Posts

Showing posts from August, 2020

ବଳି-ବାମନ ଉପାଖ୍ୟାନ

Image
ମାସର ଶୁକ୍ଳ ପକ୍ଷ ଏକାଦଶୀ ହେଉଛି ବାମନାବତାରଙ୍କର ଆବିର୍ଭାବ ଦିବସ। ଏହିଦିନ ମଧ୍ୟାହ୍ନରେ ଅଦିତିଙ୍କ ଗର୍ଭରୁ ସେ ପ୍ରକଟ ହୋଇଥିଲେ। କଶ୍ୟପ ଥିଲେ ତାଙ୍କର ପିତା। ‘ବିଜୟା ଦ୍ୱାଦଶୀ’ ଭାବରେ ମଧ୍ୟ ଦିନଟି ଆଖ୍ୟାୟିତ। ‘ଶ୍ରୀମଦ୍‌ଭାଗବତ’ ଅନୁସାରେ, ଭଗବାନ ବିଷ୍ଣୁ ଏହି ବାମନାବତାରରେ ପ୍ରଥମେ ପ୍ରକଟ ହୋଇଥିଲେ ଚତୁର୍ଭୁଜ ରୂପରେ। କିନ୍ତୁ ସେ ଅଦ୍ଭୁତକର୍ମା ହୋଇଥିବାରୁ, ସେହି ଚତୁର୍ଭୁଜ ରୂପରୁ ବାମନରୂପୀ ବାଳବ୍ରହ୍ମଚାରୀରେ ପରିଣତ ହେଲେ। ତାଙ୍କର ସେହି ବଟୁବାମନ ରୂପ ଦେଖି ସମସ୍ତେ ଆନନ୍ଦିତ ହେଲେ। ସେହି ସମୟରେ ବହୁ ଅଶ୍ୱମେଧ ଯଜ୍ଞ କରି ଦାନବରାଜ ବଳି ନିଜର ଶକ୍ତି ବୃଦ୍ଧି କରିଥିଲେ। ତେଣୁ ବଟୁବାମନରୂପୀ ବିଷ୍ଣୁ, ନର୍ମଦା ନଦୀର ଉତ୍ତରତଟର ଭୃଗୁକଚ୍ଛଠାରେ ଥିବା ବଳିଙ୍କର ଯଜ୍ଞସ୍ଥଳକୁ ଯାତ୍ରା କଲେ। ତାଙ୍କର ହାତରେ ଥିଲା ଦଣ୍ଡ, ଛତ୍ର ଓ କମଣ୍ଡଳୁ। ଦାନବରାଜ ବଳି ଥିଲେ ଅତିଦାନୀ। ବାମନଙ୍କୁ ପ୍ରଣାମ କରି ସେ କହିଲେ- ହେ ବଟୁବାମନ! ତୁମର ଯାହା ଇଚ୍ଛା ମୋ’ଠାରୁ ମାଗି ନିଅ। କିନ୍ତୁ ବଟୁବାମନ ତାଙ୍କୁ ମାତ୍ର ତିନିପାଦ ଭୂମି ମାଗିଲେ। ତାହା ଶୁଣି ବଳି କହିଲେ- ହେ ବ୍ରାହ୍ମଣପୁତ୍ର! ତୁମେ ବୃଦ୍ଧଙ୍କ ପରି ବାକ୍ୟ କହୁଛ, କିନ୍ତୁ ତୁମର ବୁଦ୍ଧି ବାଳକୋଚିତ। ହେ ଅଳ୍ପବୁଦ୍ଧି ବାଳକ! ତୁମେ ନିଜର ସ୍ୱାର୍ଥ ବୁଝି ପାରୁନାହଁ। ମୁଁ ତ୍ରିଲୋକର ଏକମାତ୍ର ଅଧୀଶ୍ୱର। ମୁଁ ତୁମକୁ ଦ୍ୱୀପ ପରେ ଦ୍ୱୀପ ଦାନ କରିପାରେ। ଅଥଚ...

