ରାଜ୍ୟରେ ଆଉ ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ : ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶା: କରୋନା ନେଲା ୧୩ଜଣଙ୍କ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । 

ବରଗଡ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, ବଲାଙ୍ଗୀର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ସେ ମଧୁମେହ ରୋଗରେ ପୀଡିତ ଥିଲେ। 
ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ। କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ। 
ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ। 

କନ୍ଧମାଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ଡିଲେଟେଡ୍ କାର୍ଡିଓମାଇଓପାଥି, ଗୁରୁତର ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। 
ଖୋର୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ। 
ଖୋର୍ଧା ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ, କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। 
କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୭ ବର୍ଷ ବୟସ୍କା ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। 

ମୟୂରଭଞ୍ଜ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। ପୁରୀ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ। 
ପୁରୀ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। 

ପୁଣି ରାଜ୍ୟରେ ଆଜି ୪ ହଜାର ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨ ହଜାର ୪୬୬ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧, ୭୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହପରି କଟକରୁ ୪୯୨, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିରରୁ ୭୩, ବୌଦ୍ଧରୁ ୫୬ ଦେବଗଡରୁ ୧୦, ଢେଙ୍କାନାଳରୁ ୬୭ ଗଜପତିରୁ ୨୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୨୩, ଯାଜପୁରରୁ ୧୮୪, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୧୨୧, କେନ୍ଦୁଝରରୁ ୭୩, କୋରାପୁଟରୁ ୯୯, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୧୬୩, ନବରଙ୍ଗପୁରରୁ ୭୩ ନୟାଗଡରୁ ୫୪, ନୂଆପଡାରୁ ୫୪, ପୁରୀରୁ ୧୬୬, ରାୟଗଡାରୁ ୧୬୦, ସମ୍ବଲପୁରରୁ ୧୨୭, ସୋନପୁରରୁ ୬୨, ସୁନ୍ଦରଗଡରୁ ୧୬୬ ଷ୍ଟେଟ ପୋଲ ୩୩୭ ରହିଛି ।

ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧ରେ ପହଞ୍ଚିଛି । ସେହିପରି ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇ ଘରକୁ ଫୋରିଥିବା ବେଳେ ୩୭ ହଜାର ୧୪୦ ସକ୍ରିୟ ରହିଛନ୍ତି ।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