ସମୟ ଢେଉରେ ହୃଦୟ କେତେ ଥର ହାରେ
ସମୟ ଢେଉରେ ହୃଦୟ କେତେ ଥର ହାରେ, ପୁଣି ନିଜେ ନିଜର ଗଢେ, ନିତି ନିଜେ ସେ ନିଜକୁ ଆଖି ମିଶାଇ ସମୟ ଆଖିରେ।
ହେଲେ ଏ ହୃଦୟ କେବେ ଜିତି ଯାଏ ସମୟ ପାଖରେ ତ, ପୁଣି ଏ ହୃଦୟ କେବେ ହାରିଯାଏ ସମୟ ପାଖରେ।
ବାସ୍ତବିକ୍, ପରିବର୍ତ୍ତନ ସଂସାରର ନିୟମ ଅଟେ।
ହେଲେ କାହିଁକି କେଜାଣି ଆଜିବି ମଣିଷ ଲଢ଼ି ଚାଲିଚି ନିଜର ଜୀବନର କ୍ଷଣିକ ପରିବର୍ତ୍ତନ ପାଇଁ।
ପ୍ରତ୍ୟେକ ସକାଳର ରାତି ଆଉ ପ୍ରତ୍ୟେକ କାଳ ରାତ୍ରିର ରାତ୍ରି। କାହିଁକି ଯାହାର ଉତ୍ତର ଖୋଜି ପାଏନା ଏ ମଣିଷ କେବେ।
ରାତି ପାହିଲା, ସହରର ଜାକ ଜମକ୍ ପୋଷାକ ପିନ୍ଧି ପ୍ରତ୍ୟେକ ଦିନ ଭଳି କେତେ ବାବୁ ମାନେ ନିଜ କାମରେ ବାହାରି ଯାଉଥିଲେ।
ହେଲେ ଛୋଟିଆ ପିଲାଟି ଆଜି ବି ସବୁ ଦିନ ପରି ଚାହିଁ ରହିଥାଏ, କିଏ କିଛି କାଳେ ଦେବ ତାକୁ ଖାଇ ବାକୁ ନା ଟଙ୍କାଟିଏ ବଢେଇ ଦେବ ତାହାର କୁନି ହାତ କୁ?
ବୟସ ମାତ୍ର ସାତ ବର୍ଷ ନା ତାର ଅନାମ।
ପିଲାଟି ଦିନୁ ଏଇ ରାସ୍ତା କଡ଼ରେ (ଫୁଟ୍ ପାଥ) ବଢ଼ିଛି ଅନାମ।
ତା ବାପାମାଆ କିଏ ସେ ଉତ୍ତର କାହାରି ପାଖରେ ନାହିଁ।
ଦୁନିଆ ବିଷୟରେ ବେଶି କିଛି ଜାଣିନି ଅନାମ।
ଜାଣିବ ବା କେମିତି ତାର ବାପାମାଆ, ଭାଇ ଭଉଣୀ ସମସ୍ତେ ଏଇ ରାସ୍ତା କଡ଼ରେ ଜୀବନ ବଞ୍ଚୁଛନ୍ତି।
ପିନ୍ଧିବା ତ ବହୁତ ଦୂରର କଥା, ଦୁଇ ଓଳି ଅବା ଏକ ଓଳି ଦୁଇ ମୁଠା ଯଦି ଖାଇବାକୁ ମିଳିଯାଏ ସେଇଟା ତାଙ୍କର ବଡ଼ ଖୁସି।
ମୁଁ ଦୁଃଖିତ; ଘରେ ତାଲା ବନ୍ଦ ସହ ମୁଁ ଗୃହ ବନ୍ଦୀ।
ସହରର ବାସ ହରାରେ ବଞ୍ଚୁଥିବା ମଣିଷ କଥା ମନେ ପଡ଼ିଗଲା।
ମୋତେ କ୍ଷମା କରିଦେବେ।
ସଦାଶିବ ନାୟକ
Comments
Post a Comment