ପଠାଣି ସାମନ୍ତଙ୍କ ପିଲାଦିନ

Image
ପିଲାମାନେ ତମେ ମାନେ ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଦେଖିଥିବ । କିନ୍ତୁ ଏହି ପ୍ଲାନେଟାରିୟମ ଯେଉଁ ପଠାଣି ସାମନ୍ତଙ୍କ ନାଁରେ ହୋଇଛି ତାଙ୍କ ବିଷୟରେ କିଛି ଜାଣିଛ । ପଠାଣି ସାମନ୍ତ ପିଲାଟି ଦିନରୁ ବେଶ୍ ବିଚକ୍ଷଣ ଥିଲେ । ଖଣ୍ଡେ ବାଉଁଶ ନଳୀ ସାହାଯ୍ୟରେ ସେ ଗ୍ରହ ନକ୍ଷତ୍ରଙ୍କ ଗତିବିଧିକୁ ଅନୁଧ୍ୟାନ କରୁଥିଲେ । ପିଲାଟି ଦିନରୁ ସେ ଖୁବ୍ ରୁଗଣ୍ ଥିଲେ । କଳା କଟକଟ ଦେହ । ମୁଣ୍ଡ ବଡ ସାଙ୍ଗକୁ ହାତ ଗୋଡ ସରୁଆ ସରୁଆ ଥିଲା । ଦେହ ସିନା ଦୁର୍ବଳ ଥିଲା କିନ୍ତୁ ସବୁ କଥା ଜାଣିବାର ଆଗ୍ରହ ଥିଲା ତାଙ୍କ ପାଖରେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରଚଣ୍ଡ ଜ୍ଞାନ ସମ୍ପର୍କରେ ପିଲାଟି ବେଳରୁ ହିଁ ଜଣାପଡିଥିଲା । ସାଙ୍ଗମାନଙ୍କ ସହ ଖେଳିବା ବେଳେ ଛାଇ ଘୁଞ୍ଚିବାକୁ ଅନୁମାନ କରି ସେ ଛାଇର ଦୈର୍ଘ୍ୟ ମାପୁଥିଲେ । ସେତେବେଳେ ଘଣ୍ଟା ନ ଥିବାରୁ ସାଧାରଣତଃ ଦିନରେ ସୂର୍ଯ୍ୟଙ୍କ ଗତି ଓ ରାତିରେ ତାରାମାନଙ୍କ ଗତି ଦେଖି ସମୟ ଅନୁମାନ କରାଯାଉଥିଲା । ପଠାଣି ସାମନ୍ତ ଏଥିରେ ପିଲାଟି ବେଳରୁ ହିଁ ଧୁରନ୍ଧର ଥିଲେ । ସାରା ଦିନ ଗଛମାନଙ୍କର ଛାଇମାପିବା ଥିଲା ତାଙ୍କର ଅଜବ ସଉକ । ସକାଳେ ଗଛର ଛାଇ କେତେଦୂର ଯାଏ, ମଧ୍ୟାହ୍ନରେ କେଉଁଠି ଥାଏ, ଉପରବେଳା କେତେ ପର୍ଯ୍ୟନ୍ତ ଗତି କରେ ତାହା ସେ ତାଳପତ୍ରରେ ଟିପି ରଖୁଥିଲେ । ମାତ୍ର ନଅ ବର୍ଷ ବୟସରେ ସେ ନକ୍ଷତ୍ର ପରିଚୟ କରିବାକୁ ଆରମ୍ଭ କଲେ ।  ପିଲାଟ...

Odisha Krushi Bhawan's Sambalpuri Architectural Marvel Gets Place In International Magazine

Image
Bhubaneswar : Odisha’s exquisite government building ‘Krushi Bhawan’, an architectural marvel themed with ‘Samabalpuri Ikat’ style brick facade walling has now earned a place in the internationally acclaimed magazine ‘Dezeen’.  Dezeen magazine is one of the world’s most influential architecture, interiors and design journal that gives feature to the beautiful architectural designs around the world. The magazine in it’s 23rd August edition published a detailed piece featuring Odisha’s Krushi Bhawan building in Bhubaneswar. Krushi Bhawan is a government building in Odisha, designed by architecture practice Studio Lotus and featuring an elaborate brick facade. New Delhi-based Studio Lotus built the facility for the state government of Odisha in the city of Bhubaneshwar.  “The complex houses administrative offices for the Department of Agriculture & Farmers’ Empowerment around courtyards filled with ponds and trees. The brickwork elements th...

