ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି।


୨୧ଦିନ ପାଇଁ ହୋଇଥିବା ଏହି କଟକଣାରୁ ଫଳ, ତେଜରାତି, ଔଷଧ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ମୁକ୍ତ କରାଯାଇଛି । ତେବେ ଏଭଳି ସ୍ଥିତିରେ ଉପରୋକ୍ତ ଦୋକାନଗୁଡ଼ିକରେ କିଛି ଦୋକାନୀ ଚଢ଼ାଦରରେ ସାମଗ୍ରୀ ବିକିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ମଙ୍ଗଳବାର ଯେଉଁ ଦରରେ ମିଳୁଥିଲା, ବୁଧବାର ସକାଳକୁ ତାହାର ଦର ଦୁଇଗୁଣା ବଢ଼ିଯାଇଛି।


ଏବେ ଆଳୁ କିଗ୍ରା ପ୍ରତି ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି। ମଙ୍ଗଳବାର ଏହା କିଗ୍ରା ପ୍ରତି ୨୦/୨୫ ଟଙ୍କାରେ ମିଳୁଥିଲା। ସେହିପରି ପିଆଜ ଦର କିଗ୍ରା ପ୍ରତି ୨୦/୨୫ରୁ ୩୫/୪୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ଫଳ ମଧ୍ୟ ଏଭଳି କଳାବଜାରରୁ ବାଦ ପଡ଼ିନାହିଁ। କଦଳୀ ଡଜନ ପ୍ରତି ୩୦ରୁ ୪୦, କମଳା କିଗ୍ରା ପ୍ରତି ୫୦ରୁ ୮୦, ଅଙ୍ଗୁର କିଗ୍ରା ପ୍ରତି ୧୦୦ରୁ ୧୩୦/୧୪୦, ସେଓ କିଗ୍ରା ପ୍ରତି ୧୪୦ରୁ ୧୬୦/ ୧୮୦ ଟଙ୍କାକୁ ବୃଦ୍ଧି କରି ବେପାରୀମାନେ ବିକୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ତଥା ରୋଜଗାର ପାଉ ନ ଥିବା ଗରିବ ଲୋକଙ୍କ ପିଠିରେ ଏଭଳି ମହଙ୍ଗା ମାଡ଼ ସଦୃଶ ହୋଇଛି। ଏଭଳି ଅନିୟନ୍ତ୍ରିତ ଦରବୃଦ୍ଧି ଉପରେ ଜିଲା ପ୍ରଶାସନ କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