ଆଜି ମଧ୍ୟରାତ୍ରୀରୁ ମାର୍ଚ୍ଚ ୨୯ ଯାଏଁ ସାରା ଓଡ଼ିଶା ଲକଡାଉନ୍, ଜାଣନ୍ତୁ ତାଲାବନ୍ଦ ସମୟରେ କ’ଣ କ’ଣ ଖୋଲା ରହିବ

ଆଜି ମଧ୍ୟରାତ୍ରୀରୁ ମାର୍ଚ୍ଚ ୨୯ ଯାଏଁ ସାରା ଓଡ଼ିଶା ଲକଡାଉନ୍, ଜାଣନ୍ତୁ ତାଲାବନ୍ଦ ସମୟରେ କ’ଣ କ’ଣ ଖୋଲା ରହିବ

କୋରୋନା ପାଇଁ ସାରା ଓଡ଼ିଶା ଲକଡାଉନ୍ । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ଆସନ୍ତା ୨୯ ତାରିଖ ରାତି ୧୨ ଟା ଯାଏଁ ଲକଡାଉନ ।

ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଏମିତି କରିବାର କାରଣ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ଦୂରେଇ ରଖିବା । ଏବଂ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ ।

– ଡାକ୍ତରଖାନା, କ୍ଲିନିକ୍, ପାଥୋଲ୍ୟାବ୍ ଏବଂ ଔଷଧ ଦୋକାନ

– ପୋଲିସ୍, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍
– ବିଦ୍ୟୁତ, ପାଣି ଓ ମ୍ୟୁନିସିପାଲଟି ସେବା
– କରୋନା ସଚେତନତା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା
– ଫଳ, କ୍ଷୀର ପାଉଁରୁଟି, ବିସ୍କୁଟ ଓ ଅନ୍ୟାନ୍ୟ ବେକରୀ ଦୋକାନ
– ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ
– ବ୍ୟାଙ୍କ, ଏଟିଏମ୍ ଓ ପେଟ୍ରୋଲ ପମ୍ପ
– ଏବଂ ମିଲ୍କ ବୁଥ୍

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