କରୋନା କାଳରେ ଜଳପ୍ରଳୟ: ଗୋଦାବରୀ ଫୁଲୁଛି, ମାଲକାନଗିରି ଭାସୁଛି, ବାଦକ ସାଜୁଛି ପୋଲାଭରମ୍

Image
ମାଲକାନଗିରି : କରୋନା ମହାମାରୀ ନେଇ ସମଗ୍ର ଜିଲାବାସୀ ଚିନ୍ତିତ ଥିବାବେଳେ କିଛିଦିନର ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ପରିସ୍ଥିତି ଜିଲାରେ ଆତଙ୍କ ଖେଳାଇ ଦେଇଛି । ଗୋଦାବରୀ ନଦୀ ଫୁଲୁଥିବାବେଳେ ମାଲକାନଗିରି ଭାସୁଛି । ଉକ୍ତ ନଦୀର ଫେରନ୍ତା ଜଳରେ ମାଲକାନଗିରି ଜିଲାର ଦୁଇ ନଦୀ ସିଲେରୁ ଓ ସାବେରୀ ବଢ଼ୁଥିବା ଯୋଗୁଁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ଜିଲାରେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ବର୍ଷାର ପ୍ରକୋପ ସାମାନ୍ୟ କମିଛି। ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ସୁଦ୍ଧା ବର୍ଷା ପରେ ତଳି ଅଞ୍ଚଳର ପାଣି ମାଡି ଯାଇ ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀର ବର୍ଷା ଜଳ ମଧ୍ୟରେ ଫସିଯାଇ ଏବେ ବି ବହୁ ଅଞ୍ଚଳ ଯଥା କାଲିମେଳା ବ୍ଲକର ବିନାୟକପୁର, ଆଲମା, ପେଟା, ମାଲାଭରମ୍‍, ମୋଟୁ ପ୍ରଭୃତି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି। ଗୋଦାବରୀ ନଦୀ ଫୁଲିବା ଯୋଗୁଁ ମାଲକାନଗିରି ଜିଲା ପାଇଁ ବିପଦ ବଢିବାରେ ଲାଗିଛି।  ଗତ କିଛିଦିନ ହେବ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଗୋଦାବରୀ ନଦୀ ଜଳ। ଗୋଦାବରୀର ପିଛିଲା ପାଣି ବା ବ୍ୟାକ୍‍ କ୍ୱାଟର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଜିଲାର ଉଭୟ ପାର୍ଶ୍ବରେ ପ୍ରବାହିତ ସିଲେରୁ, ସାବେରୀ ନଦୀ ମୋଟୁ ମୁଗି ପଏଣ୍ଟରେ ଏକାଠି ହୋଇ ଗ...

Odisha CHSE Plus 2 Commerce Results On August 19

Image
  Bhubaneswar : The results of the annual Plus-II Commerce exams conducted by the Council of Higher Secondary Education (CHSE) in Odisha will be declared on August 19.  The results will be published at 11:30 AM on August 19, said School and Mass Education Minister, Samir Ranjan Dash while addressing a presser on Monday. “All the necessary arrangements have reached final stages,” said Dash adding that the Plus II Arts results will be published before August 31. Earlier, the CHSE had published the Science results on August 12. Of the 68,374 students who cleared the 2020 Plus II Science Exam, 38,301 were boys and 30,073 girls. As many as 25,339 students secured first division, 24,121 students got second division marks and 18,268 students cleared the exam with third division in the Science stream this year. Nayagarh district had registered the highest pass percentage of 86.51 while Jharsuguda recorded lowest success rate of 40.71 percent. Nearly 20 higher secondary sch...

ସରକାରଙ୍କ ବନ୍ୟା ସତର୍କତା, ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ, ଏସଆରସି କହିଲେ, ବନ୍ୟା ନେଇ ଅଛୁ ସତର୍କ, ସେପଟେ ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର

Image
ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଳାପାଳ ବୈଠକରେ ଯୋଗଦେଇଥିଲେ । ମାଲକାନଗିର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରପଡା, ବରଗଡ, ସୁବର୍ଣ୍ଣପୁର, ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଳାରେ ଅଧିକ ଲଘୁଚାପ ବର୍ଷା ହୋଇଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢୁଛି । ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଜଳସ୍ତର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତା ଉପରେ ନଜର ରଖାଯାଇଥିବା ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନଥିବା ସେ କହିଛନ୍ତି । ତେବେ ଏବେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀରେ ୫୦ ପ୍ରତିଶତ ପାଣି ଅଛି, ହୀରାଦୁକର ୧୫ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦରେ ଜଳସ୍ତର ୬୧୫ ଦଶମିକ ୭୫ ଫୁଟ ରହିଛି । ସେକେଣ୍ଡରେ ପ୍ରତି ୩ଲକ୍ଷ ୨୭ ହଜାର ଘନଫୁଟ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୩ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ସେପଟେ ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥି...

