ପତ୍ନୀଙ୍କ ସହ ୮୦ବର୍ଷର ବୃଦ୍ଧ ଖୋଲିଲେ ଢାବା, କାନ୍ଦି କାନ୍ଦି ଶୁଣାଇଲେ ଦୁଃଖଦ କାହାଣୀ


ନୂଆଦିଲ୍ଲୀ: କରେନା ଅନେକ କଠିନ ପରିସ୍ଥିତି ସହ ପରିଚିତ କରାଇଛି। ଏହି ଭାଇରସ୍‌ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଛଡେଇ ନେଇଛି। ୮-୧୦ମାସ ପୂର୍ବର ପରିସ୍ଥିତି ସହ ଯଦି ଆଜିର ତୁଳନା କରିବେ ତେବେ ଆପଣ ପରିବର୍ତ୍ତନ ପାଇବେ। ପ୍ରଗତିଶୀଳ ଦେଶ ଭାରତର ଅବନତିର ଚିତ୍ର ମଧ୍ୟ ମିଳିଯିବ। ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ହାର୍‌ ମାନିବା ଶିଖିନାହାନ୍ତି। କରୋନା ପାଇଁ ଯେତେବେଳେ ଲୋକମାନେ ବୃତ୍ତି ଏବଂ ବ୍ୟବସାୟ ହରାଇଛନ୍ତି ସେତେବେଳେ ଘର ପରିବାର ଚଳାଇବା ପାଇଁ ଜଣେ ୮୦ବର୍ଷର ବୃଦ୍ଧା ତାଙ୍କ ପତ୍ନୀଙ୍କ ସହ ଢାବା ଖୋଲିଛନ୍ତି। 
ଏହି ବୃଦ୍ଧ ଝଣଙ୍କ ନାଁ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀ। ବହୁ ବର୍ଷ ଧରି ଦିଲ୍ଲୀର ମାଲଭିଆ ନାଗରରେ ନିଜର ଏକ ଛୋଟ ଦୋକାନ ସ୍ଥାପନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ ଢାବା ଖୋଲି ରୋଜକାର କରିବା ନେଇ ଚିନ୍ତା କଲେ। କାନ୍ତା ଏବଂ ତାଙ୍କ ପତ୍ନୀଙ୍କ ବୟସ ୮୦ରୁ ଅଧିକ। ଏହି ଦମ୍ପତ୍ତିଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। କିନ୍ତୁ ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ। 

ଚଳିବା ପାଇଁ ଏମାନେ ଢାବା ଖୋଲିଛନ୍ତି। ଏଇଠୁ ଯାହା ରୋଜଗାର ହୁଏ ସେଥିରେ ଦୁହେଁ ଚଳୁଛନ୍ତି। କାନ୍ତାଙ୍କ କହିବା ଅନୁଯାୟୀ, କରୋନା ପାଇଁ ତାଙ୍କ ପାଖକୁ ବେଶି ଲୋକ ଖାଇବାକୁ ଆସୁନାହାନ୍ତି। ଏତିକି କହି କାନ୍ତା ଧର୍ଯ୍ୟହରା ମଧ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। 

ୟୁଟ୍ୟୁବର ଗୌରବ ବାସନ୍‌ ପ୍ରଥମେ ଏହି ବୃଦ୍ଧଙ୍କ ଭିଡିଓକୁ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ସ୍ୱାଦ ଅଫିସିଆଲ୍‌’ରେ ଶେଆର କରିଥିଲେ। ଭିଡ଼ିଓଟି ଭାଇରାଲ୍‌ ହେବା ପରେ ଏଦି ଦମ୍ପତ୍ତିଙ୍କୁ ଅନେକ ବଡ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି|
ତାଙ୍କ ସହାୟତା ପାଇଁ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ରବିଚନ୍ଦ୍ରନ୍ ଅଶ୍ୱିନ୍, ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ ରାଜଧାନୀ ଏବଂ ବଲିଉଡ ଅଭିନେତ୍ରୀ ସୋନମ କପୁର ଆଗକୁ ଆସିଛନ୍ତି। ଅନେକ ଉପଭୋକ୍ତା ବୃଦ୍ଧ ଦମ୍ପତିଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ମାଗିଛନ୍ତି, ଯାହା ଦ୍ୱାରା ସେମାନେ କାନ୍ତାଙ୍କୁ ସାହାଯ୍ୟ କରିପାରିବେ। 

ସେପଟେ ବସୁନ୍ଧରା ତଙ୍ଖା ଶର୍ମା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ କାନ୍ତାଙ୍କର ଭିଡ଼ିଓ ଶେଆର କରିଛନ୍ତି। ଭିଡ଼ିଓ ଶେଆର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଏ ଭିଡ଼ିଓ ଦେଖି ମୁଁ ପୁରା ଭାଙ୍ଗିଯାଇଛି। ଦିଲ୍ଲୀ ବାସିନ୍ଦା ଦୟାକରି ଏହି ଢାବାରୁ ଖାଦ୍ୟ ଖାଆନ୍ତୁ। ଏହି ଢାବାଟି ମାଲ୍‌ଭିୟା ନଗରରେ ଅଛି।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