୨୧ ଦିନ ପାଇଁ ସାରା ଭାରତ ‘ଲକ୍‌ ଡାଉନ୍’; ଆଜି ରାତି ୧୨ଟା ଠାରୁ ଲାଗୁ

୨୧ ଦିନ ପାଇଁ ସାରା ଭାରତ ‘ଲକ୍‌ ଡାଉନ୍’; ଆଜି ରାତି ୧୨ଟା ଠାରୁ ଲାଗୁ



ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍‌ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ମୋଦି।
ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଗୋଟିଏ ମାତ୍ର ରାସ୍ତା ସୋସିଆଲ୍‌ ଡିଷ୍ଟାନ୍ସିଂ। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ବଞ୍ଚାଇବା ପାଇଁ ଆଜି ରାତିଠାରୁ ଘରୁ ବାହାରକୁ ବାହାରିବା ପୂରା ବନ୍ଦ କରାଯାଇଛି। ଦେଶର ପ୍ରତି ଗଳି କନ୍ଦିକୁ ଲକ୍‌ ଡାଉନ୍‌ କରାଯିବ। ଏହା ଏକପ୍ରକାର କର୍ଫ୍ୟୁ। ଏହା ଜନତା କର୍ଫ୍ୟୁ ଠାରୁ ଟିକେ ଶକ୍ତ। କରୋନା ବିରୋଧରେ ଲଢ଼ିବାକୁ ଏହା ଗୋଟିଏ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏଥିସହିତ ଗୁଜବ ଖବରକୁ ବିଶ୍ୱାସ ନକରିବା ପାଇଁ ମୋଦି ଅନୁରୋଧ କରିବା ସହିତ ଏହି ନିର୍ଦ୍ଦେଶକୁ ସାରା ଦେଶବାସୀ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।

Comments