କୋରୋନା ଅପଡେଟ୍
କୋରୋନା ଅପଡେଟ୍:
୧- ରାଜ୍ୟରେ ଏଯାଏଁ ୨୫୬ ଜଣଙ୍କ ପରୀକ୍ଷା କରାଯାଇଛି।
୩ ଜଣ ପଜିଟିଭ ଅଛନ୍ତି ୨ ଜଣଙ୍କ ଅବସ୍ଥା ସ୍ଥିର ଅଛନ୍ତି, ତୃତୀୟ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି।
୨- ତୃତୀୟ ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିମାନରେ ୩୨, ପରିବାରରେ ୬ ଜଣ, ୪୪ ଜଣ ବ୍ୟାଙ୍କ କର୍ମଚାରୀ, ବିଧାନସଭାର ୭ ଜଣ, ପାଥୋଲ୍ୟାବରେ ୩ ଓ କ୍ଲିନିକରେ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି।
୩- ତୃତୀୟ ପଜିଟିଭ୍ ରୋଗୀଙ୍କୁ ସୁପର ସ୍ପ୍ରେଡର ଭାବେ ଉଦାହରଣ ଦେଲେ ବାଗଚୀ।
ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜଣଙ୍କ ରିପୋର୍ଟ ନେଗେଟିଭ୍, ଅନ୍ୟ ୧୦ ଜଣଙ୍କ ରିପୋର୍ଟ ଆସିନାହିଁ।
୪- ମତ୍ସ୍ୟ ଓ ପଶୁଖାଦ୍ୟକୁ ଲକ୍ଡାଉନ୍ କଟକଣାରୁ ମୁକ୍ତ କଲେ ସରକାର।
ଏଣିକି ତେଜରାତି ଦୋକାନୀ ବି ବିକି ପାରିବେ ମତ୍ସ୍ୟ ଓ ପଶୁଖାଦ୍ୟ। କୋରୋନା ସୂଚନା, ଶିକ୍ଷା ଓ ଯୋଗାଯୋଗ ମୁଖ୍ୟ ସୁବ୍ରତ ବାଗ୍ଚୀଙ୍କ ସୂଚନା, ଆଜି ଶ୍ରବଣବାଧିତଙ୍କ ପାଇଁ ଆରମ୍ଭ ହେଲା ସାଂକେତିକ ସୂଚନା ବ୍ୟବସ୍ଥା।
୫- ଆଜି ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ରୁଜୁ ହୋଇଛି ୩୨୪ ମାମଲା। ଲକ୍ଡାଉନ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ୩୦୮ଟି, କ୍ବାରେଣ୍ଟାଇନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୫ ମାମଲା ଏବଂ କୋରୋନା କଟକଣା ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
୬- ଏପର୍ଯ୍ୟନ୍ତ ରାଜ୍ୟକୁ ଫେରିଲେଣି ୭ ହଜାର ୮୦ ଜଣ ଓଡ଼ିଆ।
୧୦୪ ନମ୍ବର କିମ୍ବା ପୋର୍ଟାଲ ଜରିଆରେ ଏମାନେ ପଞ୍ଜୀକୃତ ହୋଇଛନ୍ତି। ବିଦେଶରୁ ଫେରିଛନ୍ତି ୪ ହଜାର ୨୮୬ ଜଣ ଓଡ଼ିଆ। ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିଛନ୍ତି ୨ ହଜାର ୭୯୪ ଜଣ ଓଡ଼ିଆ।
୭- ରାଜ୍ୟରେ ଏଯାଏ ପରୀକ୍ଷା ହୋଇଛି ୨୫୬ ସନ୍ଦିଗ୍ଧ ରୋଗୀଙ୍କ ନମୁନା। ୨୫୬ ନମୁନାରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବାଗ୍ଚୀଙ୍କ ସୂଚନା। ୩ ଜଣ ଯାକ ରୋଗୀ ସାଧାରଣ ଖାଦ୍ୟ ଖାଉଛନ୍ତି, ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
୮- ଲୋକ୍ଡାଉନ ସମୟରେ ଅସୁବିଧା ଦୂର ପାଇଁ ଖୋଲିଛି ହେଲ୍ପଲାଇନ।
ମାଲ୍ ପରିବହନ ସଂକ୍ରାନ୍ତ ହେଲ୍ପଲାଇନ ନମ୍ବର-0674- 2620200। ଅନ୍ୟ ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଜାରି ହେଲା ନମ୍ବର 0674- 2392115 କିମ୍ବା 94389- 15986 ନମ୍ବରକୁ କଲ୍ କରିପାରିବେ।
ସାମାଜିକ ଗଣମାଧ୍ୟମ: ଫେସବୁକ୍
Comments
Post a Comment