ଆଜିଠୁ ପୁଣି ରାଜଧାନୀରେ ଗଡ଼ିବ ‘ମୋ ସାଇକେଲ୍’

 
ଭୁବନେଶ୍ୱର: ଆଜିଠୁ ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ‘ମୋ ସାଇକେଲ୍’। ଲକ୍‌ଡାଉନ୍ ବେଳେ ଲୋକଙ୍କ ଅନୁରୋଧକୁ ରକ୍ଷା କରି କ୍ରୁଟ୍‌କୁ ‘ମୋ ସାଇକେଲ୍’ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଇକେଲ ବ୍ୟବହାର ଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ।

ତେବେ ୩୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ସାଇକେଲ୍ ଚଲାଇପାରିବେ। ଜୁନ୍ ୩୦ ଯାଏ ଲୋକମାନେ ‘ମୋ ସାଇକେଲ୍‌’ରେ ଏହି ରିହାତି ପାଇପାରିବେ।

ଗୋଟିଏ ଦିନରେ ଅନେକ ଥର ସାଇକେଲ୍ ଚଳାଇବାର ସୁବିଧା ମିଳିବ। କିନ୍ତୁ ଯେକୌଣସି ରାଇଡ୍ ସର୍ବାଧିକ ୩୦ ମିନିଟ୍ ଭିତରେ ହିଁ ରହିବ। ୩୦ ମିନିଟ୍‌ରୁ ଅଧିକ କୌଣସି ରାଇଡ୍‌ରେ ଗଲେ ଗ୍ରାହକଙ୍କୁ ଧାର୍ଯ୍ୟ ଭଡ଼ା ଦେବାକୁ ପଡ଼ିବ।

କରୋନା ସଂକ୍ରମଣକୁ ନଜରରେ ରଖି ସାଇକେଲ୍‌ ଗୁଡ଼ିକୁ ସାନିଟାଇଜ୍ କରାଯାଇଛି। ସାଇକେଲ୍ ବ୍ୟବହାର ବେଳେ ମାସ୍କ ଏବଂ ଗ୍ଲୋଭ୍ସ ପିନ୍ଧିବା ଜରୁରୀ।

Comments

Popular posts from this blog

ଲୋକଡାଉନରେ ମାଲକାନଗିରି ଜିଲ୍ଲା

କୋଭିଡ-୧୯ ଓ ଲକଡାଉନକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ଶିକ୍ଷାବର୍ଷ ପାଇଁ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି

ନିଖୋଜ ୧୭ ଯବାନଙ୍କ ଉଦ୍ଧାର ହେଲା ମୃତ ଦେହ; ଗତକାଲିଠାରୁ ନିଖୋଜ ଥିଲେ ୧୭ ଯବାନ