୧୯ରେ ଆଉ ଏକ ଲଘୁଚାପ, ୧୮ରୁ ରାଜ୍ୟ‌‌‌ରେ ପ୍ରବଳ ବର୍ଷା

Image
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ରାଜ୍ୟ‌‌‌ରେ ପ୍ରବଳ ବର୍ଷା ହେବ। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।  କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୧୪ ତାରିଖ‌ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ସର୍ବାଧିକ ୨୪୦ ମିମି ବର୍ଷା ‌ରେକର୍ଡ କରାଯାଇଥିଲା। ଏହାବ୍ୟତୀତ ମୟୂରଭଞ୍ଜ, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ଏବଂ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନୂଆପଡ଼ାଠାରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ଲଘୁଚାପ ବଳୟଟି ଆଜି ଧୀରଧୀରେ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଅଞ୍ଚଳ‌‌ର...

ସୀମାନ୍ତ ନଦୀରେ ଫୁଲୁଛି ନଦୀ, ଜଳ ନିଷ୍କାସନରେ ବାଧକ ପୋଲାଭରମ

Image
ମାଲକାନଗିରି : ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ବିଗତ ବର୍ଷମାନଙ୍କ ଠାରୁ କମ୍‍ ବୃଷ୍ଟିପାତ ହୋଇଥିବା ବେଳେ ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହ ଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛିା ଯାହା ଫଳରେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।  ବିଶେଷ କରି ଜିଲ୍ଲାର ଉପର ମୁଣ୍ଡ ଖଇରପୁଟ ବ୍ଲକ, ମାଥିଲି ବ୍ଲକ, କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା, କୋରୁକୋଣ୍ଡା ମାଲକାନଗିରି ଆଦି ଅଂଚଳରେ ହୋଇଥିବା ବର୍ଷା ଜଳ ନିଷ୍କାସନ ହୋଇ କାଲିମେଳା ବ୍ଲକ ଦେଇ ପ୍ରବାହିତ ହେଉଛି। ଯାହା ଫଳରେ ସୀମାନ୍ତବର୍ତୀ ସାବେରୀ ଓ ସିଲେରୁ ନଦୀରେ ପାଣି ମୋଟୁଠାରେ ଫୁଲୁଥିବା ଦେଖିବାକୁ ମିଳିଛି। ଫଳରେ ମୋଟୁ ସାବେରୀ ନଦୀର ଜଳ ମୋଟୁ ଗ୍ରାମ ମୁଗି ପଏଂଟରେ ସାତରୁ ଆଠ ଫୁଟ ଫୁଲି ଥିବା ଦେଖିବାକୁ ମିଳିଛି। ଅଂଚଳବାସୀଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ଧରି ବର୍ଷା ହେଲେ ଏହି ଅଞ୍ଚଳରେ ପାଣି ଫୁଲି ଉଠୁଛି। ଫଳରେ ପ୍ରତିବର୍ଷ ମୋଟୁ ଅଂଚଳ ବନ୍ୟାରେ ବୁଡି ରହୁଛିା କାରଣ ଚିନା ଗୋଦାବରୀ ନଦୀରେ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ପରେ ଏହି ନଦୀର ଜଳ ଠିକ ଭାବରେ ନିଷ୍କାସନ ହୋଇ ପାରୁନାହିାଁ ଚିନା ଗୋଦାବରୀରେ ବନ୍ଧ କରିଥିବା ଯୋଗୁଁ ବନ୍ୟା ଜଳ ଫୁଲି ମୋଟୁ ଅଂଚଳକୁ ଜଳମଗ୍ନ କରି ଦେଉଛିା ପୋଲାଭରମ ପ୍ରକଳ୍ପ ଯୋଗୁଁ ଏହି ଅଂଚଳରେ ପ୍ରତିବର୍ଷ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛଇା ଏହି ପ୍ରକଳ୍ପ ବନ୍ଦ କରି...

ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ

Image
ମାଲକାନଗରି : ମାଲକାନଗିରି ଜିଲ୍ଲାରେ ଗତ ଏକ ସପ୍ତାହ ଧରି ବୃଷ୍ଟିପାତ ହେଉଥିବା ବେଳେ ସମସ୍ତ ନଦୀ ନାଳରେ ବର୍ଷା ଜଳ ପ୍ରବାହିତ ହୋଇ ରାସ୍ତା ଉପରେ ପାଣି ପ୍ରବାହିତ ହେଉଅଛିା ଜିଲ୍ଲାର ତାର୍ଲାକୋଟା ନଦୀ, ପାଙ୍ଗାମ ନଦୀ, କୋରୁକୋଣ୍ଡା ନଦୀ, ପୋଟେରୁ ନଦୀ, କାଙ୍ଗୁରୁକୋଣ୍ଡା, ଏମ୍‍.ଭି. ୯୦, ଏମ୍‍.ଭି. ୯୬, କନ୍ୟାଶ୍ରମ ତଥା ଗ୍ରାମାଂଚଳରେ ମଧ୍ୟ ଅନେକ ରାସ୍ତା ବୁଡି ରହିଛିା ଯାହାଫଳରେ ବିଭିନ୍ନ ଅଂଚଳରେ ଯାତାୟାତ ବନ୍ଦ ହୋଇ ଯାଇଛିା ବିଶେଷ କରି ମାଲକାନଗିରି ଠାରୁ ମୋଟୁ ରାସ୍ତା ଗତ ତିନିଦିନ ଧରି ବନ୍ଦ ରହିଥିବା ବେଳେ ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉପର ଦେଇ ତିନିରୁ ଚାରିଫୁଟ ପାଣି ପ୍ରବାହିତ ହେଉଅଛିା ଯାହାଫଳରେ ନିକଟବର୍ତୀ ଅଂଚଳର ଗ୍ରାମ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ କେତେକ ଲୋକଙ୍କ ଘର କାନ୍ଥ ଭୁସୁଡି ଥିବା ମଧ୍ୟ ଜଣାପଡିଛି। ତଳୁଆ ଅଞ୍ଚଳର ପୋଟେରୁ ଠାରୁ ମୋଟୁ ପର୍ଯ୍ୟନ୍ତ ଜଳର ପ୍ରବାହ ଅତ୍ୟଧିକ ରହିଥିବା ଯୋଗୁଁ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଏହି ଅଞ୍ଚଳର ଗ୍ରାମ ଗୁଡିକରେ ବନ୍ୟା ପାଣି ପସି ଯିବାରୁ ରାସ୍ତାଘାଟ ଧୋଇ ହୋଇ ଯାଇଥିବା ବେଳେ ଜୀବନ ଜୀବିକା ଠପ୍‍ ହୋଇ ପଡିଛିା ଏଭଳି ପରିସ୍ଥଇତିରେ ବିଭିନ୍ନ ସରକାରୀ କର୍ମଚାରୀ ଲୋକଙ୍କୁ ସହାୟତା ଯୋଗାଇବା ନିମନ୍ତେ ଅଣ୍ଟା ଭିଡିଥିବା ବେଳେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ବି...

ଆଜି ସର୍ବାଧିକ ୨୯୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଲା

Image
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ ୨୯୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।  ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦କୁ ବୃଦ୍ଧି ପାଇଛିି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩୧୮, ଯାଜପୁର ଜିଲ୍ଲାରୁ ୨୦୦, ଅନୁଗୁଳ ଜିଲ୍ଲାରୁ ୩୭, ବାଲେଶ୍ବର ଜିଲ୍ଲାରୁ ୩୭, ବରଗଡ଼ ଜିଲ୍ଲାରୁ ୪୮, ଭଦ୍ରକ ଜିଲ୍ଲାରୁ ୧୦୭, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୮ , କଟକ ଜିଲ୍ଲାରୁ ୧୮୯, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୪୦, ଗଜପତି ଜିଲ୍ଲାରୁ ୭୧, ଜଗତସିଂହପୁର ଜିଲ୍ଲାରୁ ୪୭, ଝାରସୁଗୁଡ଼ା ଜିଲ୍ଲାରୁ ୩୦, କଳାହାଣ୍ଡି ଜିଲ୍ଲାରୁ ୨୭,  କନ୍ଧମାଳ ଜିଲ୍ଲାରୁ ୫୦,  କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୦, କେନ୍ଦୁଝର ଜିଲ୍ଲାରୁ ୨୬, କୋରାପୁଟ ୯୫ ମାଲକାନଗିରି ୯୩ ମୟୂରଭଞ୍ଜ ୧୩୬ ନବରଙ୍ଗପୁର ଜିଲ୍ଲାରୁ ୨୬, ନୟାଗଡ଼ ଜିଲ୍ଲାରୁ ୧୪୨, ନୂଆପଡ଼ା ଜିଲ୍ଲାରୁ ୨୦, ପୁରୀ ଜିଲ୍ଲାରୁ ୧୪୪, ରାୟଗଡ଼ା ଜିଲ୍ଲାରୁ ୧୧୬, ସମ୍ବଲପୁର ଜିଲ୍ଲାରୁ ୩୭, ସୋନପୁର ଜିଲ୍ଲାରୁ ...

