Posts

Showing posts from March, 2020

Validity of expired Driving Licences and Vehicle Registration Extended Till June 30Includes fitness, permits, driving licence, registration and other motor vehicle documents

Image
Ministry of Road Transport & Highways The Ministry of Road Transport and Highways has extended the validity of documents like driving licenses, permits and registration that expired since February 1. In an advisory to all states and Union Territories, the Ministry has asked them to treat such documents as valid till June 30. The decision was taken to facilitate people facing difficulties in renewing the validity of various motor vehicle documents due to nationwide lockdown in the country and closure of government transport offices. The documents include fitness, permits (all types), driving licence, registration or any other concerned document under the Motor Vehicle Rules. The ministry has requested all states to implement the advisory in "letter and spirit" so that the people and transporters and organisations rendering essential services do not get harassed and face difficulties. (PIB)

କେରଳରେ କରୋନାଜନିତ ୨ୟ ମୃତ୍ୟୁ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୨ ଛୁଇଁଲା

Image
ତିରୁଅନନ୍ତପୁରମ : କେରଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ତିରୁଅନନ୍ତପୁରମର ଜଣେ ୬୮ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଅବ୍ଦୁଲ ଅଜିଜ ନାମକ ଏହି ବ୍ୟକ୍ତିଙ୍କ କୌଣସି ବିଦେଶ ଗସ୍ତର ଇତିହାସ ନାହିଁ, ତେବେ ସେ କେତୋଟି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ଓ ଥାଇରଏଡ ସମସ୍ୟା ଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ସେ ଗତ କିଛି ଦିନ ଧରି ତିରୁଅନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିଡନୀ ସମସ୍ୟା ଯୋଗୁଁ ତାଙ୍କର ଡାୟାଲିସିସ ମଧ୍ୟ ହେଉଥିଲା । ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା ।             Citizen Matters ସମଗ୍ର ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୨୭ଟି ନୂଆ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୨ ଛୁଇଁଛି । ସମଗ୍ର ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୭୮୧୫ରେ ପହଞ୍ଚିଛି ।

ଲୋକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଗିରଫ ହେଲେଣି ୧୪୦୦ରୁ ଅଧିକ ଆଇନ ଉଲ୍ଲଂଘନକାରୀ

Image
  ଭୁବନେଶ୍ୱର - ମହାମାରୀ କୋରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲୋକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ସରକାରଙ୍କ ଲୋକ୍‌ଡାଉନ୍‌ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ ବ୍ୟକ୍ତି ପାଳନ କରୁଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ ୧୦ ପ୍ରତିଶତ ଲୋକ ଘଟଣାର ଗୁରୁତ୍ୱ ବୁଝୁନାହାନ୍ତି ବୋଲି କୋରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଏହି ୧୦ ପ୍ରତିଶତଙ୍କ ଦାୟିତ୍ୱହୀନତା ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଆଣିପାରେ। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି। ଏ ନେଇ ଡିଜିପି ଅଭୟ କହିଛନ୍ତି ଯେ, ଏହି ଲୋକ୍‌ଡାଉନ୍‌ ପ୍ରଥମଥର ପାଇଁ ହୋଇଛି। ଏଥିପାଇଁ ୭୦୦ରୁ ଊର୍ଦ୍ଧ୍ୱ ଥାନାକୁ ସଇନିସପେକ୍ଟର ଯୋଗାଇ ଦିଆଯାଇଛି। ଏମାନଙ୍କୁ ବିଭିନ୍ନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଅନ୍ୟାନ୍ୟ ସଂସ୍ଥାରୁ କାଢ଼ି ଦିଆଯାଇଛି। ୧୬୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ୧ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ଦିଆଯାଇଛି। ଏଥିସହିତ ସେମାନଙ୍କୁ ନିର୍ଦ୍ଦେଶ ରହିଛି ଯେ, ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ, କିନ୍ତୁ କାହାକୁ ଦୁର୍ବ୍ୟବହାର କରିବ ନାହିଁ। ତେଣୁ ଲୋକ୍‌ଡାଉନ୍‌କୁ ମାନୁ ନ ଥିବା ଲ...

ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ଏମିତି : ଛତିଶଗଡ଼ ସୀମାରେ ପାରାମିଲିଟାରି ପହରା, ଓଡ଼ିଶା ସୀମାକୁ ଜଗୁଛନ୍ତି ରାଜ୍ୟ ପୁଲିସ

Image
ମାଲକାନଗିରି : କରୋନାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ଲକ୍‌ଡାଉନ୍ କରାଯାଇଛି। ଏହାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରରେ ଯେପରି ଲୋକେ ଦଳ ଦଳ ହୋଇ ନ ବୁଲିବେ ଏବଂ ସୀମିତ ସମୟ ମଧ୍ୟରେ ନିଜର ଅତ୍ୟାବଶ୍ୟକୀୟ ଜିନିଷ କିଣି ପୁଣି ଘରକୁ ଫେରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅଯଥାରେ ବୁଲୁଥିବା ଲୋକଙ୍କୁ ପାହାର ଦେଉଛି ପୁଲିସ। ସେହିପରି ଜିଲ୍ଲା ଭିତରକୁ ଯେପରି ବାହାର ରାଜ୍ୟର କୌଣସି ଲୋକ ପଶି ନ ପାରନ୍ତି ସେଥିପାଇଁ ସୀମାକୁ ସିଲ୍ କରାଯାଇଛି। ତେଣୁ ମାଲକାନଗିରି ଜିଲ୍ଲା ସୀମାରେ ପୁଲିସ ୨୪ ଘଣ୍ଟିଆ ପହରା ଦେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରୁ ଛତିଶଗଡ଼କୁ ଯେପରି କୌଣସି ଲୋକ ଯିବେ ନାହିଁ ଏବଂ ଛତିଶଗଡ଼ ପଟୁ ଜିଲ୍ଲାକୁ ଯେପରି କୌଣସି ବ୍ୟକ୍ତି ପଶିପାରିବେ ନାହିଁ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି। ସୀମା ପାର ହେଉଥିବା ଲୋକଙ୍କୁ ପୁଲିସ ଅଟକାଇ ପଚରାଉଚରା କରିବା ସହ ତୁରନ୍ତ ଫେରିଯିବାକୁ ବାଧ୍ୟ କରୁଛି। ଯଦି ଜବରଦସ୍ତ ସୀମା ପାର ହେବାକୁ ଚେଷ୍ଟା କରାଯାଏ ତେବେ ପୁଲିସ ଶକ୍ତି ପ୍ରଦର୍ଶନ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି। ଛତିଶଗଡ଼ ସରକାର ନିଜ ସୀମାର ସୁରକ୍ଷା ପାଇଁ ପାଦେ ଆଗକୁ ଯାଇ ପାରାମିଲିଟାରି ପହରା ବ୍ୟବସ୍ଥା କରିଛନ୍ତି। ସ...

