କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲାବନ୍ଦ ଘୋଷଣାଜାରି ରହିବ ଜରୁରୀ ସେବା
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ତାଲାବନ୍ଦ ଘୋଷଣା
ଜାରି ରହିବ ଜରୁରୀ ସେବା
କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ତଥା ୩୦ଟି ଜିଲ୍ଲାକୁ ଆସନ୍ତା ୨୯ ତାରିଖ ଯାଏଁ ସଂପୂର୍ଣ୍ଣ ରୂପେ ଲକ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ସବୁ ରକମର ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳକୁ ନିର୍ଦ୍ଦେଶ । ତେବେ ଆଜି ସଂଧ୍ୟା ସୁଦ୍ଧା ଏସସି ଏବଂ ଏସଟି ପିଲାଙ୍କୁ ସ୍ଥାନାନ୍ତରଣ କରାଯିବା ନେଇ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।
କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି । ସେହିପରି ଡାକ୍ତରଖାନା , ଡାକ୍ତରୀ ପରୀ କ୍ଷା କେନ୍ଦ୍ର, ଔଷଧ ଦୋକାନ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ , ବିଦ୍ୟୁତ ପାଣି ଏବଂ କୋରନା ପାଇଁ କାମ କରିଥିବା ସଂସ୍ଥାମାନଙ୍କ ସେବା ଚାଲୁ ରହିବ । ସେହିଭଳି ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବାସ ବାଗଚୀ ।
Comments
Post a Comment