଣ୍ଟିନରେ ରହିବା ସୁବିଧା ନଥିବ ତାହେଲେ ସରକାରୀ କ୍ୱାରେଣ୍ଟିନ ସେଣ୍ଟର କିମ୍ବା ପେଡ୍ କ୍ୱାରେଣ୍ଟିନରେ ରହିପାରିବେ।
Comments
Post a Comment