ମାଲକାନଗିରିରୁ ଶିଖନ୍ତୁ


ମାଲକାନଗିରି ସଦର ମହକୁମାରେ ରାସ୍ତା ପାର୍ଶ୍ଵରେ ହାଟ ବସୁଛି, କିନ୍ତୁ ଲୋକେ ଯେପରି ଗହଳି ନ କରିବେ ପ୍ରତ୍ୟେକ ଦୋକାନ ଆଗରେ ପ୍ରଶାସନ ପକ୍ଷରୁ ରେଖାଙ୍କିତ ଚିହ୍ନ କରାଯାଇଛି, ଯାହାର ଦୂରତା ଦେଢ଼ ମିଟରରୁ ଅଧିକ ରହଛି। ସେହିଠାରେ ଛିଡ଼ା ହୋଇ ଜଣ ଜଣ କରି ଦୋକାନକୁ ଆସି ସାମଗ୍ରୀ ନେବାକୁ ଦୋକାନୀମାନେ ବି ସଚେତନ କରାଉଛନ୍ତି, କିନ୍ତୁ ରାଜଧାନୀ ଭୁବନେଶ୍ଵରରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ବୁଧବାର ବଡ଼ଗଡ଼ ହାଟରେ ଲୋକେ ଭିଡ଼ ଜମାଇବା ସହିତ ଅତି ନିକଟତର ହୋଇ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା। ସେହିପରି କଟକ ଛତ୍ରବଜାର ଅଞ୍ଚଳରେ ବି ଅନୁରୂପ ଦୃଶ୍ୟ ସାମ୍ନାକୁ ଆସିଥିଲା।

Comments