ସବୁ ଜିଲ୍ଲାରେ ହେବ କୋଭିଡ୍-୧୯ ହସପିଟାଲ : ସ୍ବାସ୍ଥ୍ୟମନ୍ତ୍ରୀକେୟାର ଓ ବିକାଶ ସହିତ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

Image
ଓଡ଼ିଶା/ଝାରସୁଗୁଡ଼ା : କରୋନା ଭୂତାଣୁ କୋବିଡ୍-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଭୟାଭହ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଙ୍ଗରୋଧ ଓ ସାମାଜିକ ଦୂରତ୍ବ ଏକମାତ୍ର ଉପାୟ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ପାଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଆମେ ଶପଥ ନେଇ ଏହି କରୋନା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ହସପିଟାଲ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଏହାକୁ ଗୁରୁତ୍ବ ଦେଇଛନ୍ତି ଓ ଏଥିପାଇଁ ବିଭିନ୍ନ ଘରୋଇ ହସପିଟାଲ ସହଯୋଗରେ ଏହି ହସପିଟାଲ ମାନ ଯୁଦ୍ଧକାଳୀନ ଭିତ୍ତିରେ ହେବାକୁ ଯାଉଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ତଥା ଅନ୍ୟାନ୍ୟ ଜିଲ୍ଲାରେ କୋଭିଡ୍ ହସପିଟାଲ ପ୍ରତିଷ୍ଠା ପାଇଁ ମଙ୍ଗଳବାର ୧୧.୪୫ ମିନିଟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଆହ୍ବାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବୈଠକରେ କେୟାର ହସପିଟାଲ ଓ ବିକାଶ ହସପିଟାଲ କର୍ତ୍ତୃପକ୍ଷଙ୍କ ସମେତ ଏକ ଚୁକ୍ତନାମା ହେବାର ସମ୍ଭାବନା ରହିଥିବା ଜଣାଯାଇଛି। ଝାରସୁଗୁଡ଼ାରେ କୋଭିଡ୍ ହସପିଟାଲ ପାଇଁ ବ୍ଲାକ ଡା...

Odisha To Set Up COVID-19 Hospitals In All Districts: Health Minister

Image
Odisha/Jharsuguda:  Amid COVID-19 pandemic, the Odisha government decided to establish COVID hospitals in all districts. This was informed by Health Minister Naba Das today. As per a directive issued by Chief Minister Naveen Patanik, the government is in the process of talks with private hospitals to set up COVID hospitals, the minister added. The State government called a crucial meeting in Bhubaneswar at around 11.45 am on Tuesday to discuss the modalities of setting up COVID hospitals in other parts of the State including the Western Odisha, he informed. “During the meeting the State government is likely to sign an agreement with CARE Hospital and Vikash Hospital for establishment of the special COVID hospitals,” the minister added. The Jharsuguda district administration has identified Block Diamond school and Navodaya School, Lahandabuda as probable spots to set up the special hospitals, he informed. Also, the Health Minister held talks with Union Health Minister Harsh Vardhan ...

କୋଭିଡ-୧୯ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା

Image
ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ କୋଭିଡ-୧୯ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ବିଶ୍ୱବ୍ୟାପୀ କୋଭିଡ-୧୯ ମହାମାରୀ ସଂଖ୍ୟାଧିକ ଜୀବନକୁ ପ୍ରଭାବିତ କରିଛି ଏବଂ ଧୀରେ ଧୀରେ ଏହା ଅଧିକ ପ୍ରସାରିତ ହେଉଛି । ଦେଶବ୍ୟାପୀ ଲକଡାଉନ ସମେତ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆମେ ସମସ୍ତେ ଏହି ରୋଗର ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି ଧାର୍ଯ୍ୟ ନିୟମକୁ ପାଳନ କରିବା ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ବୟସ୍କ ନାଗରିକଙ୍କ ପ୍ରତି କୋଭିଡ-୧୯ ସଂକ୍ରମଣର ଅଧିକ ଭୟ ରହିଛି । କାରଣ ସେମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଏବଂ ଶାରୀରିକ କ୍ଷମତା କମ ହୋଇଥାଏ । ଏହାଛଡ଼ା ଅଧିକାଂଶ ବରିଷ୍ଠ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ, ଜଟିଳ କିଡନୀ ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥାଆନ୍ତି । ଏହି ରୋଗର ପ୍ରକୋପ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ମୃତ୍ୟୁହାର ମଧ୍ୟ ଅଧିକ ହୋଇଥାଏ । ତେବେ, ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ବରିଷ୍ଠ ନାଗରିକଙ୍କୁ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷିତ ରଖାଯାଇପାରିବ । କ ' ଣ କରିବେ ୧. ଘରେ ରୁହନ୍ତୁ । ଘରକୁ ଆସୁଥିବା ବାହାର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଯଦି ଭେଟି...

