ଖବର ପ୍ରଚାର ପରେ ସୋଡିଗୁଡା ଗାଁକୁ ପହଞ୍ଚିଲା ମେଡିକାଲ ଟିମ


ମାଲକାନଗିରି: ମାଥିଲି ବ୍ଲକ ଅଧିନସ୍ଥ କମାରପଲ୍ଲୀ ପଞ୍ଚାୟତର ସୋଡିଗୁଡ ଗ୍ରାମରେ ଅଜଣା ରୋଗରେ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ସହ ୧୫ରୁ ଉର୍ଦ୍ଧ୍ବ ଜଣ ରୋଗୀ ଆତଙ୍କିତ ଥିବା ଖବର ପ୍ରସାରିତ ହେବା ପରେ ଗ୍ରାମରେ ପହଁଞ୍ଚିଛି ମେଡିକାଲ ଟିମ୍। ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖାଇ ମାଲକାନଗିରି ଉପ ଜିଲ୍ଲାପାଳ, ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ସ୍ୱତନ୍ତ୍ର ଟିମ ସୋଡିଗୁଡ ଗ୍ରାମରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। 

ପ୍ରଥମ ପର୍ଯ୍ୟାୟରେ ଗ୍ରାମବାସୀ ମାନଙ୍କ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା କରାଇବା ସହ ସେହି ଅଜଣା ରୋଗରେ ପୀଡିତ ୧୫ଜଣ ରୋଗୀଙ୍କୁ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଏଛି। ଏ ଯାଏଁ ଏହି ରୋଗର କାରଣ ଅସ୍ପଷ୍ଠ ରହି ଥିବା ବେଳେ ମୃତ୍ୟର କାରଣ ଖୋଜୁଛି ମାଥିଲି ସ୍ୱାସ୍ଥ୍ୟ ବିଭାଗ। ରବିବାର ସକାଳୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଠା ଯାଇଥିବା ଆମ୍ବୁଲାନ୍ସ ଯୋଗେ ସୋଡିଗୁଡା ଗ୍ରାମରୁ ୧୨ ଜଣ ରୋଗୀ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପହଞ୍ଚିଛନ୍ତି। 

ମାଥିଲି ମେଡିକାଲ ଇନଚାର୍ଜ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ କହିବା ଅନୁଯାଇ ଆସିଥିବା ରୋଗୀ ମାନଙ୍କ ପ୍ରଥମେ କୋଭିଡ ପରୀକ୍ଷା କରାଯିବ, ତl ପରେ ସେମାନଙ୍କ ଚିକିତ୍ସା ପଦ୍ଧତି ଆରମ୍ବ କରାଯିବ। ତେବେ ରୋଗର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ସୂଚନା ଦେଇଛନ୍ତି ଡାକ୍ତର ଅମିୟ କୁମାର ସ୍ୱାଇଁ। ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଭୟଭିତ ନ ହେବା ଲାଗି ପରାମର୍ଶ ଦେଇଛି ଓ ଆଗାମୀ ଦିନରେ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଥାଉକି ଗତ ତିନି ଦିନ ତଳେ ମାଥିଲି ବ୍ଲକ ସୋଡ଼ିଗୁଡ଼ା ଗ୍ରାମରେ ଅଜଣା ରୋଗରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରୀ ବିଭାଗ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନି। ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଆହୁରି ୧୪ଜଣ ମାଥିଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଏ ପରିସ୍ଥିତିରେ ଏବେ ବୟସ୍କ ଓ ଶିଶୁ ମୃତ୍ୟୁ ପରେ ଲୋକେ ଛାନିଆ ହୋଇ ରହିଛନ୍ତି। ପୁଣି ଜାପାନିଜ୍‌ ଏନସେଫାଲାଇଟିସ୍‌ ଫେରିଲା କି ଆଶଙ୍କା କରି ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ।

ଉଲ୍ଲେଖଯୋଗ୍ୟ ଯେ ଚାରି ବର୍ଷ ପୂର୍ବେ ଜିଲ୍ଲାରେ ଏହି ସମୟରେ ଜାପାନିଜ୍‌ ଏନସେଫାଲାଇଟିସ ରୋଗରେ ଶତାଧିକ ଶିଶୁଙ୍କ ଜୀବନ ଯାଇଥିଲା। ତେଣୁ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଜନତାଙ୍କ ମହଲରେ ଦାବି। ସେପଟେ ମାଲକାନଗିରି ସିଡିଏମଓ କେଉଁ କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି ତାର ଯାଞ୍ଚ କରିବେ ବୋଲି କହିଛନ୍ତି।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