ମାଲକାନଗିରିରେ ବନ୍ୟା ପରିସ୍ଥିତି ସଙ୍ଗୀନ: କାଙ୍ଗୋରୁକୋଣ୍ଡା ସମେତ ବିଭିନ୍ନ ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚର ପାଣି; ଯୋଗାଯୋଗ ବିଚ୍ଛିନ୍ନ, ହଜାର ହଜାର ହେକ୍ଟର ଜମିରେ ପାଣି

Image
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଆସ୍ତେ ଆସ୍ତେ ସଙ୍ଗିନ ହେବାରେ ଲାଗିଛି । ଗତ ୪ଦିନ ଧରି କାଙ୍ଗୋରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ପୁଣି ପୋଟେରୁ , ଫାର୍ମହାଉସ୍, ଏମଭି-୯୬, କନ୍ୟାଶ୍ରମ ଆଦି ସ୍ଥାନରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ସମଗ୍ର ମାଲକାନଗିରିରେ ଯୋଗାଯୋଗ ବିଛିନ୍ନ ହୋଇଛି ।  ଏହି ଅଞ୍ଚଳରୁ ସମଗ୍ର ମାଲକାନଗିରିକୁ ଯୋଗଯୋଗ ବିଛିନ୍ନ ହୋଇଛି । ଅନେକ ଘର ଦ୍ୱାର ଭାଙ୍ଗିବା ସହ ହେକ୍ଟର ହେକଟର ଚାଷ ଜମି ଜଳମଗ୍ନ ହୋଇଛି । ଅନେକ ଗାଁ ଗଣ୍ଡାରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିଭଳି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମା ବ୍ରିଜ ପୋଲ ଉପରେ ଚାଲିଛି ୩ ଫୁଟର ପାଣି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜରୁରୀ କାମରେ ଯିବାକୁ ଥିବା ଅନେକ ଲୋକ ପାଙ୍ଗମ ବ୍ରିଜର ଉଭୟ ପାଶ୍ୱର୍ରେ ଅଟକି ରହିଛନ୍ତି । ପ୍ରାୟ ୨ଘଂଟା ହେବ ପାଣି ଚାଲୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ମାଲକାନଗିରି-କୋରାପୁଟ ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଙ୍ଗାମ ପୂର୍ବରୁ ଥିବା ସଲପପଦର କଲଭର୍ଟ ଉପରେ ମଧ୍ୟ ବିପଦ ସଂକୁଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତାର ଓଡ଼ିଆ ଅନୁବାଦ

Image
ପ୍ରିୟ ଦେଶବାସୀ, ନମସ୍କାର ! ୧. ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଓ ବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଅଗଷ୍ଟ ୧୫ ଆମକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ସହିତ ଏହି ଉତ୍ସବରେ ଅଂଶଗ୍ରହଣ ଏବଂ ଦେଶାତ୍ମବୋଧକ ସଂଗୀତ ଶୁଣିବାର ଉତ୍ସାହ ଦିଏ । ଏହି ଦିବସରେ ଦେଶର ଯୁବ ସମାଜ ଏକ ସ୍ୱାଧୀନ ଭାରତର ନାଗରିକ ହେବାର ସ୍ୱତନ୍ତ୍ର ଗର୍ବ ଅନୁଭବ କରିବା ଉଚିତ । ଏକ ସ୍ୱାଧୀନ ରାଷ୍ଟ୍ରରେ ବଞ୍ଚିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମକୁ ସମର୍ଥ କରିଥିବା ଆମର ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଆମେ ଏହି ଅବସରରେ କୃତଜ୍ଞତାର ସହ ସ୍ମରଣ କରୁଛୁ । ୨. ଆମ ସ୍ୱାଧୀନତା ସଂଗ୍ରାମର ସ୍ୱଭାବ ଓ ସଦାଚାର ଆଧୁନିକ ଭାରତର ମୂଳଦୁଆ ପ୍ରତିଷ୍ଠା କରିଛି । ଆମର ଦୂରଦୃଷ୍ଟି ସଂପନ୍ନ ନେତୃଗଣ ମିଳିତଭାବେ ଏକ ବିବିଧ ବିଶ୍ୱ ଦୃଷ୍ଟିକୋଣରେ ଗୋଟିଏ ସାଧାରଣ ଜାତୀୟ ଚେତନା ସୃଷ୍ଟି କରିଥିଲେ । ଅତ୍ୟାଚାରୀ ବିଦେଶୀ ଶାସନରୁ ଭାରତମାତାକୁ ମୁକ୍ତକରି ତାହାର ସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସେମାନେ ଅଙ୍ଗୀକୃତ ଥିଲେ । ସେମାନଙ୍କ ବିଚାର ଓ କାର୍ଯ୍ୟ ଏକ ଆଧୁନିକ ରାଷ୍ଟ୍ରର ପରିଚୟକୁ ଆକାର ଦେଇଥିଲା । ୩. ଆମେ ଭାଗ୍ୟବାନ ଯେ ମହାତ୍ମା ଗାନ୍ଧୀ ଆମ ମୁକ୍ତି ଆନ୍ଦୋଳନର ଦିଗ୍‌ଦ୍ରଷ୍ଟା ଓ ଆଲୋକବର୍ତ୍ତିକା ଥିଲେ । ସେ ଉଭୟ ସନ୍ଥ ଓ ରାଜନେତାଭାବେ ଏକ ସଂବୃତିରେ ପରିଣତ ହୋଇଥିଲେ,...