ଶ୍ରମଜୀବୀଙ୍କୁ ସମୟ ଅନୁସାରେ ମଜୁରୀ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡିବାକୁ ବାଧ୍ୟ କଲେ କାର୍ଯ୍ୟାନୁଷ୍ଠାନ

Image
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହରାଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ • ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥା • ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କ୍ୟାବିନେଟ ସଚିବ ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରଖିଛନ୍ତି । ଗତକାଲି ଓ ଆଜି କ୍ୟାବିନେଟ ଓ ଗୃହ ସଚିବ ରାଜ୍ୟର ମୁଖ୍ୟ ଶାସଚ ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲକଡାଉନର ନିୟମଗୁଡିକୁ କଡାକଡି ଭାବେ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଥିବା ବେଳେ ଅହୋରାତ୍ର ପରିସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ତେବେ ରାଜ୍ୟର କେତେକ ଅଂଚଳରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରି ଆସୁଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ଜିଲ୍ଲା ଓ ରାଜ୍ୟର ସୀମାଗୁଡିକୁ ସିଲ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯେପରି ସହର ଓ ରାଜରାସ୍ତାରେ ଲୋକମାନଙ୍କ ଚଳପ୍ରଚଳ ନ ହୁଏ...

ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କ ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କଲେ ରାଜ୍ୟ ସରକାର

Image
ଭୁବନେଶ୍ୱର:  ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରବାସୀ ଓଡ଼ିଆମାନେ ନିଜ ଅଞ୍ଚଳର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିପାରିବେ । ସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ । କିଏ କେଉଁ ରାଜ୍ୟ ପାଇଁ ନୋଡାଲ ଅଫିସର ଜାଣନ୍ତୁ ତେଲେଙ୍ଗାନା: ୟେଦୁଲା ବିଜୟ-୦୬୭୪-୨୩୨୩୦୬୮ ଆନ୍ଧ୍ରପ୍ରଦେଶ: ବି. ପରମେଶ୍ୱରନ-୦୬୭୪-୨୩୯୩୨୭୫ ତାମିଲନାଡୁ: ଚିତ୍ରା ଅରୁମୁଗମ-୦୬୭୪-୨୫୩୬୬୩୧ ପଶ୍ଚିମବଙ୍ଗ: ଶ୍ରୀଭାସ୍କର ଜ୍ୟୋତି ଶର୍ମା-୦୬୭୪-୨୩୯୦୧୧୬ ଗୁଜୁରାଟ: ଜୱାଲେ ନୀତିନ ଭାନୁଦାସ-୦୬୭୪-୨୫୪୩୪୬୧ ବିହାର ଓ ଝାଡ଼ଖଣ୍ଡ: ସାଦିକ ଆଲାମ-୦୬୭୪-୨୫୭୩୩୧୦ ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ-୦୬୭୪-୨୩୯୨୯୦୬ କେରଳ: ଏମ ମୁଥୁକୁମାର-୦୬୭୪-୨୩୯୫୫୩୨ ନୂଆଦିଲ୍ଲୀ/ଏନସିଆର: ସଂଜୀବ ମିଶ୍ର-୦୬୭୪-୨୩୦୧୮୪୮୮ ଅନ୍ୟ ରାଜ୍ୟ ପାଇଁ: ଅମିତାଭ ଠାକୁର- ୦୬୭୪-୨୫୩୩୨୩୦ ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ୨୫ ତାରିଖ ଠାରୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ହେବା ପରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଓଡ଼ିଆ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ବିଭିନ୍ନ ...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍

Image
ଭୁବନେଶ୍ବର :  କରୋନା ମୁକାବିଲା ନେଇ ଦେଶବ୍ୟାପୀ ତାଲାବନ୍ଦ ଜାରି ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କରୋନା ଯୋଗୁଁ ପରୀକ୍ଷା ହୋଇପାରି ନଥିଲା । ତେଣୁ ସମସ୍ତ ଛାତ୍ରାଛାତ୍ରୀ ଚଳିତ ବର୍ଷ ପାଇଁ ଉପର ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ସେମାନଙ୍କର ଆଉ ପୁନର୍ବାର ପରୀକ୍ଷା ହେବ ନାହିଁ ତେବେ ଆସନ୍ତା ବର୍ଷରୁ ପାସଫେଲ ବ୍ୟବସ୍ଥା ଲାଗୁ କରାଯିବା ନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କଲେ ବିଭାଗୀୟ ମନ୍ତ୍ରୀ । ସେହିପରି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍କୁଲ, କଲେଜ ଛୁଟି ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାର୍ତା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଏଭଳି ଏକ ସମୟରେ ପିଲାମାନେ ପାଠପଢ଼ୁଥିବେ ବୋଲି ମୋର ଆଶା ଓ ବିଶ୍ବାସ। ଆସନ୍ତା ୩ ମାସ ପାଇଁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଛି। ଜୁନ୍ ୧୫...

