Popular posts from this blog
ଲୋକଡାଉନରେ ମାଲକାନଗିରି ଜିଲ୍ଲା
ମାଲକାନଗିରି: ବିଶ୍ବ ମହାମାରୀ କୋରୋନା ଭୁତାଣୁ ସଂକ୍ରମଣ ଭୟରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ୨୧ ଦିନିଆ ଲୋକଡାଉନ ଘୋଷଣା ପରେ ମାଲକାନଗିରି ଜିଲ୍ଲାରେ ବି ଜରୁରୀ କାର୍ଯ୍ୟ ଚାଲୁଥିବା ବେଳେ ଅନ୍ଯ ସବୁ ବନ୍ଦ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଭାଇରସ୍ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲୋକ୍ଡାଉନ୍। ଦୋକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ଅନେକ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ପଡୁଛି। ଏପରିସ୍ଥଳେ ଲୋକ୍ଡାଉନ୍କୁ ସବୁ ସ୍ତରରେ ସମର୍ଥନ ରହିଛି ସତ, ତେବେ ଗରିବ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖାଗଲାଣି। ଏଥିରୁ ଫାଇଦା ଉଠାଇବାକୁ କେତେଜଣ ବ୍ୟବସାୟୀ ପଛାଉନାହାନ୍ତି। ସବୁ ସାମଗ୍ରୀର ଦରଦାମ୍ ବୃଦ୍ଧି କଲେଣି। ବିଶେଷକରି ବଜାରରେ ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ପରିବହନ ସମସ୍ୟା ବୋଲି କୁହାଯାଉଛି। ତେବେ ପରିବହନ ପାଇଁ କଟକଣା ନ ଥିଲେ ସୁଦ୍ଧା ଦୂର ଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକ୍ଗୁଡ଼ିକ ରାସ୍ତାରେ ଚକାରେ ପ୍ରେସର ଦେବା ଏବଂ ଟାୟାରପମ୍ପଚର ହେଲେ ଏହାକୁ ସଜାଡ଼ିବା ପାଇଁ ଦୋକାନ ବନ୍ଦ ରହିଥିବାରୁ ସେମାନେ ଆସିବାକୁ ନିରାପଦ ମନେ କରୁନାହାନ୍ତି। ଗାଡ଼ି ମୋଟରରେ ତ୍ରୁଟି ଦେଖାଦେଲେ ସେମାନେ ନାହି...
କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି • କେନ୍ଦ୍ର ମାବନ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଉପସ୍ଥିତିରେ ଜାରି ହେଲା ଗାଇଡଲାଇନ କୋଭିଡ-୧୯ ମହାମାରୀ ଓ ଏଥିଯୋଗୁ ଜାରି ହୋଇଥିବା ଲକଡାଉନ କାରଣରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ଶିକ୍ଷାଗତ କ୍ଷତିକୁ ଏଡ଼ାଇବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଶ୍ବ ବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ ସମିତି ଗଠନ କରାଯାଇଥିଲା। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ଆର.ସି. କୁହାଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିରେ ଅନ୍ୟ ସଦସ୍ୟମାନଙ୍କ ସହିତ ହରିୟାଣା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ସଦସ୍ୟ ରହିଥିଲେ। ଗତ ୨୭.୦୪.୨୦୨୦ରେ ଅନୁଷ୍ଠିତ ଆୟୋଗଙ୍କ ବୈଠକରେ ସମିତିର ରିପୋର୍ଟ ଉପସ୍ଥାପନ କରାଯ...
ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ
ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ । କାଲିଠାରୁ ନିଖୋଜ ଥିଲେ ୧୭ ଯବାନ, ସୁକମା ଚିନ୍ତାଗୁଫାରେ ଆରମ୍ଭ ହୋଇଥିଲା ଅପରେସନ । ଅପରେସନରେ ସାମିଲ ଥିଲେ ଡିଆରଜି ଓ କୋବ୍ରା ଯବାନ, ମାଲକାନଗିରି ସୀମାରେ ଚାଲିଥିଲା ଯବାନ-ମାଓବାଦୀ ଗୁଳିବିନିମୟ । ତେବେ ଏହି ଗୁଳିବିନିମୟରେ ଯବାନ ଆହତ ହୋଇଥିଲେ । ମାଓ ଗତିବିଧି ନେଇ ଆରମ୍ଭ ହୋଇଥିଲା ଜଏଣ୍ଟ ଅପରେସନ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି’ଙ୍କ । ଗୁଳିବିନିମୟ ଘଟଣାରେ ୧୨ ଟି ଏକେ-୪୭ ବନ୍ଧୁକ ସହ ୧୫ଟି ଅସ୍ତ୍ରଶସ୍ତ୍ର ଲୁଟିଛନ୍ତି ମାଓବାଦୀ । ଗତକାଲି ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାହିନୀ ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ ।
Comments
Post a Comment