ବଜେଟ ୨୦୨୬
ବଜେଟ ୨୦୨୬: ହୋଇ ପାରେ ଯୁଗାନ୍ତକାରୀ ପଦକ୍ଷେପ କିନ୍ତୁ ମୁଁ ଶିକ୍ଷାକୁ ଗୁରୁତ୍ଵ ଦିଏ, ବଜେଟର ସବୁ ଦିଗକୁ ବନ୍ଦ କରି ଖାଲି ଶିକ୍ଷା ଉପରେ ସରକାର ଗୁରୁତ୍ଵ ଦେଲେ ଲୋକେ ଶିକ୍ଷିତ ହେଲେ ଆପେ ଆପେ ସବୁ ସଜାଡ଼ି ହୋଇଯିବ। ତେବେ ଉପସ୍ଥିତ ହୋଇଥିବା ବଜେଟକୁ ଶୁଣିଲେ ଲାଗେ ଯେ ଏହା କାଗଜରେ ଅଧିକ, ବାସ୍ତବରେ କମ୍। ଦେଶର ଭବିଷ୍ୟତ ଭାବେ ପରିଚିତ ଛାତ୍ରମାନଙ୍କ ପାଇଁ ଏହି ବଜେଟରେ ଆଶାଠାରୁ ଅଧିକ ନିରାଶା ଦେଖାଯାଏ। ଶିକ୍ଷାକୁ “ପ୍ରାଥମିକତା” ବୋଲି କୁହାଗଲେ ମଧ୍ୟ ଶିକ୍ଷା ଖାତାରେ ଅର୍ଥବ୍ୟବସ୍ଥା ଓ ଗୁଣମାନ ଉନ୍ନତି ପାଇଁ ସ୍ପଷ୍ଟ ପଦକ୍ଷେପ ଦେଖାଯାଉନାହିଁ। ଛାତ୍ରମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା- ବେରୋଜଗାର, କିନ୍ତୁ ବଜେଟରେ ନୂଆ ଚାକିରି ସୃଷ୍ଟି ପାଇଁ କେବଳ ଘୋଷଣା ଅଛି, ଯୋଜନା ନାହିଁ। ଷ୍ଟାର୍ଟଅପ୍ ଓ ଦକ୍ଷତା ବିକାଶର କଥା ପୁନରାବୃତ୍ତି ହେଉଛି, କିନ୍ତୁ ଗ୍ରାମୀଣ ଓଡ଼ିଶାର ଛାତ୍ର ଯେଉଁଠି ଇଣ୍ଟରନେଟ୍, ଲାବ୍ ଓ ଗାଇଡ୍ ଶିକ୍ଷକ ନାହାନ୍ତି, ସେଠାରେ ଏହି ଯୋଜନା କେମିତି କାମ କରିବ ସେ ଉତ୍ତର ବଜେଟରେ ନାହିଁ। ଗ୍ରାମୀଣ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଆଜିବି ଶିକ୍ଷକ ଅଭାବ, ଭଙ୍ଗା ସ୍କୁଲ୍ ଘର, ଡିଜିଟାଲ୍ ବିଭେଦରେ ଆକ୍ରାନ୍ତ। ଏହା ସତ୍ତ୍ୱେ ବଜେଟରେ ଗ୍ରାମୀଣ ଶିକ୍ଷା ପାଇଁ ବିଶେଷ ପ୍ୟାକେଜ୍ କିମ୍ବା ଓଡ଼ିଶା ପାଇଁ ଲକ୍ଷ୍ୟଭିତ୍ତିକ ଅନୁଦାନ ଦେଖାଯାଏନି। ଖଣିଜ ସମ୍ପଦରେ ଧନୀ ଓଡ଼ିଶା ଆଜିବି ଶିକ୍ଷା ଓ ...