ମାଲକାନଗିରିରେ ପୋଷ୍ଟର : କରେନାରେ ସଂକ୍ରମିତ ନକ୍ସଲ ! ସେମାନଙ୍କୁ ଗାଁରେ ପଶିବାକୁ ଦିଅ ନାହିଁ

Image
ମାଲକାନଗିରି : ବିଭିନ୍ନ ରାଜ୍ୟରେ ବୁଲୁଛନ୍ତି। ବହୁ ଲୋକଙ୍କ ସହ ମିଳାମିଶା କରୁଛନ୍ତି। ଏଥିପାଇଁ କିଛି ମାଓବାଦୀ କରୋନରେ ସଂକ୍ରମିତ ହୋଇ ସାରିଛନ୍ତି। ସେମାନେ ଏବେ ମାଲକାନଗିରି ଜିଲ୍ଲାକୁ ଚାଲି ଆସିଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ରହିଛି। କୌଣସି ପରିସ୍ଥିତିରେ ସେମାନଙ୍କୁ ଗାଁରେ ପଶିବାକୁ ଦିଅନାହିଁ। ସେମାନଙ୍କଠାରୁ ଦୂରେଇ ରହିଲେ ନିଜେ ସୁରକ୍ଷିତ ରହିବା ସହ ଗାଁ ସୁରକ୍ଷିତ ରହିବ। ଆଜି ସଚେତନ ନାଗରିକ ମଞ୍ଚ ନାମରେ ଏମିତି ଅନେକ ପୋଷ୍ଟର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ନକ୍ସଲଙ୍କ ଦ୍ବାରା କରୋନା ଭୂତାଣୁ ଗ୍ରାମାଞ୍ଚଳରେ ବ୍ୟାପିବା ନେଇ ଅନୁମାନ କରୁଛି ସଚେତନ ନାଗରିକ ମଞ୍ଚ। ଏଥିପାଇଁ ମାଓ ଅଧ୍ୟୁଷିତ ତଥା ଜିଲ୍ଲାର ସୀମାନ୍ତ ମାଥିଲି ବ୍ଲକ୍‌ର ମହୁପଦର, ବିଚ୍ଛିନ୍ନା଼ଞ୍ଚଳର ଜାନବାଇ, ସ୍ପିଲୱେ, ଗୁମ୍ମା ଅଂଚଳରେ ପୋଷ୍ଟର ମାରି ଲୋକଙ୍କୁ ସତର୍କ କରିଛି। ଆମ ରାଜ୍ୟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲାଣି। ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରାଯାଇଛି। ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏହାକୁ କେବଳ ସାମାଜିକ ଦୂରତା ଦ୍ବାରା ହିଁ ମୁକାବିଲା କରିପାରିବା ବୋଲି ପୋଷ୍ଟରଗୁଡ଼ିକରେ ଉଲ୍ଲେଖ ହୋଇଛି।

ଦୁର୍ଦଶା ବଢ଼ାଇଲା କରୋନା ଲକ୍‌ଡାଉନ୍‌ : ପଦଯାତ୍ରାରେ ୧୪ ଦାଦନ, ୨୫୦ କିଲୋମିଟର ଚାଲିବାକୁ ନିଷ୍ପତ୍ତି

Image
ମାଲକାନଗିରି : ଲକ୍‌ଡାଉନ୍‌ ପରେ ଥମି ଯାଇଛି ସାରା ଦେଶ। ଏହାପରେ ଦୁର୍ଦ୍ଦଶା ମଧ୍ୟକୁ ଚାଲି ଯାଇଛନ୍ତି ଭିଟାମାଟି ଛାଡ଼ିଥିବା ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ। ଖାଇବାକୁ ପାଖରେ ମୁଠେ ନଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ସଞ୍ଚିତ ଅର୍ଥ ବି ସାରି ଆସିଲାଣି। ଏମିତି ସ୍ଥିତିରେ ଫସି ରହିଥିବା ଶ୍ରମିକ ନିଜ ନିଜ ଗାଁ ଅଭିମୁଖେ ବାହାରିଛନ୍ତି। ମାଲକାନଗିରି ଜିଲ୍ଲାରେ ରହିଥିବା ୧୪ଜଣ ଶ୍ରମିକ ମଧ୍ୟ ନିଜ ଭିଟାମାଟିକୁ ଫେରିବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି। କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମଭି-୭୯ ଅଂଚଳରେ ନବରଂଗପୁର ଜିଲ୍ଲା ନୂଆଗୁଡ଼ା ଗ୍ରାମର ପ୍ରାୟ ୧୪ଜଣ ଶ୍ରମିକ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ଜୀବିକା ହରାଇବାରୁ ଗାଁକୁ ବାହାରିଛନ୍ତି। କୌଣସି ଗାଡ଼ି ଚଳାଚଳ କରୁ ନଥିବାରୁ ସେମାନେ ୨୫୦କିଲୋମିଟର ରାସ୍ତାକୁ ପାଦରେ ଅତିକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମଭି-୭୯ ଛାଡ଼ିବା ପରେ ୭୦କିଲୋମିଟର ଅତିକ୍ରମ କରି ଆଜି ମାଲକାନଗିରିରେ ପହଞ୍ଚିଥିଲେ। ଆଉ ଚାରି ପାଞ୍ଚ ଦିନ ମଧ୍ୟରେ ସେମାନେ ନିଜ ନିଜ ଗାଁରେ ପହଞ୍ଚିଯିବେ ବୋଲି କହିଥିଲେ। ଏମଭି-୭୯ ଅଂଚଳରେ ସେମାନେ ରହୁଥିଲେ ମଧ୍ୟ ବହୁ ଦୁର୍ଗମ ଅଞ୍ଚଳରେ କାମ କରୁଥିଲେ। ଜଣେ ଠିକାଦାରଙ୍କ ଅଧୀନରେ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ଠିକାଦାର ଜଣକ କାମ ବନ୍ଦ ହୋଇଯାଇଛି, ତେଣୁ ଘରକୁ ଚାଲି ଯିବାକୁ କହିଲେ। କିନ୍ତୁ ଘରକୁ ...

