ଆସନ୍ତା ୨୧ ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କଲେ ପ୍ରଧାନମନ୍ତ୍ରୀ : କରୋନା ମୁକାବିଲା ପାଇଁ ଘରୁ ନବାହାରିବାକୁ କଲେ ଅନୁରୋଧ, ନିଜ ସହ ନିଜ ପରିବାର ପାଇଁ ଘରେ ରହିବାକୁ ଦେଲେ ପରାମର୍ଶ

୨୧ ଦିନ ପାଇଁ ସାରା ଭାରତରେ ତାଲା ବନ୍ଦ । କରୋନାକୁ ନେଇ ଭାରତ ଯେଉଁ ସଙ୍କଟଜନକ ସ୍ଥିତିରେ ଗତି କରୁଛି ସେତିକିବେଳେ ଏହାର ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟରାତ୍ରରୁ ୨୧ଦିନର ଲକ-ଡାଉନ ବା ତାଲା ବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୨୧ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ଜନତା କର୍ଫ୍ୟୁ ଠାରୁ ବି ଏହା ଅଧିକ କଡାକଡି ହେବ । ଘରେ ରହିବା ସମୟରେ ସମସ୍ତ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଯଦି ଏହି ୨୧ ଦିନ ସଂଜମତାର ସହିତ ଭାରତୀୟମାନେ ନରହିବେ, ନ ସମ୍ଭାଳିବେ, ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି କହିଛନ୍ତି ମୋଦି । ଘର ଆଗରେ ଟଣାଯାଇଥିବା ଏହି ଲକ୍ଷ୍ମଣରେଖାକୁ ନ ଡେଇଁବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।


କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ପ୍ରତିଷ୍ଠାନ ଚାଲୁ ରହିବ । ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କଠୁ ଅନୁମତି ନେବାକୁ ପଡିବ । ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବ । କେବଳ ଦୈନିକ ଆବଶ୍ୟକୀୟ ନୀତି ସମ୍ପାଦନ କରାଯିବ । ଶବ ସଂସ୍କାରରେ ୨୦ ଜଣରୁ ଅଧିକ ଏକାଠି ରହି ପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ଏହା ସହ ଏହି କଟକଣାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛନ୍ତି । ସାରା ଦେଶରେ ଏହି କଟକଣା ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