ଅନିଶ୍ଚିତ ସମୟକୁ ମୂଲ୍ୟବାନ ସମୟରେ ପରିବର୍ତିତ କରନ୍ତୁ
କୋରୋନା ଭୂତାଣୁର ଅଘୋଷିତ ଡର ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ଠିକ ଭାବେ ବୁଝି ନିଜକୁ ସୁରକ୍ଷିତ ରଖିବାର ଯୋଜନା କରିବା ପୂର୍ବରୁ ଆମ ପାଖରେ ଏ ବିଷୟରେ ବହୁତ ଖବର ଆସି ପହଁଚୁଛି ।
ସେଥିରୁ କିଛିଟା ସତ ଓ କିଛି ଖବର ଆମ ଭିତରେ ଘୋର ଭୟ ସୃଷ୍ଟି କରୁଛି । ଯାହା ଫଳରେ ଆମର ସୁଚାରୁ ରୂପେ ଚିନ୍ତା କରିବା ଶକ୍ତି ଏକ ପ୍ରକାରରେ ଲକ୍ ଡାଉନକୁ ଚାଲି ଯାଉଛି । ସମଗ୍ର ଦେଶରେ, ଏଭଳିକି ସମଗ୍ର ବିଶ୍ୱରେ ତାଲାବନ୍ଦ, ସାମାଜିକ ସହଯୋଗିତାକୁ କିଛି ମାତ୍ରାରେ ଦୁର୍ବଳ କରିଦେଇଛି, ଯାହା ମାନବ ଜାତିର ସବୁଠୁ ବଡ ସାହସ ଓ ଏହି ସାମାଜିକ ଦୂରତ୍ୱ ମାନସିକ ସ୍ତରରେ ଆମକୁ ଦୁର୍ବଳ କରିବା ପାଇଁ ଯଥେଷ୍ଟ ଅଟେ ।
ସମାଚାର ଚ୍ୟାନେଲ, ପାଠ, ଭିଡିଓ ଯାହା ଆମେ ଦେଖୁଛୁ, ସବୁକିଛି ହେଉଛି କୋରୋନା ଭାଇରସ ସମ୍ପର୍କିତ । ଏଭଳି ପରିସ୍ଥିତିରେ ଉଦାସ କିମ୍ବା ଚିନ୍ତିତ ଅନୁଭବ କରିବା ହେଉଛି ଖୁବ ସ୍ୱାଭାବିକ । ଆଶଙ୍କାରେ ସମୟ କାଟିବା ବହୁତ କଷ୍ଟକର ହେଇପଡିଛି। ଏହା କେବଳ ଜୀବନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନି ବରଂ ଆର୍ଥିକ ଅସ୍ଥିରତା, ଶିକ୍ଷାରେ ବାଧା, କ୍ୟାରିୟରର ଗତଶୀଳତାରେ ଏକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିଛି । ତେବେ ଆମେ କିପରି ଚିନ୍ତାକୁ ନିୟନ୍ତ୍ରଣ କରିପାରିବା ଏବଂ ମାନସିକ ଚାପରୁ ଦୂରରେ ରହିବା।
୧– ସକରାତ୍ମକ ଚିନ୍ତା : ଆଖପାଖରେ ରହିଥିବା ସମସ୍ତ ନକରାତ୍ମକ ଖବର ବ୍ୟତିରେକ, ଆମକୁ ଏହାର ସକରାତ୍ମକ ଦିଗକୁ ବାଛିବାକୁ ପଡ଼ିବ ଏବଂ ସକାରାତ୍ମକ ଚିନ୍ତା କରିବାକୁ ହେବ । କୋରୋନା ହେଉଛି ଭୟାନକ ଏବଂ ସଂକ୍ରାମକ କିନ୍ତୁ ଏହା ଖୁବ ଉପଚାରଯୋଗ୍ୟ ଏବଂ ଲୋକମାନେ ଏଥିରୁ ଆରୋଗ୍ୟ ଲାଭ କରୁଛନ୍ତି। ଆଉ ଆମେ ଏହି କଥାକୁ କେବେ ହେଲେ ମଧ୍ୟ ଭୁଲିବା ଉଚିତ ନୁହେଁ କି ସାବଧାନତା ଆରୋଗ୍ୟ ଲାଭ କରିବାଠାରୁ ଉତମ। ଆମର ସୁରକ୍ଷା ଆମରି ହାତରେ ରହିଛି ।
୨– ପ୍ରତ୍ୟେକ ଦିନ ପାଇଁ ଏକ ନିୟମାବଳୀ ପ୍ରସ୍ତୁତକରନ୍ତୁ: ଅଧିକାଂଶ ସମୟରେ ଦେଖାଯାଉଛି କି ଯେତେବେଳେ ଆମେ ଅବକାଶରେ ଥାଉ, ଆମେ ସମୟକୁ ଗୁରୁତ୍ୱ ଦେଇନଥାଉ, ଫଳରେ ସବୁ କାମ ଧୀରେ ଧୀରେ ଡେରି ହେଇ ହେଇ ଚାଲେ, ଦିନ ସରିଲା ବେଳକୁ ସମୟ ସରିଯାଏ କିନ୍ତୁ କାମ ସରେନାହିଁ. ଏହା ଫଳରେ ଏକ ଅସନ୍ତୋଷ ଭାବ ସୃଷ୍ଟି ହୁଏ ଓ ଲାଗେ ଆମ ଦ୍ୱାରା ଏ ସବୁ କାମ ହେଇ ପାରିବନି, ବେଳେ ବେଳେ ନିଜକୁ ଅସମର୍ଥ ମନେ କରୁ I ତେଣୁ ପରାମର୍ଶ ଦିଆଯାଇଥାଏ କି ଯଦି ଆପଣ ଦୀର୍ଘ ସମୟ ପାଇଁ ଛୁଟିରେ ରହିଛନ୍ତି ତେବେ ଦିନ ଗୁଡିକୁ ନିୟମିତ ଭାବେ ଏକ ରୁଟିନ ପାଳନ କରି କାଟନ୍ତୁ I ଏହା ଆପଣଙ୍କ ଜୀବନକୁ ଅନୁଶାସିତ କରିଥାଏ ଏବଂ ଏକ ଭଲ ଅନୁଭବ ଦେଇଥାଏ।