ସହୀଦ ଲକ୍ଷ୍ମଣ ନାୟକ

Image
                          ସହୀଦ ଲକ୍ଷ୍ମଣନାୟକ ସହୀଦ ଲକ୍ଷ୍ମଣ ନାୟକ ଥିଲେ ଆଦିବାସୀ ସ୍ୱାଧୀନ ସଂଗ୍ରାମୀ । ଆଦିବାସୀ ନିଜକୁ ମୁଖ୍ୟ ସ୍ରୋତ ସ୍ୱାଧୀନତା ସଂଗ୍ରାମ ସହିତ ଭାରି ଅଡୁଆ ବିରୁଦ୍ଧରେ ଏବଂ ସେମାନଙ୍କ ଜୀବନ ଏବଂ ରାଜକୁମାରୀ କ୍ୟାରିୟର ସହିତ ପରିଚିତ କରାଇଥିଲେ ।   କୋରାପୁଟର ଲକ୍ଷ୍ମଣ ନାୟକ ସେମାନଙ୍କ ମଧ୍ୟରୁ ଅନ୍ୟତମ ।  ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଦିବାସୀ ପ୍ରତିରୋଧ ଆନ୍ଦୋଳନର ଏକ ଲମ୍ବା ଏବଂ ଦୃଷ୍ଟାନ୍ତମୂଳକ ତାଲିକା ଅଛି, କିନ୍ତୁ କୋରାପୁଟର ଜଣେ ଆଦିବାସୀ ନେତାଙ୍କ ବୀରତ୍ୱର ସଂଗ୍ରାମ ଏବଂ ବଳିଦାନର ସାହସଠାରୁ ଅଧିକ କିଛି ପ୍ରେରଣାଦାୟକ ଏବଂ ଶକ୍ତିଶାଳୀ ହୋଇପାରିବ ନାହିଁ, ଯାହାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଅତୁଳନୀୟ | ଏହି ମହାନ ବ୍ୟକ୍ତି କୋରାପୁଟ ଜିଲ୍ଲାର ଲକ୍ଷ୍ମଣ ନାୟକଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ଲକ୍ଷ୍ମଣ ନାୟକ ୨୨ ନଭେମ୍ବର୧୮୯୯ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରିର ସବଡିଭିଜନ ତେନ୍ତୁଳିଗୁମ୍ମାଠରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପଦଲାମ ନାୟକ ଥିଲେ। ମାତା ସମାରି ନାୟକ ।  ସେ ଏକ ଭୂମିଆ ଜନଜାତିର ଥିଲେ। ସେ ଅତ୍ୟାଚାରିତ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ଏକତରଫା ଯୁଦ୍ଧ କରିଥିଲେ ଏବଂ ଏକ ବିରଳ ଆବେଗ ଏବଂ ଯୁଦ୍ଧବିମାନର ଉତ୍ସ...

ସହୀଦ ଲକ୍ଷ୍ମଣ ନାୟକ

Image
    ସହକଦ ଲକ୍ଷ୍ମଣ ନାୟକ ସହୀଦ ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ପଦଲାମ ନାୟକ ଓ ମାତା ସମାରି ନାୟକ । ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ବେଜୁଣୀଗୁଡା, ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ । ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲମଙ୍କ ଠାରୁ ଅକ୍ଷର ଶିକ୍ଷା କରିଥିଲେ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ପରଜା,ଗାଦବା ଭାଷା ମିଶାମିଶି ଦେଶୀୟ ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଦେଶୀୟ ଓ ଓଡ଼ିଆ ଭାଷା କହିପାରୁଥିଲେ । ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାନଙ୍କ କନ୍ୟା ମଙ୍ଗ...

କେଉଁମାନେ କରିବେ କରୋନା ପରୀକ୍ଷା ? ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Image
ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୬ ଲକ୍ଷ ଟପିଯାଇଛି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ପ୍ରାୟ ୯୦୦ଟି ସଂକ୍ରମିତ ମାମଲା ଜଣାପଡ଼ିଛି । ଦିନକୁ ଦିନ ଏହା ବ୍ୟାପିଚାଲିଥିବାବେଳେ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଶେଷକରି ପରୀକ୍ଷା କିଟର ବ୍ୟାପକ ଅଭାବ ଦେଖାଦେଇଛି । ଏହା ଫଳରେ ଅଧିକରୁ ଅଧିକ ଲୋକଙ୍କୁ ପରୀକ୍ଷା କରିବା ସମ୍ଭବ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି କେଉଁମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ସେ ନେଇ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ଗାଇଡଲାଇନ ଅନୁସାରେ ଯେଉଁମାନେ ଗତ ୧୪ ଦିନ ମଧ୍ୟରେ ବିଦେଶ ଯାତ୍ରା କରିଛନ୍ତି, ଏବେ କରୋନା ପଜିଟିଭ ଥିବା ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଓ ଯେଉଁମାନେ ପୂର୍ବରୁ ସାରସ ଓ ଇନଫ୍ଲୁଏନଜା ସଂକ୍ରମିତ ହୋଇଥିଲେ । ଏପରି ଲୋକମାନଙ୍କ ଶରୀରରେ କରୋନା ସଂପର୍କିତ ଲକ୍ଷଣ ଦେଖାଦେଲେ ସେମାନେ ପରୀକ୍ଷା କରିବା ଉଚିତ । ଆହୁରି ମଧ୍ୟ ଶରୀରରେ କୌଣସି ଲକ୍ଷଣ ନଥିଲେ ମଧ୍ୟ କେତେକ ଲୋକଙ୍କୁ ପରୀକ୍ଷା କରିବାକୁ ହେବ । ସେମାନେ ହେଲେ ,ଯେଉଁମାନେ ସଂକ୍ରମିତ ଲୋକଙ୍କ ଘରେ ରହୁଛନ୍ତି ଓ ସ୍ୱାସ୍ଥ୍ୟକର୍ମୀ ।

