କରୋନା’ ପାଇଁ ଦେଶବ୍ୟାପି କଟକଣା: ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୪୮ ଜିଲ୍ଲାରେ ଲକଡାଉନ
କରୋନା’ ପାଇଁ ଦେଶବ୍ୟାପି କଟକଣା: ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୪୮ ଜିଲ୍ଲାରେ ଲକଡାଉନ; ପଞ୍ଜାବ ଓ ମହାରାଷ୍ଟ୍ରରେ କର୍ଫ୍ୟୁ
ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୯୮ ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ତାଲାବନ୍ଦ ଘୋଷଣା କରିଛନ୍ତି । ଏଥିରେ ଦେଶର ପ୍ରାୟ ୫୪୮ଟି ଜିଲ୍ଲା ରହିଛି । ଯେଉଁଠି ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରାଯାଇଛି । ଏହା ବ୍ୟତିତ ତିନୋଟି ରାଜ୍ୟର କିଛି ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏହି ତିନି ରାଜ୍ୟ ହେଉଛନ୍ତି ଉତରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡିଶା । ତେବେ ମିଜୋରାମ ଓ ସିକିମ ଏପର୍ଯ୍ୟନ୍ତ କୌଣସି ପ୍ରକାର କଟକଣା ଲାଗୁ କରିନାହାଁନ୍ତି ।
30 states/UTs announce complete lockdown in the entire state/union territory covering 548 dist to prevent the spread of #CoronavirusPandemic. 3 states (Uttar Pradesh, Madhya Pradesh, Odisha) announce closure of certain areas. Lakshadweep announces lockdown on certain activities
ସେପଟେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବରେ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରାଯାଇଛି । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ସ୍ଥିତିର ସମୀକ୍ଷା କରିବା ପରେ ଏନେଇ ପଂଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର୍ ସିଂ ବିଦ୍ଧିବଧ ଭାବେ ପଂଜାବରେ ସଂପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଅନୁମତି ନେଇ ଏବଂ ଗମନାଗମନର କାରଣ ଦର୍ଶାଇ କର୍ଫ୍ୟୁ ସମୟରେ ଯାତାୟତ କରିପାରିବେ । ଦୀର୍ଘ ୩ ଦଶନ୍ଧି ପରେ ପଂଜାବରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ କର୍ଫ୍ୟୁ ଜାରି ହୋଇଛି । ସେପଟେ ମହାରାଷ୍ଟ୍ରରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ମହାରାଷ୍ଟ୍ରରେ ରାଜ୍ୟ ବ୍ୟାପୀ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ସୀମାକୁ ମଧ୍ୟ ସିଲ କରିଦିଆଯାଇଛି ।
Comments
Post a Comment