୩– ପ୍ରତିଦିନ କିଛି ବ୍ୟାୟାମ କରନ୍ତୁ: ଶାରୀରିକ ବ୍ୟାୟାମ କେବଳ ଆପଣଙ୍କ ଶରୀର ନୁହେ ବରଂ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଲାଭ ପହଂଚାଇଥାଏ I ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଦ ନ ହେବାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କାରଣ ଆମ ଶରୀର ଘରେ ରହିବା କାରଣରୁ ପର୍ଯ୍ୟାପ୍ତ ଭାବେ ଥକେ ନାହିଁ । ନିଦ୍ରାହୀନତା ବିବ୍ରତ ନିମନ୍ତେ ହର୍ମୋନର କ୍ଷରଣକୁ ପ୍ରେରିତ କରିଥାଏ। ଏଥିପାଇଁ ନିଜ ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ବ୍ୟାୟାମ କରିବା ମଧ୍ୟ ଜରୁରୀ।
୪– ଧ୍ୟାନ: ଧ୍ୟାନ କୌଣସି ଧାର୍ମିକ କାର୍ଯ୍ୟ ନୁହେଁ। ଏହା ଆପଣଙ୍କ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ, ଏହା ଏକାଗ୍ରତା ଆଣିବା ଏବଂ ନିଜର ଆନ୍ତରିକ ଏବଂ ବାହ୍ୟ ଦୁନିଆ ସହିତ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଇଂଟରନେଟରେ ବହୁତଗୁଡ଼ିଏ ଭିଡିଓ ରହିଛି ଯାହା ଦେଖାଉଛି କି ଆପଣ କିଭଳି ଧ୍ୟାନ କରି ପାରିବେ। ନିଜ ମନକୁ ଅଶାନ୍ତ ହେବାରୁ ରକ୍ଷା କରିବା ନିମନ୍ତେ ଧ୍ୟାନ ଏକ ଭଲ ଉପାୟ।
୬–ନିଜ ମନକୁ ସୁରକ୍ଷିତ ରଖନ୍ତୁ: ନକରାତ୍ମକ ଖବର, ଭିଡିଓ ଏବଂ କଥାଠାରୁ ନିଜକୁ ଦୂରରେ ରୁହନ୍ତୁ। ସବୁବେଳେ କରନା ଭୁତାଣୁ ଚର୍ଚାରେ ନିଜକୁ ସାମିଲ କରନ୍ତୁ ନାହିଁ। କୋରୋନା ଛଡା ଜୀବନରେ ଅନ୍ୟାନ୍ୟ ବହୁତ ଜିନିଷ ରହିଛି। ଶେଷରେ, ଭାବିଲେ ବୁଝିପାରିବା ଯେ କେବଳ ନିଜ ବିଷୟରେ ଚିନ୍ତା କରିବା କାରଣରୁ ଆମେ ଉଦାସୀନ ହେଉଛୁ. ଅନ୍ୟ ମାନଙ୍କ ବିଷୟରେ ଭାବିବା, ଯେଉଁମାନେ ଆମ ପାଇଁ ଦିନ ରାତି କାମ କରୁଛନ୍ତି ଏବଂ ଆମକୁ ଏକ ବାର୍ତା ଦେଇଚାଲିଛନ୍ତି; ‘’ ଆମକୁ ଅପଚିନ୍ତାରୁ ଦୁରେଇ ରହି ନିଜର ସ୍ୱାସ୍ଥ୍ୟ ତଥା ମନକୁ ସୁସ୍ଥ ରଖି ଏହି ମହାମାରୀ ସହିତ ଲଢ଼ିବାକୁ ପଡିବ’’ I
ଯଦି ଆପଣମାନଙ୍କ ମଧ୍ୟରୁ କେହି ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ମେଲ ଆଇଡିରେ ପ୍ରଶ୍ନ ପଚାରି ତା’ର ସମାଧାନ ଓ ପରାମର୍ଶ ପାଇପାରିବେ।
ସ୍ୱାଗତିକା ସାମନ୍ତରାୟ ମନୋବିଜ୍ଞାନୀ
Comments
Post a Comment