କୋରୋନା ଅପଡେଟ୍

Image
କୋରୋନା ଅପଡେଟ୍: ୧- ରାଜ୍ୟରେ ଏଯାଏଁ ୨୫୬ ଜଣଙ୍କ ପରୀକ୍ଷା କରାଯାଇଛି। ୩ ଜଣ ପଜିଟିଭ ଅଛନ୍ତି ୨ ଜଣଙ୍କ ଅବସ୍ଥା ସ୍ଥିର ଅଛନ୍ତି, ତୃତୀୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ୨- ତୃତୀୟ ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିମାନରେ ୩୨, ପରିବାରରେ ୬ ଜଣ, ୪୪ ଜଣ ବ୍ୟାଙ୍କ କର୍ମଚାରୀ, ବିଧାନସଭାର ୭ ଜଣ, ପାଥୋଲ୍ୟାବରେ ୩ ଓ କ୍ଲିନିକରେ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ୩- ତୃତୀୟ ପଜିଟିଭ୍ ରୋଗୀଙ୍କୁ ସୁପର ସ୍ପ୍ରେଡର ଭାବେ ଉଦାହରଣ ଦେଲେ ବାଗଚୀ। ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜଣଙ୍କ ରିପୋର୍ଟ ନେଗେଟିଭ୍‌, ଅନ୍ୟ ୧୦ ଜଣଙ୍କ ରିପୋର୍ଟ ଆସିନାହିଁ। ୪- ମତ୍ସ୍ୟ ଓ ପଶୁଖାଦ୍ୟକୁ ଲକ୍‌ଡାଉନ୍‌ କଟକଣାରୁ ମୁକ୍ତ କଲେ ସରକାର। ଏଣିକି ତେଜରାତି ଦୋକାନୀ ବି ବିକି ପାରିବେ ମତ୍ସ୍ୟ ଓ ପଶୁଖାଦ୍ୟ। କୋରୋନା ସୂଚନା, ଶିକ୍ଷା ଓ ଯୋଗାଯୋଗ ମୁଖ୍ୟ ସୁବ୍ରତ ବାଗ୍‌ଚୀଙ୍କ ସୂଚନା, ଆଜି ଶ୍ରବଣବାଧିତଙ୍କ ପାଇଁ ଆରମ୍ଭ ହେଲା ସାଂକେତିକ ସୂଚନା ବ୍ୟବସ୍ଥା। ୫- ଆଜି ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ରୁଜୁ ହୋଇଛି ୩୨୪ ମାମଲା। ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ୩୦୮ଟି, କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୫ ମାମଲା ଏବଂ କୋରୋନା କଟକଣା ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ୬- ଏପର୍ଯ୍ୟନ୍ତ ରାଜ୍ୟକୁ ଫେରିଲେଣି ୭ ହଜ...

କରୋନା ମୁକାବିଲା: ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞାପନ

Image
ଭୁବନେଶ୍ୱର , କୋଭିଡ-୧୯ ଡିପିଏଚ୍‌ଏଲ୍‌ ଓ ସ୍ବାବ୍‌ ନମୂନା ସଂଗ୍ରହ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଛି। ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ବିଜ୍ଞାପନ ଦିଆଯାଇଛି। ସ୍ବଳ୍ପ ମିଆଦ ଭିତ୍ତିରେ ମେଡିକୋ ଓ ନନ୍‌ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋଙ୍କୁ ଦୈନିକ ୫ ହଜାର, ନନ୍‌ ମେଡିକୋଙ୍କୁ ୨୫୦୦ ଟଙ୍କା ମିଳିବ। ପ୍ରାଥମିକ ଭାବେ ଜୁନ ୩୦ ପର୍ଯ୍ୟନ୍ତ ନିଯୁକ୍ତି, ପରେ ବୃଦ୍ଧି କରାଯାଇପାରେ ବୋଲି ଏଥିରେ କୁହାଯାଇଛି।

ଗରିବ, ଖଟିଖିଆ ଓ ଶ୍ରମିକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା

Image
ଭୁବନେଶ୍ୱର : ରାଜ୍ୟର ୯୪ ଲକ୍ଷ ପରିବାରକୁ  ମିଳିବ ୧ ହଜାର ଟଙ୍କା ସହାୟତା। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ମିଳିବ ୪ ମାସର ଭତ୍ତା। ନିର୍ମାଣ ଶ୍ରମିକଙ୍କୁ  ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ‘କରୋନା’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି। ଭିଡିଓ ଜରିଆରେ ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ମାସର ରାସନ ଆଗୁଆ ମିଳୁଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟର ୯୪ ଲକ୍ଷ ପରିବାରକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସହାୟତା ବାବଦକୁ ମୋଟ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ସାମାଜିକ ସୁରକ୍ଷାରେ ୪ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ମିଳୁଛି। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ୪ ମାସର ଭତ୍ତା ଆଗୁଆ ମିଳୁଛି। ୪ ମାସର ଆଗୁଆ ଭତ୍ତା ପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ। ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ ୩୩୦ କୋଟି ଖର୍ଚ୍ଚ ହେବ।” ସୂଚନାରୁ ପ୍ରକାଶ, ‘କରୋନା’ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବ...

Odisha Schools To Remain Closed Till June; Auto Promotion For Students

Image
       Image credit: newsd.in Bhubaneswar:  With uncertainty looms over normalcy in the wake of coronavirus outbreak, the Odisha Government plans to extend closure of all schools in the state till third week of June. Earlier, the state Government had declared closure of all school till March 31. However, after subsequent nationwide lockdown announcement made by Prime Minister Narendra Modi, the state Government had further extended it till April 14. With no normalcy in sight even after April 14 and since all schools remain closed in the state for summer vacation in May, the Government is planning to reopen the schools after June 17. In another major development, the School and Mass Education Department is mulling lifting the pass/fail system for Class 1 to Class 9 students. Accordingly, all students from Class 1 to Class 9 will be promoted even after poor performances, said an official. Once normalcy returns, priority will be given on evaluation of Matric exam a...

These Stores To Deliver Essential Commodities At Doorsteps In Odisha Capital

Image
Bhubaneswar:  At the stressful time of corona scare to make essential commodities available at the doorsteps of citizens and ensure social distancing, the Bhubaneswar Municipal Corporation (BMC) has roped in 28 stores and outlets of Reliance Fresh, Big Bazaar, Vishal Mega Mart and Aadhar Fresh to ensure delivery of goods between 7 am and 11 pm from tomorrow. BMC has also provided the list of WhatsApp numbers of the contact person’s of the respective nearby stores. To avail the service one citizen has to send the list, amount of essential commodities needed and local address to the person concerned. However, no phone call will be entertained in this process. BMC sources said one can pay the bill amount while receiving the order/consignment from the nearest store.