Address to the Nation by the Hon’ble President of India, Shri Ram Nath Kovind, on the eve of India’s 74th Independence Day

Image
My Dear Fellow Citizens,   Namaskaar! It gives me great pleasure to greet all the people of India, living in the country and abroad, on the eve of the 74th Independence Day.  August 15 fills us with the excitement of unfurling the tricolour, taking part in celebrations and listening to patriotic songs. On this day, the youth of India should feel the special pride of being citizens of a free nation. We gratefully remember our freedom fighters and martyrs whose sacrifices have enabled us to live in an independent nation. The ethos of our freedom struggle forms the foundation of modern India. Our visionary leaders brought together a diversity of world views to forge a common national spirit. They were committed to the cause of liberating Bharat Mata from oppressive foreign rule and securing the future of her children. Their thoughts and actions shaped the identity of India as a modern nation. We are fortunate that Mahatma Gandhi became the guiding light of our freedom...

1977 COVID-19 Cases Reported In Odisha; Khordha Reports Highest 332 Cases

Image
Bhubaneswar:  As many as  1977 more persons tested positive for COVID-19 in Odisha in the 24 hours taking the state’s total count to 54,630, informed the Government. While 1241 cases have been reported from different quarantine centres, remaining 736 are local contacts. Contact tracing and followup action is underway, said the Health and Family Welfare Department. The fresh cases have been reported from all the 30 districts with Khordha registering highest 332 cases followed by Ganjam (280) and  Mayurbhanj (120). With the new cases, the number of active cases in the state rose to 16,353. However, 37,900 patients have recovered in the state so far. It is pertinent to mention here that highest 42,761 number of samples were tested in the state in the last 24 hours. So far 8,07,826 tests have been conducted in the state.

Schools In Odisha To Observe Independence Day Without Students This Year

Image
Bhubaneswar: The Independence Day will be celebrated at schools across Odisha this year without students. A guideline was issued by the School and Mass Education Department in this regard today in view of the COVID-19 pandemic. As per the guideline, no student will be asked to attend school to participate in Independence Day celebration. It further stated the Headmaster and teachers of schools will attend flag hoisting ceremony following the COVID guidelines and safety protocol. The process of observance should be completed within 9 am to 11 am. The school managing committee President and members can be invited to the celebration. However, the congregation during the celebration should not exceed 10 persons, the guideline added. No eatable will be distributed in the flag hoisting ceremony, it said.

୩୦ଟି ଜିଲ୍ଲାରୁ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

Image
ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛିିି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୨୭, ଭଦ୍ରକ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩୧, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୮, ଗଞ୍ଜାମ ଜିଲ୍ଲାରୁ ୨୬୭, ଜଗତସିଂହପୁର ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୬୦, ଝାରସୁଗୁଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଜିଲ୍ଲାରୁ ୩୯, କନ୍ଧମାଳ ଜିଲ୍ଲାରୁ ୧୭୯, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯, କେନ୍ଦୁଝର ଜିଲ୍ଲାରୁ ୨୩, କୋରାପୁଟ ଜିଲ୍ଲାରୁ ୯୭, ମାଲକାନଗିରି ଜିଲ୍ଲାରୁ ୬୪, ମୟୂରଭଞ୍ଜ ଜିଲ୍ଲାରୁ ୩୭, ନବରଙ୍ଗପୁର ଜିଲ୍ଲାରୁ ୧୮, ନୟାଗଡ଼ ଜିଲ୍ଲାରୁ ୫୬, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୭୭, ରାୟଗଡ଼ା ଜିଲ୍ଲ...

