କରୋନା ରୋକିବାକୁ ସୀମା ଖୋଳି ଗାଁକୁ ଅଲଗା କଲେ ଲୋକେ

 ପାରଳାଖେମୁଣ୍ଡି: କରୋନାର କାୟା ବୃଦ୍ଧି ପାଉଥିବାବେଳେ ଅନ୍ୟ ରାଜ୍ୟ ଲୋକଙ୍କୁ ନିଜ ରାଜ୍ୟରେ ପୂରାଇ ନଦେବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ। କେତେବେଳେ ରାସ୍ତାରେ ରାତାରାତି କାନ୍ଥ ନିର୍ମାଣ ତ ଆଉ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରି ଲୋକଙ୍କୁ ଅଟକାଉଛନ୍ତି।

ଆମ ରାଜ୍ୟକୁ ନେଇ ମଧ୍ୟ ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଆନ୍ଧ୍ରପ୍ରଦେଶ-ଓଡ଼ିଶାର ସୀମାରେ ରାସ୍ତାକୁ ଲୋକେ ଖୋଳି ପକାଇଥିବା ଖବର ଚର୍ଚ୍ଚା ହେଉଛି।

ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଏକ ଗ୍ରାମ୍ୟ ରାସ୍ତାକୁ ଓଡ଼ିଶାର ଲୋକେ ଖୋଳି ଦେଇଛନ୍ତି। ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାରେ କରୋନା ଚିହ୍ନଟ ଖବର ପ୍ରକାଶ ପରେ ଲୋକେ ଏହି ରାସ୍ତାକୁ ଖୋଳି ପକାଇଥିଲେ। ଏହି ରାସ୍ତା ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ଲୋକେ ଭାରରେ ବୋହି ନେବା ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତକାଲି ଆନ୍ଧ୍ର-ତାମିଲନାଡୁ ସୀମାରେ ରାସ୍ତା ଉପରେ ପାଚେରୀ ନିର୍ମାଣ ଖବର ଚର୍ଚ୍ଚାକୁ ଆସିଥିଲା। ଭାରି ଯାନ ଚଳପ୍ରଚଳ ଉପରେ ରୋକ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଲୋକଙ୍କୁ ଅଟକାଇବାକୁ ତାମିଲନାଡୁ ଭେଲର ପୋନାଇ ଠାରେ ଏହି ପ୍ରାଚୀର ନିର୍ମାଣ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ତରଫରୁ ଏହି ପାଚେରୀ ନିର୍ମାଣ ହୋଇଥିବାବେଳେ ପରେ ଏହି ପାଚେରୀକୁ ଭାଙ୍ଗି ଦିଆଯାଇଛି।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