ହ୍ବାଟସଆପ୍‌ରେ ମେସେଜ୍ କଲେ ଘରେ ଜିନିଷ ପହଞ୍ଚିବ

Image
୨୮ ଦୋକାନର ତାଲିକା ଜାରି କଲା ବିଏମ୍‌ସି ଷ୍ଟୋର୍‌ର ନାମ ଓ ସ୍ଥାନ ନାମ ଓ ଡେଲିଭରି ମ୍ୟାନେଜର୍‌ଙ୍କ ମୋବାଇଲ୍‌ ନମ୍ବର ଭୁବନେଶ୍ବର : ଲକ୍‌ଡାଉନ୍ ପାଇଁ ଘରୁ ଲୋକ ବାହାରିବା ଉପରେ ରୋକ୍ ଲାଗି ଥିବାରୁ ସେମ‌ାନଙ୍କ ହାତ ପାହାନ୍ତାରେ ଯେପରି ସାମଗ୍ରୀ ପହଞ୍ଚିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ସୁବିଧା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୨୮ଟି ସପିଂ ମଲ୍‌ ଦ୍ବାରା ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଯୋଜନା ହୋଇଛି। କେବଳ ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ଥିବା ସମାଗ୍ରୀର ତାଲିକା କରି ହ୍ବାଟସଆପ୍ କରିବାକୁ ହେବ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ଫ୍ରେସ୍‌, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ, ଆଧାର ଫ୍ରେସ୍‌କୁ ହୋମ୍‌ ଡେଲିଭରି କରିବାକୁ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ରାତି ୧୧ଟା ମଧ୍ୟରେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚିବ। ଲୋକଙ୍କୁ ନିକଟସ୍ଥ ଷ୍ଟୋର୍‌ର ନମ୍ବରକୁ ସାମଗ୍ରୀ ତାଲିକା ହ୍ବାଟସ୍‌ଆପ୍ କରିବାକୁ ହେବ। ଏହାସହ ସ୍ଥାନୀୟ ଠିକଣା ଦେବାକୁ ହେବ। ଘରେ ଜିନିଷ ପାଇବା ପରେ ବିଲ୍‌ ଅନୁଯାୟୀ ‌ଟଙ୍କା ଦେବେ। ଷ୍ଟୋର୍‌ର ନାମ ଓ ସ୍ଥାନ ନାମ ଓ ଡେଲିଭରି ମ୍ୟାନେଜର୍‌ଙ୍କ ମୋବାଇଲ୍‌ ନମ୍ବର • ବିଗ୍‌ବଜାର, ଫୋରମ୍‌ ମାର୍ଟ, ସତ୍ୟନଗର ପବିତ୍ର ମହାନ୍ତି ମୋ: ୮୩୨୭୭୬୫୦୬୭, ୮୯୨୮୯୩୨୦୫୩ • ବିଗ୍‌ ବଜାର, ପଟିଆ ରାହୁଲ ମୋ:...

India May See 25 Crore COVID-19 Cases In Next 3 Months: Report

Image
New Delhi:  In what could spell real trouble for the country in the next three months, a new report from prestigious Johns Hopkins University and the Centre for Disease Dynamics, Economics & Policy (CDDEP) has predicted that 21-day lockdown may be ineffective to stop the COVID-19 peak arriving in April-May-June — infecting over 12 crore Indians in an optimistic (low) scenario. In a High scenario (trajectory with current lockdowns but insufficient physical distancing or compliance), the total number of cases (asymptomatic, hospitalized and symptomatic) can even touch a massive figure of 25 crore. In the most likely (Medium) scenario with moderate to full compliance but no change in virulence or temperature/humidity sensitivity, the numbers of total cases can swell up to 18 crore. The optimistic (low) scenario constitutes decreased virulence and temperature/humidity sensitivity. To reach these numbers, Johns Hopkins and CDDEP — a public health research organisation — ...

ମାଲକାନଗିରିରୁ ଶିଖନ୍ତୁ

Image
ମାଲକାନଗିରି : କରୋନା ଭୂତାଣୁ ବିରୋଧରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ପୂରା ଦେଶକୁ କରୋନା କବଳରୁ ରକ୍ଷା କରିବା ଲାଗି ଲୋକମାନେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀମାନେ ନିବେଦନ କରିଛନ୍ତି, କିନ୍ତୁ ଲୋକେ ଏହାକୁ ମାନୁନାହାନ୍ତି। କେଉଁଠି ଲୋକେ ବାହାନା କରି ଗାଡ଼ି ଧରି ରାସ୍ତାରେ ବୁଲୁଛନ୍ତି ତ ଆଉ କେଉଁଠି ହାଟ ବଜାରରେ ଲୋକେ ଭିଡ଼ ଜମାଉଛନ୍ତି। ରାଜଧାନୀ ଭୁବନେଶ୍ଵର ଏବଂ କଟକ ଭଳି ସ୍ଥାନରେ ଏଭଳି ଦୃଶ୍ୟ ଅଧିକ ଦେଖିବାକୁ ମିଳିଛି। ଆଧୁନିକ ସମାଜରେ ବସବାସ କରୁଥିଲେ ବି ଏଠାକାର ଲୋକେ କରୋନାର ଭୟାବହତା ନେଇ ଏତେ ସଚେତନ ଥିବା ମନେ ହେଉନାହିଁ। ମାତ୍ର ମାଲକାନଗିରି ଭଳି ଅପହଞ୍ଚ ଓ ଆଦିବାସୀ ଅଞ୍ଚଳରେ ଲୋକଙ୍କ ନିକଟରେ ବେଶୀ ସଚେତନତା ଦେଖିବାକୁ ମିଳିଛି। ଲୋକେ ହାଟକୁ ଗଲେ ବି ସାମାଜିକ ଦୂରତ୍ଵ ରକ୍ଷା କରୁଛନ୍ତି। ଶାନ୍ତି ଶୃଙ୍ଖଳା ବଜାୟ ରଖୁଛନ୍ତି। ଅତି ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି, ଯାହା ଭୁବନେଶ୍ଵର ଏବଂ କଟକ ଭଳି ସହରରେ କ୍ବଚିତ ଦେଖିବାକୁ ମିଳୁଛି। ମାଲକାନଗିରି ସଦର ମହକୁମାରେ ରାସ୍ତା ପାର୍ଶ୍ଵରେ ହାଟ ବସୁଛି, କିନ୍ତୁ ଲୋକେ ଯେପରି ଗହଳି ନ କରିବେ ପ୍ରତ୍ୟେକ ଦୋକାନ ଆଗରେ ପ୍ରଶାସନ ପକ୍ଷରୁ ରେଖାଙ୍କିତ ଚିହ୍ନ କରାଯାଇଛି, ଯାହାର ଦୂରତା ଦେଢ଼ ମିଟରରୁ ଅଧିକ ରହଛି। ସେହିଠାରେ ଛିଡ...