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ

Image
ମାଲକାନଗିରି : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ ହୋଇ ପଡ଼ିଥିବା ଜଣାଯାଇଛି। ଏହି ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଯାତାୟତ ଠପ୍ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗମ ବ୍ରିଜ୍ ଉପରେ ୩ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏହାଫଳରେ ଜୟପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି। ମାଲକାନଗିରି –କାଲିମେଳା ମଧ୍ୟରେ ଥିବା ପଟେରୁ ବ୍ରିଜ୍ ଉପରେ ୪ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। କାଲିମେଳାରୁ ପଡ଼ିଆ ବ୍ଲକକୁ ଯୋଗଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ୍ ଉପରେ ୪ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। କାଲିମେଳାରୁ ମୋଟୁ ଦେଇ ଆନ୍ଧ୍ର ପ୍ରଦେଶକୁ ଯାଉଥିବା ଏମଭି୬୪/୧୦ ଓ ଏମଭି ୯୦ ବ୍ରିଜ୍ ଉପରେ ୫ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଏହାଫଳରେ ଆନ୍ଧ୍ର ପ୍ରଦେଶ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ସୂଚନାଯୋଗ୍ୟ, ଗତ ୪ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଛି। ତେବେ ଆଜି ସକାଳେ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା। ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ମଧ୍ୟରେ ବ୍ଲକରେ ୧୧୪ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଯାହାଫଳରେ ନଦୀ ଫୁଲିବା ଆରମ୍ଭ କରିଛି। ଏପରିକି ରାସ୍ତା ତଥା ପୋଲ ଉପରକୁ ବନ୍ୟାଜଳ ଚାଲି ଆସିବାରୁ କାଲିମେଳାରୁ ମାଲକାନଗିରି, ମୋଟୁ ଏବଂ ପଡ଼ିଆକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ନଦୀ ତଥା ନାଳଗୁଡ଼ି...

Flood-Like Situation Emerges In Odisha’s Malkangiri

Image
Malkangiri: Incessant rainfall in Odisha’s Malkangiri has resulted in flood-like situation in several parts of the district, especially in Kalimela and Padia blocks.  Many residential areas have been inundated due to increase in water level in the river and canals in the district. Road communication has been disrupted as water was seen flowing over several bridges in the areas at Potteru Kanyashram, Kangarukonda, MV-90 and MV -96. Jeypore-Malkangiri Roads also blocked due to 3 feet rainwater at Pangam bridge Kalimela block experienced heavy downpour during the last three days while vehicular movement between Kalimela-Malkangiri, Kalimela-Motu and Kalimela-Padia has come to a grinding halt. The situation was similar in Padia block as Saberi river swelled up owing to heavy rainfall.  The district administration has arranged temporary shelters for the affected people and urged them not to go outside. The situation is being monitored by the administration w...

ଲଗାଣ ବର୍ଷା ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି: ଯୋଗାଯୋଗ ବିଚ୍ଛିନ୍ନ, ଯାତାୟତ ଠପ୍

Image
ମାଲକାନଗିରି: ମାଲକାନଗିରି ଜିଲାରେ ଗତକାଲିଠୁ ବର୍ଷା ଲଗି ରହିବା ଫଳରେ କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ତଥା ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ବହୁ ଅଞ୍ଚଳକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।  ସୂଚନା ଅନୁଯାୟୀ, ଜିଲ୍ଲାର ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି-୯୦ ନିକଟରେ ଥିବାପୋଲ ଉପରେ ୪ରୁ ୫ ଫୁଟ ପାଣି ଚାଲୁଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁ ଯାତାୟତ ବନ୍ଦ ରହିଛି। ସେହିପରି କନ୍ୟାଆଶ୍ରାମ ନିକଟରେ ମଧ୍ୟ ପାଣି ବଢିଥିବାରୁ କାଲିମେଳାରୁ ପଡିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ପାଙ୍ଗାମ ନଦୀ ସେତୁ ଉପରେ ୩ ଫୁଟ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେତୁ ଜୟପୁର-ମାଲକାନଗିରି ସମ୍ପୂର୍ଣ୍ଣ ଯୋଗାଯୋଗ ଠପ୍ ହୋଇଯାଛି।   ଅନେକ ଛୋଟ ଛୋଟ ନଦୀ ଜଳସ୍ତ ବଢି ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦେଖି ଆଜି ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ବିଡିଓ ଉମା ଶଙ୍କର ଦଳାଇଙ୍କ ସହ ପୁଲିସ ଓ ଅଗ୍ନିଶମ ବିଭାଗ କାଙ୍ଗୁରକୋଣ୍ଡା , ଏମଭି–୯୦ ଓ କନ୍ୟାଶ୍ରମ ପୋଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।