ଲଗାଣ ବର୍ଷା ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି: ଯୋଗାଯୋଗ ବିଚ୍ଛିନ୍ନ, ଯାତାୟତ ଠପ୍
ମାଲକାନଗିରି: ମାଲକାନଗିରି ଜିଲାରେ ଗତକାଲିଠୁ ବର୍ଷା ଲଗି ରହିବା ଫଳରେ କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ତଥା ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ବହୁ ଅଞ୍ଚଳକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ସୂଚନା ଅନୁଯାୟୀ, ଜିଲ୍ଲାର ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି-୯୦ ନିକଟରେ ଥିବାପୋଲ ଉପରେ ୪ରୁ ୫ ଫୁଟ ପାଣି ଚାଲୁଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁ ଯାତାୟତ ବନ୍ଦ ରହିଛି। ସେହିପରି କନ୍ୟାଆଶ୍ରାମ ନିକଟରେ ମଧ୍ୟ ପାଣି ବଢିଥିବାରୁ କାଲିମେଳାରୁ ପଡିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ପାଙ୍ଗାମ ନଦୀ ସେତୁ ଉପରେ ୩ ଫୁଟ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେତୁ ଜୟପୁର-ମାଲକାନଗିରି ସମ୍ପୂର୍ଣ୍ଣ ଯୋଗାଯୋଗ ଠପ୍ ହୋଇଯାଛି।
ଅନେକ ଛୋଟ ଛୋଟ ନଦୀ ଜଳସ୍ତ ବଢି ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦେଖି ଆଜି ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ବିଡିଓ ଉମା ଶଙ୍କର ଦଳାଇଙ୍କ ସହ ପୁଲିସ ଓ ଅଗ୍ନିଶମ ବିଭାଗ କାଙ୍ଗୁରକୋଣ୍ଡା , ଏମଭି–୯୦ ଓ କନ୍ୟାଶ୍ରମ ପୋଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
Comments
Post a Comment