Odisha To Release Prisoners Tried For Bailable Offences

Image
Bhubaneswar : In the wake of rapid spread of novel coronavirus (COVID-19) across the country, Odisha government has decided to release undertrial prisoners accused of bailable offences, to minimise crowd in jails. In this regard, Home Odisha has written to Orissa High Court mentioning that there is a provision to release the prisoners under sections 436 and 436-A of Criminal Procedure Code (CrPC) during the period of crisis. Referring to a writ petition heard by the Supreme Court of India in the year 2017, the Department stated that the apex court had directed to exercise above these CrPC sections. Under these two sections of CrPC, the prisoners accused of bailable offences, who have spent almost 50% of total sentence pronounced by the courts, can be released during such emergency period. Even the undertrial prisoners (UTPs), who have failed to furnish bail bond, can walk out of jails on this ground. In such case, an UTP can be released by producing personal bond before the court, the ...

ଭାରତରେ କରୋନାଭାଇରସ୍: ୧. ୭୦ ଲକ୍ଷ କୋଟିର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Image
ନୂଆଦିଲ୍ଲୀ: ଦାଦନ ଶ୍ରମିକ ଓ ଗରିବମାନଙ୍କୁ ସହାଯ୍ୟ କରିବାକୁ ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧. ୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ପାଇବେ । ପ୍ରତ୍ୟେକ ପରିବାର ମାଗଣାରେ ୧ କିଲୋ ଡାଲି ପାଇବେ । ଏହା ସହ ସମ୍ପ୍ରତି “ଏନଏଫଏସଏ’ ଅଧୀନରେ ମିଳୁଥିବା ୫ କିଲୋ ଖାଦ୍ୟ ଶସ୍ୟ ମଧ୍ୟ ପୂର୍ବ ପରି ମିଳିବ । ଦୁଇ କିସ୍ତିରେ ଲୋକେ ଏହି ମାଗଣା ଖାଦ୍ୟଶସ୍ୟ ନେଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହା ୮୦ କୋଟି ହିତାଧିକାରୀଙ୍କୁ ମିଳିବ । ପ୍ରତିମାସରେ ୮୦ କୋଟି ଗରିବ ଲୋକ ଆଗାମୀ ତିନି ମାସ ପାଇଁ ମାଗଣାରେ ମାସକୁ ୫ କିଲୋ ଚାଉଳ ବା ଗହମ ଓ ୧ କିଲୋ ନିଜ ପସନ୍ଦର ଡାଲି ମିଳିବ । କରୋନାଭାଇରସ୍ ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କରୋନା ଲକଡାଉନଜନିତ ପ୍ରଭାବର ମୁକାବିଲା କରିବାକୁ ଆର୍ଥିକ ପ୍ରୋତ୍ସାହନ ଚୂଡ଼ାନ୍ତ ହୋଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାର୍ଷିକ ୬ହଜାର ଟଙ୍କା ପାଉଥିବା କୃଷକମାନେ ପ୍ରଥମ କିସ୍ତିରେ ୨୦୦୦ ଟଙ୍କା ପାଇବେ। ଏପ୍ରିଲ୍ ପ୍ରଥମ ସପ୍ତାହରେ ସେମାନଙ୍କୁ ଏହା ପ୍ରଦା...

ଆଜିଠାରୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବନ୍ଦ

Image
କଟକ: କରୋନାଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ୨୧ଦିନିଆ ଲକଡାଉନ ଘୋଷଣା ଯୋଗୁଁ ଆଜି ଠାରୁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ବୁଧବାର ଦିନ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଜାରି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ଜନିତ ଆସନ୍ନ ବିପତ୍ତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ବିଚାର କରି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ୨୦୨୦ ମାର୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ସ୍ଥିର କରାଯାଇଛି । କିନ୍ତୁ, ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ଅଟକାଇ ରଖାଯାଇ ନ ପାରିବା ଭଳି ମାମଲାଗୁଡ଼ିକୁ ଜରୁରୀଭିତ୍ତିରେ ଶୁଣାଣି କରାଯିବ । ଏଥିପାଇଁ ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ drj.od-hc@gov.in ଜରିଆରେ ଡେପୁଟି ରେଜିଷ୍ଟାରଙ୍କ (ଜୁଡିସିଆଲ୍) ନିକଟରେ ଆଗତ କରିବାକୁ ପଡ଼ିବ ।

COVID-19 Lockdown: Odisha Teacher Arrested For Giving Mass Tuition

Image
       Representative Picture Kendrapara:  A schoolteacher in Rajnagar block of Odisha’s Kendrapara district was  today arrested by police for violating  norms of the COVID-19 lockdown. As per reports teacher Kalpataru Parida of Balarampur Upper Primary School in Kurunti Panchayat in Rajnagar block was giving tuition to as many as 80 students at one place this morning. On receiving information, police reached and arrested the teacher from the spot. During the COVID-19  lockdown, the state Government has restricted congregation of more than seven persons at one place besides announcing closure of all educational institutions and private tuitions/coaching classes across the state. The state Government has appealed all the people of the state not to step outsides, unless it is  very urgent. Meanwhile, locals alleged that the teacher has association with political leaders, despite being a Government employee . They demanded that the district adm...